Train Accident: ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା ପଛର ସତ, ଟ୍ରେନ୍ ଚଳାଇବା ସମୟରେ..
Advertisement

Train Accident: ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା ପଛର ସତ, ଟ୍ରେନ୍ ଚଳାଇବା ସମୟରେ..

Andhra Train Accident: ୨୦୨୩ ଅକ୍ଟୋବର ମାସ ୨୯ ତାରିଖରେ ଆନ୍ଧ୍ରପ୍ରଦେଶର ହାୱଡ଼ା- ଚେନ୍ନାଇ ରୁଟରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଲୋକ ପାଇଲଟ୍ ଓ ତାଙ୍କ ସହଯୋଗୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ୫୦ ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ଏହି ବଡ଼ ଧରଣର ରେଳ ଦୁର୍ଘଟଣା ପଛର କାରଣ ଏବେ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ରାୟଗଡ଼ା ପାସେଞ୍ଜର ଟ୍ରେନ୍ ର ଲୋକ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖି ଟ୍ରେନ୍ ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ‘ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ଘଟିଥିଲା ତାହାର କାରଣ ଥିଲା ଲୋକେ ପାଇଲଟ୍ ଓ କୋ- ପାଇଲଟ୍ ଙ୍କ ଅନ୍ୟମନସ୍କତା । ଟ୍ରେନ୍ ଚଳାଇବା ବେଳେ ଉଭୟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ । ଅନ୍ୟମନସ୍କ ହୋଇଯିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା’ । ଏଥିସହ ଭାରତୀୟ ରେଳ ବିଭାଗ ନୂଆ ସୁରକ୍ଷା ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ‘ଏବେ ଟ୍ରେନ୍ ରେ ଏଭଳି ବ୍ୟବସ୍ଥା କରାଯିବ ଯାହା ଦ୍ୱାରା ଲୋକ ପାଇଲଟ୍ ଓ ତାଙ୍କ ସହଯୋଗୀ ଟ୍ରେନ୍ ଚଳାଇବା ଉପରେ ଧ୍ୟାନ ଦେଉଛନ୍ତି କି ନାହିଁ ତାହା ଜଣାପଡିବ’ ।

Also Read- World Wildlife Day 2024: ଆଜି ବିଶ୍ବ ବନ୍ୟ ପ୍ରାଣୀ ଦିବସ, ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

ପ୍ରକାଶ ଥାଉ କି, ୨୦୨୩ ଅକ୍ଟୋବର ମାସ ୨୯ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଉଥିବା ହାଓଡ଼ା-ଚେନ୍ନାଇ ଟ୍ରେନ୍ ରେଳପଥରେ ସନ୍ଧ୍ୟା ୭ଟା ବେଳେ ରାୟଗଡ଼ା ପାସେଞ୍ଜର୍‌ ଟ୍ରେନ୍‌ ବିଶାଖାପଟନମ୍‌ ପଲାସା ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଯାତ୍ରୀ ଆହତ ହୋଇଥିଲେ।