Artificial Blood: ଆସିଲା ରକ୍ତର ବିକଳ୍ପ, ଏହି ତାରିଖ ସୁଦ୍ଧା ବଜାରରେ ହେବ ଉପଲବ୍ଧ
Advertisement
Article Detail0/zeeodisha/odisha1430642

Artificial Blood: ଆସିଲା ରକ୍ତର ବିକଳ୍ପ, ଏହି ତାରିଖ ସୁଦ୍ଧା ବଜାରରେ ହେବ ଉପଲବ୍ଧ

Artificial Blood: ବିଶ୍ୱରେ ପ୍ରଥମ ଥର ପାଇଁ ଲ୍ୟାବରେ ପ୍ରସ୍ତୁତ ରକ୍ତ ଲୋକଙ୍କୁ ଦିଆଯାଇଛି। ବ୍ରିଟେନର ଦୁଇ ଜଣ ଭଲ୍ୟୁଣ୍ଟରଙ୍କ ଶରୀରରେ ଏହି ରକ୍ତର କ୍ଲିନିକାଲ ଟେଷ୍ଟ ହୋଇଛି। ଯଦି କୃତ୍ରିମ ରକ୍ତ ସୁରକ୍ଷିତ ଓ ସଫଳ ବୋଲି ପ୍ରମାଣିତ ହୁଏ ତେବେ ଆଗାମୀ ଦିନରେ ତାର ଗ୍ରୁପ୍ ବ୍ୟବସ୍ଥା ହେବ।

 Artificial Blood: ଆସିଲା ରକ୍ତର ବିକଳ୍ପ, ଏହି ତାରିଖ ସୁଦ୍ଧା ବଜାରରେ ହେବ ଉପଲବ୍ଧ

Artificial Blood, ନୂଆଦିଲ୍ଲୀ: ରକ୍ତ ହେଉଛି ବିଶ୍ୱର ଅନ୍ୟତମ ମୂଲ୍ୟବାନ ଜିନିଷ, ଯାହାର ବିକଳ୍ପ ବର୍ତ୍ତମାନ ସୁଦ୍ଧା ବାହାରି ପାରିନାହିଁ। କିନ୍ତୁ ବିଜ୍ଞାନ ଏହାକୁ ମଧ୍ୟ ତିଆରି କରିବାରେ ଲାଗିଛି। ଦୁନିଆର ଅନ୍ୟ ଦେଶ ପରି ଭାରତର ମେଡିକାଲରେ ରକ୍ତର ବହୁଳ ଆବଶ୍ୟକତା ରହିଛି। କାରଣ ଏଠାରେ ସିକିଲସେଲ ଓ ଦୁର୍ଘଟଣା ସଂଖ୍ୟା ଅଧିକ। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଦିଗରେ ବିଜ୍ଞାନ ଆଉ ଦୁଇ ପାଦ ଆଗକୁ ବଢିଛି। ବିଶ୍ୱରେ ପ୍ରଥମ ଥର ପାଇଁ ଲ୍ୟାବରେ ପ୍ରସ୍ତୁତ ରକ୍ତ ଲୋକଙ୍କୁ ଦିଆଯାଇଛି। ବ୍ରିଟେନରେ ଏହାର ଏକ କ୍ଲିନିକାଲ୍ ଟ୍ରାଏଲ କରାଯାଇଛି।  

ପ୍ରଥମ ଥର ପାଇଁ ମଣିଷକୁ ପରୀକ୍ଷାଗାର ବା ଲ୍ୟାବରେ ପ୍ରସ୍ତୁତ ରକ୍ତ ଦିଆଯାଇଛି। ବ୍ରିଟେନର ଦୁଇ ଜଣ ଭଲ୍ୟୁଣ୍ଟରଙ୍କ ଶରୀରରେ ଏହି ରକ୍ତର କ୍ଲିନିକାଲ ଟେଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଛି। ଭଲ୍ୟୁଣ୍ଟରଙ୍କ ଶରୀରରେ ମାତ୍ର ୫ରୁ ୧୦ ମିଲିଲିଟର କୃତ୍ରିମ ରକ୍ତ ଟ୍ରାନ୍ସଫ୍ୟୁଜ୍ କରାଯାଇଛି। ଷ୍ଟେମ ସେଲରୁ ଏହି ଲୋହିତ ରକ୍ତ କଣିକା ପ୍ରସ୍ତୁତ କରାଯାଇଛି। ଏହାର ଜୀବନ କାଳ ଓ ପ୍ରାକୃତିକ ରକ୍ତକଣିକାର ଜୀବନ କାଳ ମଧ୍ୟରେ କେତେ ଫରକ ରହୁଛି ତାହା ଜଣାପଡିନାହିଁ। ଯଦି କୃତ୍ରିମ ରକ୍ତ ସୁରକ୍ଷିତ ଓ ସଫଳ ବୋଲି ପ୍ରମାଣିତ ହୁଏ ତେବେ ଆଗାମୀ ଦିନରେ ତାର ଗ୍ରୁପ୍ ବ୍ୟବସ୍ଥା ହେବ। କିନ୍ତୁ ଏହି ଟ୍ରାଏଲ କେବେ ସୁଦ୍ଧା ସଫଳ ହେବ ଓ ବଜାରକୁ ଆସିବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

Also Read: Lunar Eclipse 2022: କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ବଦଳିଛି ନୀତି ନି

କୃତ୍ରିମ ରକ୍ତର ଟ୍ରାଏଲ ଅନୁନ୍ୟ ୧୦ ଜଣ ଭଲ୍ୟୁଣ୍ଟରଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଭଲ୍ୟୁଣ୍ଟରଙ୍କୁ ଚାରି ମାସ ବ୍ୟବଧାନରେ ଦୁଇଥର ଅଳ୍ପ ଅଳ୍ପ ପରିମାଣରେ ଲ୍ୟାବରେ ପ୍ସ୍ତୁତ ରକ୍ତ ଦିଆଯିବ। ଯଦି ଏହା ସଫଳ ହୁଏ ତେବେ ଚିକିତ୍ସା ବିଜ୍ଞାନରେ ଏହ ନୂଆ ଯୁଗ ଆରମ୍ଭ ହେବ। ରିପୋର୍ଟ ଅନୁସାରେ, ଭାରତରେ ପ୍ରତିବର୍ଷ ଦେଢ କୋଟି ୟୁନିଟ ରକ୍ତର ଆବଶ୍ୟକତା ପଡିଥାଏ। କିନ୍ତୁ ବିଭିନ୍ନ ଉପାୟରେ ମାତ୍ର ଏକ କୋଟି ଦଶ ଲକ୍ଷ ୟୁନିଟ ରକ୍ତ ଯୋଗାଡ ହେଉଥିବା ବେଳେ ବଳକା ୪୦ ଲକ୍ଷ ୟୁନିଟ ପାଇଁ ଉଭୟ ମେଡିକାଲ ଓ ରୋଗୀଙ୍କୁ ସଙ୍ଘର୍ଷ କରିବାକୁ ପଡେ। ଅନେକ ସମୟରେ ରକ୍ତ ଅଭାବରୁ ରୋଗୀଙ୍କର ଜୀବନ ମଧ୍ୟ ଚାଲିଯାଏ। ବିଶେଷ କରି ଦୁର୍ଘଟଣା ଜନିତ ମାମଲା, ଅସ୍ତ୍ରୋପଚାର, ପ୍ରସବ ଓ ସିକିଲସେଲ ରୋଗୀଙ୍କ କ୍ଷେତ୍ରରେ ରକ୍ତର ଅଧିକ ଆବଶ୍ୟକତା ପଡିଥାଏ।

ବ୍ରିଟେନର ଗବେଷକ ଏବଂ ବୈଜ୍ଞାନିକମାନେ କହିଛନ୍ତି, 'ଲ୍ୟାବ ବଢ଼ୁଥିବା ରକ୍ତ ଶରୀରରେ କିପରି କାର୍ଯ୍ୟ କରେ, ତାହା ଜାଣିବା ପାଇଁ ଅତି କମ୍ ପରିମାଣରେ ମନୁଷ୍ୟ ଶରୀରରେ ଟ୍ରାନ୍ସଫର ହୋଇଛି। ଏହି କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ଲୋକମାନଙ୍କର ଆୟୁ ବଢାଇପାରେ। ଯେଉଁମାନେ ଥାଲାସେମିଆ ଏବଂ ରକ୍ତହୀନତା ଭଳି ରୋଗରେ ଜିତିବା ପାଇଁ ନିୟମିତ ରକ୍ତଦାତା ଉପରେ ନିର୍ଭରଶୀଳ ଅଛନ୍ତି ସେମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ ହେବ। 'ବିବିସି'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଗବେଷଣାର ମୂଳ ଲକ୍ଷ୍ୟ ହେଉଛି, ସେହି ବିରଳ ବ୍ଲଡ ଗ୍ରୁପର ରୋଗୀ ଓ ନିୟମିତ ରକ୍ତ ନେଇଥିବା ରୋଗୀଙ୍କ କଷ୍ଟ ଲାଘବ କରିବା। କାରଣ ଯଦି ରକ୍ତ ନମୂନା ସଠିକ୍ ଭାବରେ ମେଳନଖାଏ, ତେବେ ପୀଡିତଙ୍କ ଶରୀରରେ ସେହି ରକ୍ତ ପ୍ରତିକ୍ରିୟା କରିବା ଆରମ୍ଭ କରେ ଏବଂ ଚିକିତ୍ସା ସଫଳ ହୁଏ ନାହିଁ। 

Also Read: ମଙ୍ଗଳବାର ଏସବୁ କାମ କରିବା ମନେ କରାଯାଏ ଅଶୁଭ, କ୍ରୋଧିତ ହୋଇଯାଆନ୍ତି ବଜରଙ୍ଗବାଲି

କ୍ଲିନିକାଲ ଟ୍ରାଏଲରେ ଜଡିତ ଥିବା ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶଲି ଟୋଏ କହିଛନ୍ତି ଯେ, କେତେକ ବ୍ଲଡ ଗ୍ରୁପ ବିରଳ ଏବଂ ବ୍ରିଟେନରେ କେବଳ ୧୦ ଜଣ ଲୋକ କ୍ରମାଗତ ଭାବରେ ଏହି ପ୍ରକାର ରକ୍ତ ଦାନ କରିପାରିବେ। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଭାରତରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା 'ବମ୍ବେ' ବ୍ଲଡ ଗ୍ରୁପର କେବଳ ତିନି ୟୁନିଟ୍ ରକ୍ତ ଉପଲବ୍ଧ ଅଛି। ବ୍ରିଷ୍ଟଲ୍, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ, ଲଣ୍ଡନ୍ ଏବଂ NHS ବ୍ଲଡ୍ ଏବଂ ଟ୍ରାନ୍ସପ୍ଲାଣ୍ଟର ଦଳ ମିଳିତ ଭାବେ ଏହି କୃତ୍ରିମ ପରୀକ୍ଷା କରୁଛନ୍ତି। ପ୍ରଥମ ତଥା ପ୍ରାରମ୍ଭିକ ପରୀକ୍ଷାରେ ଦୁଇ ଜଣ ଭଲ୍ୟୁଣ୍ଟିଅର ଅଂଶଗ୍ରହଣ କରିଛନ୍ତି କିନ୍ତୁ ବୈଜ୍ଞାନିକମାନେ ଅତି କମରେ ୧୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କଠାରେ ଏହି ରକ୍ତ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛନ୍ତି। 

ଲ୍ୟାବ ଉତ୍ପାଦିତ ରକ୍ତକୁ ରେଡିଓଆକ୍ଟିଭ୍ ପଦାର୍ଥ ସହିତ ଟ୍ୟାଗ୍ କରାଯାଇଛି, ଯାହା ଚିକିତ୍ସା ପ୍ରକ୍ରିୟାରେ ବ୍ୟବହୃତ ହୁଏ। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ, ଲ୍ୟାବରେ ବୃଦ୍ଧି ହୋଇଥିବା ରକ୍ତ ସାଧାରଣ ରକ୍ତ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ରିପୋର୍ଟ ଅନୁଯାୟୀ, ଏହି ରକ୍ତକୁ ଲ୍ୟାବରେ ବିକଶିତ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ ହେବ, ଯଦିଓ ବୈଜ୍ଞାନିକ ଦଳ ଏହା ବିଷୟରେ କୌଣସି ଠୋସ୍ ସୂଚନା ଦେଇନାହାଁନ୍ତି। NHS ବ୍ଲଡ ଆଣ୍ଡ ଟ୍ରାନ୍ସପ୍ଲାଣ୍ଟର ଟ୍ରାନ୍ସଫ୍ୟୁଜନର ମେଡିକାଲ ନିର୍ଦ୍ଦେଶକ ଡ. ଫାରୁକ୍ ଶାହା କହିଛନ୍ତି, 'ଏହି ଅନୁସନ୍ଧାନ ଲୌହ ରକ୍ତ କଣିକା ଗଠନ ପାଇଁ ମୂଳଦୁଆ ପକାଉଛି। ଯଦି ମାନବ ଶରୀର ଲ୍ୟାବ ରକ୍ତକୁ ଗ୍ରହଣ କରେ, ତେବେ ରୋଗାକ୍ରାନ୍ତ କୋଷ ଭଳି ରୋଗରେ ଆକ୍ରାନ୍ତ ଲୋକଙ୍କ ଜୀବନ ବଞ୍ଚାଇବା ସହଜ ହେବ।