Amrit Bharat Train Fare: ଜାଣନ୍ତୁ କେତେ ରହିଛି ଅମୃତ ଭାରତ ଟ୍ରେନର ଟିକେଟ୍ ମୂଲ୍ୟ ?
Advertisement
Article Detail0/zeeodisha/odisha2037101

Amrit Bharat Train Fare: ଜାଣନ୍ତୁ କେତେ ରହିଛି ଅମୃତ ଭାରତ ଟ୍ରେନର ଟିକେଟ୍ ମୂଲ୍ୟ ?

Amrit Bharat Train Fare: ବର୍ଷ ଶେଷରେ ରେଳଓ୍ବେ ଦେଇଛି ଦେଶବାସୀଙ୍କୁ ବଡ଼ ଉପହାର।  ଶନିବାର ଦେଶରେ ଗଡ଼ିଛି  ୨ ଅମୃତ ଭାରତ ଟ୍ରେନ୍ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi) ଶୁଭାରମ୍ଭ କରିଛନ୍ତି। ଅମୃତ ଭାରତ ଟ୍ରେନ୍ (amrit bharat train )ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ପଢନ୍ତୁ ଏହି ରିପୋର୍ଟ...

Amrit Bharat Train Fare: ଜାଣନ୍ତୁ କେତେ ରହିଛି ଅମୃତ ଭାରତ ଟ୍ରେନର ଟିକେଟ୍ ମୂଲ୍ୟ ?

Amrit Bharat Train Fare: ବର୍ଷ ଶେଷରେ ରେଳଓ୍ବେ ଦେଇଛି ଦେଶବାସୀଙ୍କୁ ବଡ଼ ଉପହାର।  ଶନିବାର ଦେଶରେ ଗଡ଼ିଛି  ୨ ଅମୃତ ଭାରତ ଟ୍ରେନ୍ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi) ଶୁଭାରମ୍ଭ କରିଛନ୍ତି। ଅମୃତ ଭାରତ ଟ୍ରେନ୍ (amrit bharat train )ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ତେବେ, ଏହି ଟ୍ରେନରେ ଯାତ୍ରା କରିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି କୁହାଯାଇପାରିବ। କାହିଁକିନା,  ଏହାର କାରଣ ହେଉଛି  ଅମୃତ ଭାରତ ଟ୍ରେନ୍ ଅନ୍ୟ ଟ୍ରେନ୍ ଅପେକ୍ଷା ସମ୍ପୁର୍ଣ୍ଣ ଭିନ୍ନ। ଏଥିରେ ଯାତ୍ରୀଙ୍କ ପାଇଁ ଏକାଧିକ ସୁବିଧା ରହିଛି। ଏହାସହ ଏହାର ଭଡ଼ା ଅନ୍ୟ ଟ୍ରେନ୍ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି ବୋଲି କୁହାଯାଉଛି(Amrit Bharat Train Fare) ।  

ଏହାବି ପଢନ୍ତୁ : Gajalakshmi Raja Yog: ତିନି ରାଶିଙ୍କ ଭାଗ୍ୟ ଉଦୟ କରିବ ଗଜଲକ୍ଷ୍ମୀ ରାଜଯୋଗ, ବର୍ଷ ଆରମ୍ଭରୁ ରହିଛି ଧନପ୍ରାପ୍ତିର ଯୋଗ

ଅମୃତ ଭାରତ ଟ୍ରେନ୍ ର ଭଡ଼ା କେତେ?

ରେଳ ବୋର୍ଡ଼ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସଂରକ୍ଷଣ ଓ ଅନ୍ୟାନ୍ୟ ଚାର୍ଜକୁ ଛାଡିକି ୧ କିଲୋମିଟରୁ ୫୦ କିଲୋମଟିର ଯାତ୍ରା କରିବା ପାଇଁ ଅମୃତ ଭାରତ ଟ୍ରେନ୍ ରେ ସର୍ବନିମ୍ନ ଭଡା ୩୫ ଟଙ୍କା ରହିଛି । ରେଲୱେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଫେୟାର ଚାର୍ଟ ବା ଭଡା ସମ୍ପର୍କିତ ତାଲିକାରେ କେବଳ ସ୍ଲିପର ଓ ସେକେଣ୍ତ କ୍ଲାସ୍ (ସେକେଣ୍ତ ଟାୟାର୍)ର ଭଡାର ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଯଦି ଅନ୍ୟ ଟ୍ରେନର ସ୍ଲିପର ଓ ସେକେଣ୍ତ କ୍ଲାସ୍ ର ଭଡା କଥା କହିବା, ତେବେ ଅମୃତ ଭାରତ ଟ୍ରେନ୍ ଅନ୍ୟ ଟ୍ରେନ୍ ଅପେକ୍ଷା ୧୫ରୁ  ୧୭ ପ୍ରତିଶତ ଅଧିକ ଭଡା ଯାତ୍ରୀଙ୍କ ଠାରୁ ନେଉଛି। ସଂରକ୍ଷଣ ଓ ଅନ୍ୟାନ୍ୟ ଚାର୍ଜକୁ ବାଦ୍ ଦେଇ ଅନ୍ୟ ସମସ୍ତ ଟ୍ରେନ୍ ୧ ରୁ ୫୦ କିଲୋମିଟର ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ଠାରୁ ୩୦ ଟଙ୍କା ଭଡା ରହିଥିବା ବେଳେ ଅମୃତ ଭାରତ ନେଉଛି ୩୫ ଟଙ୍କା। 

ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ସର୍କୁଲାରେ କୁହାଯାଇଛି ଯେ, ଏହି ଟ୍ରେନରେ ଟିକେଟରେ କୌଣସି ପ୍ରକାର ରିହାତି ମିଳିବ ନାହିଁ। ପ୍ରିଭିଲିଜ୍ ପାସ୍, ପିଟିଓ (ପ୍ରାଇଭିଲିଜ୍ ଟିକେଟ୍ ଅର୍ଡର), ରେଳ କର୍ମଚାରୀଙ୍କ ପାଇଁ ଡ୍ୟୁଟି ପାସ୍ ମେଲ୍ / ଏକ୍ସପ୍ରେସରେ ଯୋଗ୍ୟତା ସହିତ ସମାନ ହେବ । ସର୍କୁଲାର ଅନୁଯାୟୀ, ସାଂସଦମାନଙ୍କୁ ଦିଆଯାଇଥିବା ପାସ୍, ରେଳ ଟ୍ରାଭେଲ୍ କୁପନ୍ସ (ଟିଆରସି) ବିଧାୟକ-ଏମଏଲସିଙ୍କୁ ଦିଆଯାଇଥିବା ପାସ୍ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦିଆଯାଇଥିବା ପାସ୍ ଆଧାରରେ ଟିକେଟ୍ ବୁକିଂ ଅନୁମତି ଦିଆଯିବ । କାରଣ ସେହି ପରିଶୋଧର ବ୍ୟବସ୍ଥା ରହିଛି। 

ଅମୃତ ଭାରତ ଟ୍ରେନ୍ ରେ ରହିଛି ଏହି ସବୁ ବିଶେଷ ସୁବିଧା:

-ଏହା ଘଣ୍ଟା ପ୍ରତି ୧୩୦ କିମି ବେଗରେ ଗତି କରିବ । 
-ଏଥିରେ ମୋଟ ୨୨ଟି କୋଚ ରହିଛି । 
-ସେଥିରୁ ୮ଟି ବଗି ସାଧାରଣ ଶ୍ରେଣୀ ଯାତ୍ରୀଙ୍କ ପାଇଁ, ୧୨ଟି ଦ୍ୱିତୀୟ ଶ୍ରେଣୀ ଓ ୩ଟି ଟାୟାର କୋଚ ଓ ୨ଟି ଗାର୍ଡ଼ କମ୍ପାଟମେଣ୍ଟ ରହିଛି ।
-ଏଥିରେ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ୍ ରହିଛି। 
-ଏହା ପୁସ୍ ପୁଲ (Push pull technology) ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଞ୍ଜନ ସହିତ ଚଳାଚଳ କରିବ । ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍ କମ୍ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ୍ କରିପାରିବ, ଅର୍ଥାତ୍ ଏହା ଶୀଘ୍ର ସ୍ପିଡ୍ ବଢ଼ାଇ ଓ କମାଇପାରିବ। 
- ଅମୃତ ଭାରତ ଟ୍ରେନ୍ ରେ ଷ୍ଟାର୍ଟ ଓ ବ୍ରେକ୍ ବେଳେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ ଓ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ । 
-ଏହି ନନ୍ ଏସି ଟ୍ରେନ୍ ରେ କବଚ ଟେକ୍ନୋଲୋଜି ଲାଗିଛି। 
-ଏଥିରେ ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲ୍‌ଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି।