ଇତିହାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ପଡ଼ୋଶୀ ଦେଶର ତୈଳଦର
Advertisement
Article Detail0/zeeodisha/odisha1291265

ଇତିହାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ପଡ଼ୋଶୀ ଦେଶର ତୈଳଦର

Bangladesh Fuel Price: ବିଜୁଳି, ଶକ୍ତି ଓ ଖଣିଜ ସମ୍ପଦ ମନ୍ତ୍ରଣାଳୟ ଏକ ଇନ୍ଧନ ମୂଲ୍ୟ ବୃଦ୍ଧି ସମ୍ପର୍କରେ ଏକ ବୟାନ ଜାରି କରିଛି । ଅନ୍ତର୍ଜାତୀୟ ବଜାରରେ ଇନ୍ଧନର ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏଥିରେ କୁହାଯାଇଛି ।

ସୌ: ସୋସିଆଲ ମିଡିଆ

Bangladesh Fuel Price: ଗତକାଲି ରାତିରେ ବାଂଲାଦେଶ (Bangladesh) ସରକାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ  (Petrol-Diesel Price) ୫୧.୭ ପ୍ରତିଶତ ବୃଦ୍ଧି କରିଛନ୍ତି । ଦେଶର ଇତିହାସରେ ଏହା ଇନ୍ଧନର ମୂଲ୍ୟରେ (Fuel Price) ସବୁଠାରୁ ବଡ ବୃଦ୍ଧି ବୋଲି କୁହାଯାଉଛି । ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଥିବା ଲୋକଙ୍କ ଉପରେ ଏହା ଏକ ଦ୍ୱିଗୁଣିତ ପ୍ରଭାବ ପକାଇବ ।

ରାତି ୧୨:୦୦ ରୁ ଲାଗୁ ହୋଇଥିବା ନୂତନ ମୂଲ୍ୟ ଅନୁଯାୟୀ, ଏକ ଲିଟର ଅକ୍ଟାନର ମୂଲ୍ୟ ବର୍ତ୍ତମାନ 135 ଟାକା (ବାଂଲାଦେଶ ମୁଦ୍ରା), ଯାହାକି ୮୯ ଟାକାର ପୂର୍ବ ହାର ତୁଳନାରେ ୫୧.୭ ପ୍ରତିଶତ ଅଧିକ । ବର୍ତ୍ତମାନ ବାଂଲାଦେଶରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୧୩୦ ଟାକା, ଅର୍ଥାତ୍ ଗତ ରାତିରୁ ଏହା ୪୪ ଟାକା ଅର୍ଥାତ ୫୧.୧ ପ୍ରତିଶତ ବୃଦ୍ଧି ପାଇଛି ।

ଇନ୍ଧନ ମୂଲ୍ୟ ବୃଦ୍ଧି ସମ୍ପର୍କରେ ବିଜୁଳି, ଶକ୍ତି ଓ ଖଣିଜ ସମ୍ପଦ ମନ୍ତ୍ରଣାଳୟ ଏକ ବୟାନ ଜାରି କରିଛି । ଅନ୍ତର୍ଜାତୀୟ ବଜାରରେ ଇନ୍ଧନର ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏଥିରେ କୁହାଯାଇଛି । କମ୍ ମୂଲ୍ୟରେ ଇନ୍ଧନ ବିକ୍ରୟ ଯୋଗୁଁ ବାଂଲାଦେଶ ପେଟ୍ରୋଲିୟମ ନିଗମ (ବିପିସି) ଫେବୃଆରୀରୁ ଜୁଲାଇ ମଧ୍ୟରେ ୮,୦୧୪.୫୧ ଟଙ୍କା କ୍ଷତି ସହିଛି ।

ଭାରତ ସମେତ ଅନେକ ଦେଶରେ ବଢ଼ିସାରିଛି ଇନ୍ଧନ ମୂଲ୍ୟ
ମନ୍ତ୍ରଣାଳୟର ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଭାରତ ସମେତ ଅନେକ ଦେଶ ଏହି ନିଷ୍ପତ୍ତି ନେଇସାରିଛନ୍ତି । କୋଲକାତାରେ ୨୨ ମଇରୁ ଏକ ଲିଟର ଡିଜେଲ ୯୨.୭୬ (୧୧୪.୦୯ ଟାକା) ଓ ପେଟ୍ରୋଲ ପିଛା ୧୦୬.୦୩ ଟଙ୍କା (୧୩୦.୪୨ ଟାକା) ରେ ବିକ୍ରି ହେଉଛି । ଗତକାଲି ପର୍ଯ୍ୟନ୍ତ ବାଂଲାଦେଶରେ ପେଟ୍ରୋଲ ୩୪.୦୯ ଓ ଡିଜେଲ ଟାକା ୪୪.୪୨ ଶସ୍ତା ଥିଲା ।

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।

ଏହା ବି ପଢ଼ନ୍ତୁ: ଏଠାରେ ଟ୍ରେନକୁ ଅଟକାଇ ଫାଟକ ବନ୍ଦ କରନ୍ତି ରେଳକର୍ମୀ; ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ: ଜେଡିୟୁ-ବିଜେପି ସମ୍ପର୍କରେ ଫାଟ! ପିଏମ ମୋଦିଙ୍କ ବୈଠକରୁ ନିଜକୁ ଦୁରେଇ ରଖିବେ ନୀତିଶ