ବେଙ୍ଗାଲୁର ଫ୍ରିଜରୁ ଶବ ମିଳିବା ଘଟଣା, ସନ୍ଦିଗ୍ଧ ଚିହ୍ନଟ
Advertisement
Article Detail0/zeeodisha/odisha2443529

ବେଙ୍ଗାଲୁର ଫ୍ରିଜରୁ ଶବ ମିଳିବା ଘଟଣା, ସନ୍ଦିଗ୍ଧ ଚିହ୍ନଟ

ସୂଚନା ମୁତାବକ, କର୍ଣ୍ଣାଟକ ପୋଲିସ ସନ୍ଦିଗ୍ଧ ଅଶରଫକୁ ଚିହ୍ନଟ କରିବାରେ ସଫଳ ହୋଇଛି ଏବଂ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତର ଘର ପଶ୍ଚିମବଙ୍ଗରେ ।

ବେଙ୍ଗାଲୁର ଫ୍ରିଜରୁ ଶବ ମିଳିବା ଘଟଣା, ସନ୍ଦିଗ୍ଧ ଚିହ୍ନଟ

ବେଙ୍ଗାଲୁର: ଗତ ଶନିବାର ଦିନ ବେଙ୍ଗାଲୁରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ କଟା ଶରୀର ଉଦ୍ଧାର ହୋଇଥିଲା । ଏକ ଫ୍ରିଜରୁ ଜଣେ ମହିଳାଙ୍କ ୩୦ ଖଣ୍ଡ ଶରୀର ମିଳିଥିଲା । ଉକ୍ତ ଘଟଣାରେ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ମୁତାବକ, କର୍ଣ୍ଣାଟକ ପୋଲିସ ସନ୍ଦିଗ୍ଧ ଅଶରଫକୁ ଚିହ୍ନଟ କରିବାରେ ସଫଳ ହୋଇଛି ଏବଂ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତର ଘର ପଶ୍ଚିମବଙ୍ଗରେ । ଆପଣଙ୍କୁ କହିରଖୁଛୁ ଯେ, ମୃତ ମହିଳା ଜଣଙ୍କ ବିବାହିତ ହୋଇଥିଲେ ମଧ୍ୟ କୌଣସି କାରଣରୁ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ । ଏକ ମଲରେ କାର୍ଯ୍ୟ କରି ଜୀବୀକା ନିର୍ବାହ କରୁଥିଲେ ମହିଳା ଜଣଙ୍କ । ଘଟଣା ସମ୍ପର୍କରେ ଖବର ପାଇବା ପରେ ମହିଳାଙ୍କ ସ୍ୱାମୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ତେବେ ମହିଳାଙ୍କୁ କିଏ ହତ୍ୟା କରିଛି ଏବଂ କଣ କାରଣ ରହିଛି ତାହାର ତଦନ୍ତ ଚଳାଇଛି ପୋଲିସ ।

Also Read- ଲେବାନନକୁ ରକେଟ ମାଡ କଲା ଇସ୍ରାଏଲ, ଶତାଧିକ ମୃତ୍ୟୁ, ଅନେକ ଆହତ

Also Read- Guru Chandra Yuti 2024: ବୃଷ ରାଶିରେ ୨ ଗ୍ରହ ମିଳନ, ୩ ରାଶିର ଫିଟିବ ଭାଗ୍ୟ