ATM Fraud: ଏଟିଏମ ଉପରେ ଠକଙ୍କ ନଜର, କାର୍ଡ ଟ୍ରାପ୍ କରି ହେଉଛି ଠକେଇ, ଠକାମୀରୁ କିପରି ବର୍ତ୍ତିବେ ଆପଣ?
Advertisement
Article Detail0/zeeodisha/odisha1459321

ATM Fraud: ଏଟିଏମ ଉପରେ ଠକଙ୍କ ନଜର, କାର୍ଡ ଟ୍ରାପ୍ କରି ହେଉଛି ଠକେଇ, ଠକାମୀରୁ କିପରି ବର୍ତ୍ତିବେ ଆପଣ?

ATM Fraud News: ବର୍ତ୍ତମାନ ସମୟରେ ଏଟିଏମ୍ ମେସିନ ମଧ୍ୟରେ ଡେବିଟ୍ କାର୍ଡ ଅଥବା କ୍ରେଡିଟ୍ କାର୍ଡ ଟ୍ରାପ୍ କରି ଟଙ୍କା ଠକେଇ କରାଯାଉଥିବା ମାମଲା ସାମ୍ନାକୁ ଆସୁଛି। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏଟିଏମ୍ ମେସିନ ମଧ୍ୟରେ କାର୍ଡ ଅଟକିଯିବା ପରେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ହେଲେ ସହାୟତା ବାହାନରେ ଅନ୍ୟକୁ ଲୁଟିବା ହେଉଛି ସେମାନଙ୍କ ଉଦ୍ଦେଶ୍ୟ। 

ATM Fraud: ଏଟିଏମ ଉପରେ ଠକଙ୍କ ନଜର, କାର୍ଡ ଟ୍ରାପ୍ କରି ହେଉଛି ଠକେଇ, ଠକାମୀରୁ କିପରି ବର୍ତ୍ତିବେ ଆପଣ?

ATM Fraud Case: ଆଜିର ବିଜ୍ଞାନ ଯୁଗରେ ଦିନକୁ ଦିନ ବଢିବାରେ ଲାଗିଛି ଇଣ୍ଟରନେଟ ବ୍ୟବହାର। ଆଜିର ଦିନରେ ଇଣ୍ଟରନେଟ ସହଯୋଗରେ ଅନେକ କାମ କରାଯାଇ ପାରୁଛି। ଯାହା ମାଧ୍ୟମରେ ରହିଛି ନେଟ ବ୍ୟାଙ୍କିଂ ଭଳି କାର୍ଯ୍ୟ।  ହେଲେ ସମୟ ଆଗେଇବା ସହ ଦିନକୁ ଦିନ ବଢିଚାଲିଛି ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସହ ଜଡିତ ଠକେଇ ମାମଲା। ବର୍ତ୍ତମାନ ବିଭିନ୍ନ ଉପାୟ ଅବଲମ୍ବନ କରି ଠକେଇ କରାଯାଉଛି। ଏବେ ଠକେଇ କାର୍ଯ୍ୟରେ ଜଡିତ ରହୁଥିବା ଠକ ଅନେକ କୌଣଳ ଅବଲମ୍ବନ କରୁଛନ୍ତି।   

ବର୍ତ୍ତମାନ ସମୟରେ ଏଟିଏମ୍ ମେସିନ ମଧ୍ୟରେ ଡେବିଟ୍ କାର୍ଡ ଅଥବା କ୍ରେଡିଟ୍ କାର୍ଡ ଟ୍ରାପ୍ କରି ଟଙ୍କା ଠକେଇ କରାଯାଉଥିବା ମାମଲା ସାମ୍ନାକୁ ଆସୁଛି। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏଟିଏମ୍ ମେସିନ ମଧ୍ୟରେ କାର୍ଡ ଅଟକିଯିବା ପରେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ସହାୟତା ନାମରେ ସେମାନେ କାର୍ଡ ବିବରଣୀ ଠାରୁ ଆରମ୍ଭ କରି ଏହା ଉପରେ ଲେଖାଯାଇଥିବା ସିଭିଭି ନମ୍ବର ହାସଲ କରି ନେଇଥାନ୍ତି। ଅନେକ ସମୟରେ ଏଟିଏମ୍ ମେସିନ ମଧ୍ୟରେ କାର୍ଡ ଅଟକି ଯାଇଥାଏ। ଯାହାକୁ ନେଇ ଲୋକେ ବିରକ୍ତ ହୋଇଥାନ୍ତି। ସେମାନେ କାର୍ଡ ପିନ୍, ଏହାର ନମ୍ବର ଏବଂ ଏହା ଉପରେ ଲେଖା ହୋଇଥିବା ସିଭିଭି ନମ୍ବର ଭଳି ଗୁରୁତ୍ୱପୂର୍ଣ୍ଣ ବିବରଣୀ ଅନ୍ୟକୁ ପ୍ରଦାନ କରି ଦେଇଥାନ୍ତି। ହେଲେ ଯଦି ଏହା ବ୍ୟାଙ୍କ ଏଟିଏମ ଲୁଟ କରୁଥିବା ଲୁଟେରା ହାତରେ ପଡ଼ିଯାଏ ତାହେଲେ ସେମାନେ ସହଜରେ ସମସ୍ତ ଟଙ୍କା ଉଠାଇ ନେଇଥାନ୍ତି। ଏଭଳି ଅନେକ ମାମଲା ବିଭିନ୍ନ ଅଞ୍ଚଳରେ ଘଟୁଥିବାର ସାମ୍ନାକୁ ଆସୁଛି। 

ଯଦି ଆପଣଙ୍କ ସହ ଘଟୁଛି ଏପରି  ତାହେଲେ ଆପଣ ଆଦୌ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ। ଡେବିଟ୍ କାର୍ଡ ହେଉ ଅଥବା କ୍ରେଡିଟ୍ କାର୍ଡ ଯଦି ଏହା ଏଟିଏମ ମେସିନ ମଧ୍ୟରେ ଅଟକିଯାଏ ତାହେଲେ ଏହାକୁ ବାହାର କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡେ। ଏଭଳି ସ୍ଥିତିରେ ଆପଣ ଏଟିଏମ୍ ମେସିନ୍ ସହିତ କୌଣସି ଟାମ୍ପରିଂ ମଧ୍ୟ କରନ୍ତୁ ନାହିଁ। ଯଦି ଆପଣ ଏହା କରନ୍ତି ତାହେଲେ ଏହାକୁ ଏକ ଅପରାଧ ବୋଲି ଗ୍ରହଣ କରାଯିବ। ଆପଣ ଏଭଳି ସ୍ଥିତିରେ ତୁରନ୍ତ ବାତିଲ୍ ବଟନ୍ (Cancel Button) ଦବାଇବା ସହ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

ଯଦି ଆପଣଙ୍କ ଆଖପାଖରେ କେହି ଅଛନ୍ତି ତାହେଲେ ତାଙ୍କ ସାହାଯ୍ୟ ନିଅନ୍ତୁ ନାହିଁ କିମ୍ବା ଆପଣ ଆପଣଙ୍କ କାର୍ଡ ପିନ୍, ଏହାର ନମ୍ବର ଏବଂ ଏହା ଉପରେ ଲେଖା ହୋଇଥିବା ସିଭିଭି ନମ୍ବର କାହାକୁ ଦିଅନ୍ତୁ ନାହିଁ। ଯଦି ସେଠାରେ କୌଣସି ହେଲପ୍ ଲାଇନ ନମ୍ବର ଲେଖାଯାଇ ତାହେଲେ ଏହାକୁ ସହଜେ ବିଶ୍ୱାସ କରନ୍ତୁ ନାହିଁ। ଆପଣ ବ୍ୟାଙ୍କ ଆପ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ତାଲିକାଭୂକ୍ତ ଅଫିସିଆଲ୍ ନମ୍ବର ସହ ଯୋଗାଯୋଗ କରନ୍ତୁ। ଆପଣ ଆପଣଙ୍କର କାରବାର ବାତିଲ ହୋଇଛି ନା ନାହିଁ ତାହା ବ୍ୟାଙ୍କ ହେଲପ ଲାଇନ ନମ୍ବର ମାଧ୍ୟମରେ ଯାଞ୍ଚ କରିନିଅନ୍ତୁ। ଆପଣ ଆପଣଙ୍କର ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଯଦି ଆପଣଙ୍କ କାର୍ଡ ଏଟିଏମ ମେସିନ ମଧ୍ୟରୁ ବାହାରି ନାହିଁ, ତାହେଲେ ଆପଣ କ୍ରମାଗତ ଭାବେ ବ୍ୟାଙ୍କ ସହ ଯୋଗାଯୋଗରେ ରହିଥାନ୍ତୁ। ଆପଣ ଆପଣଙ୍କ ସହ ଘଟିଥିବା ସମସ୍ୟା ବାବଦରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ। ବ୍ୟାଙ୍କ ନାମ ଏବଂ ଏହାର ଅବସ୍ଥାନ ବିଷୟରେ ମଧ୍ୟ ଉଲ୍ଲେଖ କରନ୍ତୁ। ଏହା ବ୍ୟତୀତ ଆପଣଙ୍କ ଆଖପାଖରେ ଉପସ୍ଥିତ ରହିଥିବା କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ନାହିଁ।

ଯଦି ଆପଣ ଏପରି କୌଣସି ଲୋକଙ୍କ ପରାମର୍ଶ ଗ୍ରହଣ କରନ୍ତି ତାହେଲେ ଏଭଳି ସ୍ଥିତିରେ ଠକ ଆପଣଙ୍କ କାର୍ଡ ବିବରଣୀ ହାସଲ କରି ନେଇଥାନ୍ତି। ଅନ୍ୟପଟେ ଆପଣ ଯଦି ଆପଣଙ୍କ କାର୍ଡ ଏଟିଏମ ମେସିନ ମଧ୍ୟରେ ଛାଡି ଦିଅନ୍ତି, ତାହେଲେ ଠକଙ୍କୁ ଆପଣଙ୍କ ପିନ କୋର୍ଡ଼ ମିଳିଯାଏ। ସହାୟତା ନାମରେ ସେମାନେ ଆପଣଙ୍କ କାର୍ଡ ବିବରଣୀ, କାର୍ଡ ଉପରେ ଲେଖା ଯାଇଥିବା ସିଭିଭି ନମ୍ବର ଏବଂ ଏହାର ସମାପ୍ତି ତାରିଖ ପୂର୍ବରୁ ନୋଟ୍ କରି ନେଇଥାନ୍ତି। ଏଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ଅଜାଣତରେ ମଧ୍ୟ ତାଙ୍କର OTP (One Time Password) ମଧ୍ୟ ଦେଇଥାନ୍ତି। ଯାହା ଉପରେ ରହିଥାଏ ଠକଙ୍କ ନଜର। ସେମାନେ ଆପଣଙ୍କ ବ୍ୟାଙ୍କ ଖାତାରୁ ସମସ୍ତ ଟଙ୍କା ଉଠାଇ ଗାଏବ ହୋଇଯାନ୍ତି। ଯଦି ଆପଣ ଏଟିଏମ ମେସିନ ମଧ୍ୟରେ କାର୍ଡ ବ୍ଲକ ନ କରି ଏହାକୁ ସେଠାରେ ଛାଡ଼ି ଦେଇ ଆସନ୍ତି, ତାହେଲେ ଅସୁବିଧା ଆହୁରି ବଢିଯାଏ। କାରଣ ଠକଙ୍କ ପାଖର ଆପଣଙ୍କ ପିନ୍ ନମ୍ବର ରହିଛି। ସେମାନେ ମେସିନ ମଧ୍ୟରୁ କାର୍ଡ ବାହାର କରିବାର କୌଶଳ ଜାଣନ୍ତି। ସେମାନେ ଆପଣଙ୍କ କାର୍ଡ ଏଟିଏମ ମେସିନ ମଧ୍ୟରେ ପୁନଃ ପ୍ରବେଶ କରାଇ ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ନେଇଥାନ୍ତି। ଏଭଳି ପରିସ୍ଥିତିରେ ସର୍ବଦା ସାବଧାନ ରୁହନ୍ତୁ। କେବଳ ସେତେବେଳେ ଆପଣ ଠକାମୀରୁ ରକ୍ଷା ପାଇପାରିବେ।