'ଶ୍ରୀଲଙ୍କା ପରି ଦିନେ ଭାରତର ପ୍ରଧାନମନ୍ତ୍ରୀ ବାସଭବନରେ ପଶିବେ ଲୋକ'
Advertisement

'ଶ୍ରୀଲଙ୍କା ପରି ଦିନେ ଭାରତର ପ୍ରଧାନମନ୍ତ୍ରୀ ବାସଭବନରେ ପଶିବେ ଲୋକ'

 Asaduddin Owaisi: ଓୱେସି କହିଛନ୍ତି ଯେ, ଶ୍ରୀଲଙ୍କାରେ ଏହି ପରିସ୍ଥିତି ଏଥିପାଇଁ ଘଟିଛି କାରଣ ସେଠାରେ ସରକାର ବେକାରୀ, ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିନାହାଁନ୍ତି । ଭାରତରେ ମଧ୍ୟ ଲୋକମାନେ ବର୍ତ୍ତମାନ ରାସ୍ତାରେ ଓହ୍ଲାଇବାକୁ ଆରମ୍ଭ କରିଛନ୍ତି ।

'ଶ୍ରୀଲଙ୍କା ପରି ଦିନେ ଭାରତର ପ୍ରଧାନମନ୍ତ୍ରୀ ବାସଭବନରେ ପଶିବେ ଲୋକ'

ନୂଆଦିଲ୍ଲୀ: Asaduddin Owaisi: AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି (Asaduddin Owaisi) କହିଛନ୍ତି ଯେ, ଯେପରି ଶ୍ରୀଲଙ୍କାରେ ଲୋକମାନେ ରାଷ୍ଟ୍ରପତି ବାସଭବନରେ ପ୍ରବେଶ କରିଥିଲେ, ସେହିଭଳି ଭାରତରେ ମଧ୍ୟ ଦିନେ ଲୋକମାନେ ପ୍ରଧାନମନ୍ତ୍ରୀ ବାସଭବନ (PM House) ରେ ପ୍ରବେଶ କରିବେ ଓ ବସିବେ । ଓୱେସି କହିଛନ୍ତି ଯେ, ଶ୍ରୀଲଙ୍କାରେ ଏହି ପରିସ୍ଥିତି ଏଥିପାଇଁ ଘଟିଛି କାରଣ ସେଠାରେ ସରକାର ବେକାରୀ, ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିନାହାଁନ୍ତି । ଭାରତରେ ମଧ୍ୟ ଲୋକମାନେ ବର୍ତ୍ତମାନ ରାସ୍ତାରେ ଓହ୍ଲାଇବାକୁ ଆରମ୍ଭ କରିଛନ୍ତି । ଅଗ୍ନିପଥ ଯୋଜନା ବିରୁଦ୍ଧରେ ବିରୋଧ ଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ନେତାଙ୍କ ଉପରେ ଲୋକଙ୍କ ବିଶ୍ୱାସ କମିବାରେ ଲାଗିଛି ।

ରାଜସ୍ଥାନର ଜୟପୁରରେ 'ଟକ୍ ଜର୍ଣ୍ଣାଲିଜିମ୍'ରେ ଯୋଗ ଦେଇ ଓୱେସି କହିଛନ୍ତି ଯେ, "CAA, କୃଷି ବିଲ୍, ଅଗ୍ନିବୀର ଭଳି ପ୍ରସଙ୍ଗରେ ଲୋକମାନେ ରାସ୍ତାରେ ଓହ୍ଲାଇଛନ୍ତି । ଦେଖନ୍ତୁ ଦିନେ ଯେପରି ଶ୍ରୀଲଙ୍କାର ଲୋକମାନେ ରାଷ୍ଟ୍ରପତି ଭବନ ଭିତରେ ବସିଥିଲେ, ସେହିଭଳି ଏଠାରେ ପିଏମ ହାଉସରେ ପ୍ରବେଶ କରିବେ ଏବଂ କହିବେ ଯେ ଆମକୁ ଚାକିରି ଦେଇନାହାଁନ୍ତି । ମୁଁ ଏପରି ଚାହୁଁ ନାହିଁ, ନଚେତ୍ ଆଗାମୀ ସମୟରେ ମୋ ଉପରେ UAPA ଲାଗୁ ହେବ ।" ଏହି ସମୟରେ ଓୱେସି ଦେଶରେ PFI ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ କି ବୋଲି ପ୍ରଶ୍ନର ଉତ୍ତର ଦେଇନଥିଲେ ।

ଓୱେସି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗତ କିଛି ବର୍ଷ ଧରି କାର୍ଯ୍ୟପାଳିକା ସଂସଦରେ ବିଧେୟକକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି, ଯାହାଦ୍ୱାରା ବିତର୍କର ପରିସର ହ୍ରାସ ପାଇଛି । ସଂସଦର ମୌସୁମୀ ଅଧିବେଶନରେ ୧୪ଟି ବିଲ୍ ଆଗତ କରାଯାଇଥିଲା ଓ କିଛି ମିନିଟ୍ ମଧ୍ୟରେ ଏହା ମଧ୍ୟ ପାରିତ ହୋଇଥିଲା । ସଂସଦରେ ଗୋଟିଏ ବର୍ଷରେ ମାତ୍ର ୬୦-୬୫ ଦିନ ବୈଠକ ହୋଇଥାଏ, ତେଣୁ ଆମେ କିପରି ଲୋକଙ୍କ ସମସ୍ୟା ଉଠାଇବୁ? ଉଦୟପୁର ଘଟଣାର ପ୍ରଶ୍ନ ଉପରେ ଓୱେସି କହିଛନ୍ତି ଯେ, ଆମେ ଏହି ଘଟଣାକୁ ନିନ୍ଦା କରିଛୁ ଓ ଆମେ ବିଶ୍ୱାସ କରୁ ଯେ ଯେତେବେଳେ କହ୍ନେୟାଲାଲ ପୋଲିସକୁ ଅଭିଯୋଗ ଦେଇଥିଲେ ସେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଯଦି ସେହି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ତେବେ ଏହି ଘଟଣା ହୋଇନଥାନ୍ତା ।  

ଏହା ବି ପଢ଼ନ୍ତୁ:-ବିଦ୍ୟୁତ ଆଘାତରେ ୧୦ କାଉଡ଼ିଆ ମୃତ, ୧୬ ଆହତ

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ମଧ୍ୟରାତ୍ରି ଗିରଫ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ଏକନାଥ ସିନ୍ଦେ

ଏହା ବି ପଢ଼ନ୍ତୁ:-ଖୁସି ଖବର ଦେଲେ ରେଳ ମନ୍ତ୍ରୀ, ଉପକୃତ ହେବେ ଓଡ଼ିଶାବାସୀ