SBI, HDFC, IDBI ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର
Advertisement

SBI, HDFC, IDBI ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର

Banking News: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ରେପୋ ହାରକୁ ୫୦ ଆଧାର ପଏଣ୍ଟକୁ ବୃଦ୍ଧି କରିଛି । ସେବେଠାରୁ ଅନେକ ବ୍ୟାଙ୍କ ସ୍ଥିର ଜମା ଓ ଗ୍ରାହକ ଲୋନ ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଦେଶର ଚାରୋଟି ପ୍ରମୁଖ ବ୍ୟାଙ୍କ ମଧ୍ୟ ଟର୍ମ ଜମା ଓ ସଞ୍ଚୟ ଖାତାର ସୁଧ ହାର ବୃଦ୍ଧି କରିଛନ୍ତି ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଆପଣ ଯଦି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା କିମ୍ବା IDBI ବ୍ୟାଙ୍କର ଗ୍ରାହକ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଛି । ଏହି ସମସ୍ତ ବ୍ୟାଙ୍କଗୁଡିକ ଟର୍ମ ଜମା ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ସିବିଆଇ ସିଲେକ୍ଟ ଟର୍ମ ଜମା ର ସୁଧ ହାରକୁ ୨୦ ଆଧାର ପଏଣ୍ଟକୁ ବୃଦ୍ଧି କରିଥିବାବେଳେ IDBI ବ୍ୟାଙ୍କ ଟର୍ମ ଜମା ର ସୁଧ ହାରକୁ ୨୫ ଆଧାର ପଏଣ୍ଟକୁ ବୃଦ୍ଧି କରିଛି ।

ସୂଚନାଯୋଗ୍ୟ ଯେ ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ରେପୋ ହାରକୁ ୫୦ ଆଧାର ପଏଣ୍ଟକୁ ବୃଦ୍ଧି କରିଥିଲା । ସେବେଠାରୁ ଅନେକ ବ୍ୟାଙ୍କ ସ୍ଥିର ଜମା ଓ ଗ୍ରାହକ ଲୋନ ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଦେଶର ଚାରୋଟି ପ୍ରମୁଖ ବ୍ୟାଙ୍କ ମଧ୍ୟ ଟର୍ମ ଜମା ଓ ସଞ୍ଚୟ ଖାତାର ସୁଧ ହାର ବୃଦ୍ଧି କରିଛନ୍ତି । ଜୁନ୍ ୧୫ ରୁ କାର୍ଯ୍ୟକାରୀ ହେବାପରେ ଏସବିଆଇ ୨ କୋଟିରୁ କମ୍ ଟର୍ମ ଜମା ପାଇଁ ସୁଧ ହାରକୁ ୦.୨୦ ପ୍ରତିଶତ ବୃଦ୍ଧି କରିଛି । ବ୍ୟାଙ୍କ ସିଲେକ୍ଟ ଟେନୋର ଘରୋଇ ବଲ୍କ ଟର୍ମ ଜମା ର ସୁଧ ହାରକୁ ୨ କୋଟିରୁ ଅଧିକ ୭୫ ଆଧାର ପଏଣ୍ଟରେ ବୃଦ୍ଧି କରିଛି । ବ୍ୟାଙ୍କ ମଧ୍ୟ MCLR କୁ ୦.୨୦ ପ୍ରତିଶତ ବୃଦ୍ଧି କରିଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟତୀତ ଆଇଡିବିଆଇ ବ୍ୟାଙ୍କ ମଧ୍ୟ ୨ କୋଟି ଟଙ୍କାରୁ କମ୍ ରିଟେଲ ଟର୍ମ ଜମା ଉପରେ ସୁଧ ହାରକୁ ୦.୨୫ ପ୍ରତିଶତକୁ ବୃଦ୍ଧି କରିଛି । ଜୁନ୍ ୧୫ ରୁ ନୂତନ ସୁଧ ହାର କାର୍ଯ୍ୟକାରୀ ହୋଇଛି । IDBI ବ୍ୟାଙ୍କ ଟେନୋର ରିଟେଲ  ସ୍ଥିର ଜମା ଉପରେ ସୁଧ ହାରକୁ ୯୧ ଦିନରୁ ଛଅ ମାସକୁ ୦.୨୫ ପ୍ରତିଶତରୁ ଚାରି ପ୍ରତିଶତକୁ ବୃଦ୍ଧି କରିଛି । ଏହା ପୂର୍ବରୁ ଏହା ବାର୍ଷିକ ୩.୭୫ ପ୍ରତିଶତ ହାରରେ ବ୍ୟାଙ୍କ ସୁଧ ଦେଉଥିଲା । ବ୍ୟାଙ୍କ ତିନି ବର୍ଷରୁ ନେଇ ପାଞ୍ଚ ବର୍ଷର କମ୍ ଅବଧି FDs ଉପରେ ବ୍ୟାଙ୍କ ୫.୬୦ ପ୍ରତିଶତ ହାରରେ ସୁଧ ଦେବ, ଯେତେବେଳେ କି ପୂର୍ବରୁ ବ୍ୟାଙ୍କ ୫.୫୦ ପ୍ରତିଶତ ହାରରେ ସୁଧ ଦେଉଥିଲା । ଗ୍ରାହକ ବର୍ତ୍ତମାନ ପାଞ୍ଚ ବର୍ଷରୁ ନେଇ ସାତ ବର୍ଷ ପର୍ଯ୍ୟନ୍ତ ରିଟେଲ ଟର୍ମ ଜମା ଉପରେ ୫.୭୫ ପ୍ରତିଶତ ସୁଧ ପାଇବେ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇଡିବିଆଇ ପରି HDFC ବ୍ୟାଙ୍କ ମଧ୍ୟ ସ୍ଥିର ଜମା ଉପରେ ସୁଧ ହାର ବୃଦ୍ଧି ଘୋଷଣା କରିଛି । HDFC ବ୍ୟାଙ୍କ ବର୍ତ୍ତମାନ ୩୩ ମାସ ମଧ୍ୟରେ ସ୍ଥିର ଜମା ଉପରେ ଗ୍ରାହକଙ୍କୁ ୬.୭୫ ପ୍ରତିଶତ ଓ ୯୯ ମାସର ଟେଣ୍ଡର ସହିତ FD ଉପରେ ୭.୦୫ ପ୍ରତିଶତ ସୁଧ ପ୍ରଦାନ କରିବ  । ସେହିଭଳି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ସଞ୍ଚୟ ଆକାଉଣ୍ଟରେ ସୁଧ ହାରକୁ ୦.୫୦ ପ୍ରତିଶତ ବୃଦ୍ଧି କରି ଛି। ବର୍ତ୍ତମାନ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକ, ଯାହାର ସଞ୍ଚୟ ଆକାଉଣ୍ଟ ୫୦ ଲକ୍ଷରୁ ଅଧିକ, ସେମାନେ ୪ ପ୍ରତିଶତ ହାରରେ ସୁଧ ପାଇବେ ।

ଏହା ବି ପଢ଼ନ୍ତୁ: Bulldozer Action: ବୁଲଡୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟ ଦେଲେ ଏହି ବଡ଼ ରାୟ

ଏହା ବି ପଢ଼ନ୍ତୁ: Agnipath Scheme: ଅଗ୍ନିପଥ ଯୋଜନା କ’ଣ; ଜାଣନ୍ତୁ ଏହାର ଚୟନ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା