Hathras stampede: ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା
Advertisement
Article Detail0/zeeodisha/odisha2320453

Hathras stampede: ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

Bhole Baba has sexual assault cases against him : ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ ଅଧିକ ଚିନ୍ତାଦାୟକ ଆତ୍ମଘୋଷିତ ଭୋଲେ ବାବାଙ୍କ ଯୌନ କେଳେଙ୍କାରୀ। ପୁରା ପଢନ୍ତୁ...

Hathras stampede

Hathras stampede: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ ଅଧିକ ଚିନ୍ତାଦାୟକ ଆତ୍ମଘୋଷିତ ଭୋଲେ ବାବାଙ୍କ ଯୌନ କେଳେଙ୍କାରୀ। ଉକ୍ତ ବାବାଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ସହ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି।

ସୂଚନାଅନୁସାରେ, ସୁରଜ ପାଲ୍‌ ଓରଫ ଭୋଲେ ବାବାଙ୍କ ନାଁରେ ଅନେକ ମାମଲା ରହିଛି। ଏଥିସହ ଆଗ୍ରା, ଅଟାଓ୍ବା, କସଗଞ୍ଜ, ଫାରୁଖବାଦ ଏବଂ ରାଜସ୍ଥାନ ସମେତ ବିଭିନ୍ନ ପ୍ରାଧିକରଣରେ ତାଙ୍କ ବିରୋଧରେ ଏକାଧିକ ମାମଲା ଦାଖଲ ହୋଇଛି। ୧୯୯୭ରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ସେ ପୋଲିସ ବିଭାଗରେ ମଧ୍ୟ କାମ କରିଥିଲେ। ବଳାତ୍କାର ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ବେଲ୍‌ରେ ଆସି ନିଜକୁ ବାବା ରୂପ ଦେଇଥିଲେ।

ସେପଟେ ହାଥ୍‌ରସ ସତ୍‌ସଙ୍ଗ ସ୍ଥଳରେ ହୋଇଥିବା ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଏଭଳି ଭୟାନକ ଘଟଣା ପାଇଁ କେଉଁମାନେ ଦାୟୀ ଏବଂ ଏହା ପଛରେ କୌଣସି ଷଡ଼୍‌ଯନ୍ତ୍ର ଅଛି କି ନା’ ତା‌ହା ଜାଣିବାପାଇଁ ଏକ କମିଟି ତଦନ୍ତ କରିବ। ମାମଲାରେ ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଏବଂ କେହି ବି ଛାଡ଼ ପାଇବେ ନାହିଁ ବୋଲି ସେ କହିଛନ୍ତି।

ଆତ୍ମ ଘୋଷିତ ଧର୍ମଗୁରୁ ଭୋଲେ ବାବାଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକର ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଅନ୍ୟ ୧୬ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫, ୧୧୦, ୧୨୬(୨), ୨୨୩ ଏବଂ ୨୩୮ରେ ମାମଲା ରୁଜୁ କରାଯାଇଛି। ମାମଲାରେ ଭୋଲେ ବାବାଙ୍କ ବିରୋଧରେ କୌଣସି ଏତଲା ରୁଜୁ ନହେବା ବିସ୍ମୟ ସୃଷ୍ଟି କରିଛି।

ମଙ୍ଗଳବାର ଦଳାଚକଟା ପରଠାରୁ ବାବା ଗାଏବ ହୋଇଯାଇଛନ୍ତି। ବାବାଙ୍କ ସଂପର୍କରେ ପୁଲିସ କିଛି ଟେର୍‌ ପାଉନାହିଁ। ମୈନପୁରୀସ୍ଥିତ ‘ରାମ କୁଟିର ଚାରିଟେବଲ୍ ଟ୍ରଷ୍ଟ’ ଆଶ୍ରମରେ ପୁଲିସ ସର୍ଚ୍ଚ ଅପରେସନ୍ ଚଳାଇଥିଲା। କିଛି କର୍ମଚାରୀଙ୍କୁ ଜେରା ମଧ୍ୟ କରାଯାଇଛି। ଘଟଣା ପରେ ବାବା ଗାଏବ ହେବା ଘଟଣା ବାବାଙ୍କ ସଂପୃକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।