Arvind Kejriwal: ଆଜି ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ମାମଲାର ରାୟ
Advertisement
Article Detail0/zeeodisha/odisha2332109

Arvind Kejriwal: ଆଜି ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ମାମଲାର ରାୟ

Arvind Kejriwal: ଦିଲ୍ଲୀ ମଦନୀତି ସହ ଜଡି଼ତ ମନି ଲାଣ୍ତରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି଼)ର  ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ।  

 

Arvind Kejriwal: ଆଜି ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ମାମଲାର ରାୟ

Arvind Kejriwal: ଦିଲ୍ଲୀ ମଦନୀତି ସହ ଜଡି଼ତ ମନି ଲାଣ୍ତରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି଼)ର  ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ।  ବିଚାରପତି ସଞ୍ଜିବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ତପୀଠ ମେ ୧୭ ରେ ମାମଲାର ଚୁଡାନ୍ତ  ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ।  ମଦନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅନ୍ତରିଣ ସୁରକ୍ଷା ଦେବାକୁ ମନା କରିବା ପରେ ଗତ ମାର୍ଚ୍ଚ ୨୧ରେ ଇଡି଼ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। କୋର୍ଟ ତାଙ୍କୁ ପ୍ରଥମେ ଇଡି଼ ହେପାଜତ୍ ଓ ପରେ ତିହାର ଜେଲକୁ ପଠାଇଦେଇଥିଲେ।  ତେବେ, ନିର୍ବାଚନ ପ୍ରଚାର ଲାଗି ସୁପ୍ରମିକୋର୍ଟ ତାଙ୍କୁ ମେ ୧୦ ତାରିଖରେ ଅନ୍ତରିଣ ଜାମିନ୍ ଦେଇଥିଲେ। ସର୍ବୋଚ୍ଚ ଅଦଲାତଙ୍କ ନିର୍ଦ୍ଦେଶ ଅନୁସାରେ ଜୁନ୍ ୨ରେ ଜାମିନ୍ ଅବଧି ଶେଷ ହେବା ପରେ ସେ ତିହାର ଜେଲ୍ ରେ ଆତ୍ମସନର୍ପଣ କରିଥିଲେ।   

ALSO READ: Weather Update: ବଢିବ ବର୍ଷାର ପରିମାଣ, ୪୮ ଘଣ୍ଟା ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ALSO READ: Today Horoscope: ଆଜି ଏହି ରାଶିଙ୍କୁ ରହିଛି ଅର୍ଥପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?