Mughal Garden: ଗୌତମ ବୁଦ୍ଧଙ୍କ ନାଁରେ ନାମିତ ହେଲା ଏହି ପ୍ରସିଦ୍ଧ ଗାର୍ଡେନ
Advertisement

Mughal Garden: ଗୌତମ ବୁଦ୍ଧଙ୍କ ନାଁରେ ନାମିତ ହେଲା ଏହି ପ୍ରସିଦ୍ଧ ଗାର୍ଡେନ

Mughal Garden: ନିକଟରେ ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମକୁ ପରିବର୍ତ୍ତନ କରାଯାଇଥିଲା । ମୋଗଲ ଗାର୍ଡେନ ଭାବେ ପ୍ରସିଦ୍ଧ ଥିବା ଏହି ବଗିଚା ବର୍ତ୍ତମାନ ଅମୃତ ଉଦ୍ୟାନ ନାମ ନାମିତ ହୋଇଛି । ଦେଶର ସ୍ୱାଧୀନର ୭୫ ବର୍ଷ ପୂର୍ତ୍ତି ଅବସରରେ 'ଆଜାଦି କା ଅମୃତ ମହୋତ୍ସବ' ବିଷୟ ବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନ ନାମ ପରିବର୍ତ୍ତନ କରି ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି । ତେବେ ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ପରେ ଏବେ ଏହି ପ୍ରସିଦ୍ଧ ଗାର୍ଡେନର ନାମକୁ ପରିବର୍ତ୍ତନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Mughal Garden: ଗତ ଶନିବାର ଦିନ ରାଷ୍ଟ୍ରପତି ଭବନସ୍ଥିତ ବିଶ୍ୱ ପ୍ରସିଦ୍ଧ ମୋଗଲ ଗାର୍ଡେନର( Mughal Garden) ନାମକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଥିଲେ। ଆଜାଦି କା ଅମୃତ ମହୋତ୍ସବ(Azadi ka Amrit Mahotsav) ଅବସରରେ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରି ଅମୃତ ଉଦ୍ୟାନ ନାମରେ ନାମିତ କରାଯାଇଛି । ଏହାକୁ ଜାନୁୟାରୀ ୨୯ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Draupadi Murmu) ଏହାକୁ ଉଦଘାଟନ କରିଥିଲେ। ଓ ଏହାପରେ ଅନ୍ୟ ଏକ ମୋଗଲ ଗାର୍ଡେନର ନାମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ ପରିସରରେ ଥିବା ମୋଗଲ ଗର୍ଡେନର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। କ୍ୟାମ୍ପସରେ ଥିବା ମୋଗଲ ଉଦ୍ୟାନର ନାମ ପରିବର୍ତ୍ତନ କରିବା ଦିଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି।

ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଉଦ୍ୟାନର ନାମ ପରିବର୍ତ୍ତନ ହେବାର ଦୁଇ ଦିନ ଭିତରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର (Delhi University) ଉତ୍ତର କ୍ୟାମ୍ପସରେ ଥିବା ମୋଗଲ ବଗିଚାର ନାମ ପରିବର୍ତ୍ତନ କରାଯାଇଛି। ତେବେ ଏହି ଉଦ୍ୟାନକୁ ଏବେ ଗୌତମ ବୁଦ୍ଧ ଶତାଦ୍ଦୀ ଉଦ୍ୟାନ (Gautam Buddha Centenary Garden) ନାମରେ ନାମିତ କରାଯାଇଛି ଏନେଇ କ୍ୟାମ୍ପସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବିଶ୍ୱବିଦ୍ୟାଳୟ ଭିତରେ ଥିବା ଏହି ମୋଗଲ ଉଦ୍ୟାନକୁ ଗୌତମ ବୁଦ୍ଧଙ୍କ ନାମରେ ନାମିତ କରିବା ପାଇଁ ଜାନୁୟାରୀ ୨୭ ତାରିଖ ନିଷ୍ପତ୍ତି ନିଆଯାଇଥିଲା। ଉଦ୍ୟାନଟି ମୋଗଲ ଡିଜାଇନରେ ହୋଇ ନଥିବାରୁ ଏହାର ନାମ ବଦଳାଯାଇଥିବା ନେଇ ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ରାଷ୍ଟ୍ରପତି ଭବନର ଉଦ୍ୟାନର ନାମ ପରିବର୍ତ୍ତନ ହେବା ସହ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟସ୍ଥିତ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ ହେବାର କୌଣସି ସମ୍ବନ୍ଧ ନାହିଁ। ଦୀର୍ଘ ସମୟ ଧରି ଉଦ୍ୟାନ କମିଟି ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବଗିଚାର କେନ୍ଦ୍ରରେ ଥିବା ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଅନୁସାରେ ଉଦ୍ୟାନର ନାମ ପରିବର୍ତ୍ତନ କରାଯାଇ ଗୌତମ ବୁଦ୍ଧ ଶତାଦ୍ଦୀ ଉଦ୍ୟାନ (Gautam Buddha Centenary Garden) ରଖାଯାଇଥିବା ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି ।

Also Read-Uttar Pradesh: ଗର୍ଲଫ୍ରେଣ୍ତକୁ ଲଦାଖ ଟ୍ରିପରେ ନେବା ଲାଗି ଟଙ୍କା ନଦେବାରୁ ମାରିଦେଲା ପୁତୁରା

ମୋଗଲ ଉଦ୍ୟାନ ସମ୍ପର୍କରେ ସୂଚନା ଦେଇ ବିଶ୍ୱବିଦ୍ୟାଳୟର ଅଧିକାରୀ କହିଛନ୍ତି ଯେ, ଏହି ଉଦ୍ୟାନଟି ମୋଗଲ ମାନଙ୍କ ଦ୍ୱାରା ନିର୍ମିତ ନୁହେଁ କିମ୍ବା ଏହା ମୋଗଲ ଡିଜାଇନରେ ମଧ୍ୟ ହୋଇନାହିଁ। ଗୌତମ ବୁଦ୍ଧଙ୍କର ଏକ ପ୍ରତିମୂର୍ତ୍ତି ଉଦ୍ୟାନରେ ଦୀର୍ଘ ୧୫ ବର୍ଷରୁ ସ୍ଥାପିତ ହୋଇ ରହିଛି। ମୋଗଲ ଉଦ୍ୟାନ ଗୁଡିକରେ ଫଳ ବଗିଚା ରହିଥାଏ। ତାଜ ମହଲ ଓ ଅନ୍ୟ ସ୍ଥାନ ଗୁଡିକରେ ଆପଣ ମାନେ ଦେଖିଥିବେ ଯେ ମୋଗଲ ଉଦ୍ୟାନ ଗୁଡିକରେ ଏକ ପୁଷ୍କରିଣୀ ଓ ୱାଟର ଫାଉଣ୍ଟେନ ସହ ନିର୍ଦ୍ଦିଷ୍ଟ ଡିଜାଇନ ରହିଥାଏ। ଏହା ସହ ସେଠାରେ ଫଳ ଓ ଫୁଲ ବଗିଚା ମଧ୍ୟ ଥାଏ। ଏମାନଙ୍କ ଭିତରୁ କୌଣସି ଗୋଟିଏ ହେଲେ ମଧ୍ୟ ଏହି ଉଦ୍ୟାନରେ ନାହିଁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।