ଆମେରିକାର ମିଡ଼ିଆରେ 'ମୋଦି-ମୋଦି', ଜଣାନ୍ତୁ କ'ଣ ପାଇଁ କରୁଛନ୍ତି ପ୍ରଶଂସା
Advertisement

ଆମେରିକାର ମିଡ଼ିଆରେ 'ମୋଦି-ମୋଦି', ଜଣାନ୍ତୁ କ'ଣ ପାଇଁ କରୁଛନ୍ତି ପ୍ରଶଂସା

American media praised PM Modi: ମୋଦି ଶୁକ୍ରବାର ଦିନ ପୁଟିନଙ୍କୁ କହିଛନ୍ତି ଯେ ଏହା ୟୁକ୍ରେନ ସହ ଯୁଦ୍ଧ କରିବାର ସମୟ ନୁହେଁ । ବାସ୍ତବରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ଉଜବେକିସ୍ତାନର ସମରକନ୍ଦରେ ହୋଇଥିଲା, ଯାହାକୁ ଆମେରିକୀୟ ଗଣମାଧ୍ୟମ ଦ୍ୱାରା ଖୁବ୍ କଭରେଜ ଦିଆଯାଇଛି ।

ସୌ: ସୋସିଆଲ ମିଡିଆ

American media praised PM Modi: ଆମେରିକାର ଗଣମାଧ୍ୟମ (American media) ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଜୋରଦାର ପ୍ରଶଂସା କରିଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ (Russian President Vladimir Putin) ପିଏମ ମୋଦି ଦେଇଥିବା ଶିକ୍ଷାକୁ ନେଇ ଏହି ପ୍ରଶଂସା କରାଯାଉଛି । ମୋଦି ଶୁକ୍ରବାର ଦିନ ପୁଟିନଙ୍କୁ କହିଛନ୍ତି ଯେ ଏହା ୟୁକ୍ରେନ ସହ ଯୁଦ୍ଧ କରିବାର ସମୟ ନୁହେଁ । ବାସ୍ତବରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ଉଜବେକିସ୍ତାନର (Uzbekistan) ସମରକନ୍ଦରେ ହୋଇଥିଲା, ଯାହାକୁ ଆମେରିକୀୟ ଗଣମାଧ୍ୟମ ଦ୍ୱାରା ଖୁବ୍ କଭରେଜ ଦିଆଯାଇଛି ।

'ଦି ୱାଶିଂଟନ୍ ପୋଷ୍ଟ' ଶୀର୍ଷକ ଦେଇଛି, 'ମୋଦି ୟୁକ୍ରେନରେ ଯୁଦ୍ଧ ପାଇଁ ପୁଟିନଙ୍କୁ ତାଗିଦ କରିଛନ୍ତି' । ଏହି ଖବରକାଗଜ ଲେଖିଛି, 'ମୋଦି ପୁଟିନଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଭବରେ ସର୍ବସାଧାରଣରେ  ଭର୍ତ୍ସନା କରି କହିଛନ୍ତି ...' ଆଧୁନିକ ଯୁଗ ଯୁଦ୍ଧର ଯୁଗ ନୁହେଁ ଓ ମୁଁ ଏହା ବିଷୟରେ ଫୋନରେ ଆପଣଙ୍କୁ କହିଛି। ' ଏଥିରେ କୁହାଯାଇଛି ଯେ ଏହି ନିନ୍ଦାର କାରଣ 69 ବର୍ଷୀୟ ଋଷିଆ ନେତାଙ୍କୁ ସବୁ ଦିଗରୁ ଅତ୍ୟଧିକ ଚାପ ଆସିଛି ।

ପୁଟିନ ମୋଦିଙ୍କୁ କହିଛନ୍ତି, 'ମୁଁ ୟୁକ୍ରେନ ବିବାଦ ଉପରେ ଆପଣଙ୍କ ଦୃଢ଼ତା ଜାଣିଛି, ଆପଣଙ୍କ ଚିନ୍ତା ବିଷୟରେ ମୁଁ ଅବଗତ ଅଛି, ଯାହାକୁ ଆପଣ ବାରମ୍ବାର କହୁଛନ୍ତି । ଏହାକୁ ଯଥାଶୀଘ୍ର ବନ୍ଦ କରିବାକୁ ଆମେ ଚେଷ୍ଟା କରୁଛୁ । ଦୁର୍ଭାଗ୍ୟବଶତ, ବିରୋଧୀ ୟୁକ୍ରେନର ନେତୃତ୍ୱ ବୁଝାମଣା ପ୍ରକ୍ରିୟା ଛାଡିବାକୁ ଘୋଷଣା କରିଥିଲେ । ସେ କହିଥିଲେ ଯେ ସେ ନିଜର ଲକ୍ଷ୍ୟ 'ଯୁଦ୍ଧକ୍ଷେତ୍ରରେ' ହାସଲ କରିବାକୁ ଚାହୁଁଛନ୍ତି । ସେଠାରେ ଯାହା ମଧ୍ୟ ଘଟୁଛି, ସେ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଇବୁ ।"

ଏହା 'ୱାଶିଂଟନ୍ ପୋଷ୍ଟ' ଓ 'ଦି ନ୍ୟୁୟର୍କ ଟାଇମ୍ସ'ର ୱେବପେଜର ଶୀର୍ଷକ ଥିଲା । 'ଦି ନ୍ୟୁୟର୍କ ଟାଇମ୍ସ' ଶୀର୍ଷକ ଲେଖିଛି, 'ଭାରତର ନେତା ପୁଟିନଙ୍କୁ କହିଛନ୍ତି ଏହା ଯୁଦ୍ଧର ସମୟ ନୁହେଁ' । ସେ ଲେଖିଛନ୍ତି, 'ବୈଠକର ସ୍ୱର ବନ୍ଧୁତ୍ୱପୂର୍ଣ୍ଣ ଥିଲା ଓ ଦୁଇ ନେତା ସେମାନଙ୍କର ଦୀର୍ଘ ସହଭାଗୀ ଇତିହାସ ବିଷୟରେ କହିଥିଲେ । ମୋଦି ଏହି ବୟାନ ଦେବା ପୂର୍ବରୁ ପୁଟିନ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ନେଇ ସେ ଭାରତର ଚିନ୍ତା ବୁଝନ୍ତି ।

ଖବରକାଗଜରେ କୁହାଯାଇଛି ଯେ ୟୁକ୍ରେନ ଆକ୍ରମଣ ପରେ ପୁଟିନଙ୍କ ସହ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକର ଗୋଟିଏ ଦିନ ପରେ ମୋଦି ଏହି ବୟାନ ଦେଇଛନ୍ତି । ସି ଜିନପିଙ୍ଗ ଋଷର ରାଷ୍ଟ୍ରପତିଙ୍କ ଅପେକ୍ଷା ଅଧିକ ଶାନ୍ତ ସ୍ୱର ଗ୍ରହଣ କରିଥିଲେ ଓ ତାଙ୍କ ସାର୍ବଜନୀନ ବୟାନରେ ୟୁକ୍ରେନକୁ ଉଲ୍ଲେଖ ନକରିବାକୁ ଚେଷ୍ଟା କରିଥିଲେ ।

ଏହା ବି ପଢ଼ନ୍ତୁ: PM Modi Net worth: ପ୍ରଧାନମନ୍ତ୍ରୀ ହେବା ପରେ କେତେ ବୃଦ୍ଧି ପାଇଛି ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି? ଏଠାରେ ଜାଣନ୍ତୁ