Assam Rifles Recruitment 2023: ୬୧୬ ପଦବୀ ପାଇଁ ୧୭ ଫେବୃଆରୀରୁ ଆରମ୍ଭ ହେବ ପଞ୍ଜୀକରଣ
Advertisement

Assam Rifles Recruitment 2023: ୬୧୬ ପଦବୀ ପାଇଁ ୧୭ ଫେବୃଆରୀରୁ ଆରମ୍ଭ ହେବ ପଞ୍ଜୀକରଣ

Assam Rifles Recruitment Rally: ଏହି ପଦ ଯୋଗ୍ୟ ପ୍ରାର୍ଥୀ ଆସାମ ରାଇଫଲ୍ସ ଅଫିସିଆଲ୍ ସାଇଟ୍ assamrifles.gov.in ମାଧ୍ୟମରେ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ୧୭ ଫେବୃଆରୀରୁ ଆରମ୍ଭ ହୋଇ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ଅଭିଯାନ ଆସାମ ରାଇଫଲ୍ସ ସଙ୍ଗଠନର ୬୧୬ ପଦ ପୂରଣ କରାଯିବ। 

Assam Rifles Recruitment 2023: ୬୧୬ ପଦବୀ ପାଇଁ ୧୭ ଫେବୃଆରୀରୁ ଆରମ୍ଭ ହେବ ପଞ୍ଜୀକରଣ

Assam Rifles Recruitment Rally 2023: ଆସାମ ରାଇଫଲ୍ସ ଏହାର ଟେକ୍ନିକାଲ୍ ଏବଂ ଟ୍ରେଡ୍ସମ୍ୟାନ୍ ପଦବୀ ପାଇଁ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରୁଛି। ଏହି ପଦ ଯୋଗ୍ୟ ପ୍ରାର୍ଥୀ ଆସାମ ରାଇଫଲ୍ସ ଅଫିସିଆଲ୍ ସାଇଟ୍ assamrifles.gov.in ମାଧ୍ୟମରେ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ୧୭ ଫେବୃଆରୀରୁ ଆରମ୍ଭ ହୋଇ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ଅଭିଯାନ ଆସାମ ରାଇଫଲ୍ସ ସଙ୍ଗଠନର ୬୧୬ ପଦ ପୂରଣ କରାଯିବ। ଯୋଗ୍ୟତା ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ନିମ୍ନରେ ପଢନ୍ତୁ।

ଯୋଗ୍ୟତା ମାନଦଣ୍ଡ 
ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆସାମ ରାଇଫଲ୍ସ ଅଫିସିଆଲ୍ ସାଇଟ୍ assamrifles.gov.in ଠାରେ ଉପଲବ୍ଧ ବିସ୍ତୃତ ବିଜ୍ଞପ୍ତି ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଯାଞ୍ଚ କରିପାରିବେ।

ଚୟନ ପ୍ରକ୍ରିୟା
ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା ଏବଂ ବିସ୍ତୃତ ଡାକ୍ତରୀ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା ଅନ୍ତର୍ଭୂକ୍ତ ରହିଛି। ମୋଟ ୧୦୦ ମାର୍କ ବିଶିଷ୍ଟ ଲିଖିତ ପରୀକ୍ଷାରେ ସାଧାରଣ / EWS ବର୍ଗ ପାଇଁ ପାସ ମାର୍କ ହେଉଛି ୩୫ ପ୍ରତିଶତ। ସେହିଭଳି ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ତଥା ଜନଜାତି ବର୍ଗ ପାଇଁ ସର୍ବନିମ୍ନ ପାସ୍ ମାର୍କ ୩୩ ପ୍ରତିଶତ ମାର୍କ ରହିଛି। ପ୍ରାର୍ଥୀଙ୍କୁ PST, PET,  Trade Test, ଲିଖିତ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଆଦି ସମସ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡ଼ିବ। 

ଆବେଦନ ଶୁଳ୍କ 
ଏହି ପରୀକ୍ଷା ପାଇଁ ଆବେଦନ ଶୁଳ୍କ ହେଉଛି ୧୦୦ ଟଙ୍କା। ଏହି ଶୁଳ୍କ ପ୍ରାର୍ଥୀଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ HQ DGAR, ନିଯୁକ୍ତି ଶାଖା, ଶିଲଂ-୧୦, ଷ୍ଟେଟବ୍ୟାଙ୍କ କରେଣ୍ଟ ଆକାଉଣ୍ଟ ନମ୍ବର ୩୭୦୮୮୦୪୬୭୧୨ ଠାରେ ଜମା କରାଯିବ। ଅଧିକ ସମ୍ବନ୍ଧୀୟ ବିବରଣୀ ପାଇଁ ଆବେଦନ କରିବାକୁ ଯାଉଥିବା ପ୍ରାର୍ଥୀ ଆସାମ ରାଇଫଲ୍ସର ଅଫିସିଆଲ୍ ସାଇଟ୍ ଯାଞ୍ଚ କରିପାରିବେ।