Plane Crash: ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଇ ଭାରତୀୟ ଟ୍ରେନି ପାଇଲଟ ମୃତ
Advertisement
Article Detail0/zeeodisha/odisha1904348

Plane Crash: ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଇ ଭାରତୀୟ ଟ୍ରେନି ପାଇଲଟ ମୃତ

Plane Crash: ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟ ହୋଇଛି । କାନାଡ଼ା ବ୍ରିଟିଶ କଲମ୍ବିଆରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । 

ସୌ(ସୋସିଆଲ ମିଡିଆ)

Plane Crash: ଭୟଙ୍କର ବିମାନ ଦୁର୍ଘଟଣାରେ (Plane Crash) ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କ (2 Indian trainee pilots) ସମେତ ତିନି ଜଣଙ୍କର ମୃତ୍ୟ ହୋଇଛି । କାନାଡ଼ା ବ୍ରିଟିଶ କଲମ୍ବିଆରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ମୃତ୍ୟୁବରଣ କରିଥିବା ଦୁଇ ପାଇଲଟ ମୁମ୍ବାଇର ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କାନାଡ଼ା ଭାନକୋଭରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୂର୍ବ ଅଞ୍ଚଳ ଚିଲିୱାକରେ ଘଟିଛି ଏହି ଛାତିଥରା ବିମାନ ଦୁର୍ଘଟଣା (Flight  Crash)। ଡବଲ ଇଞ୍ଜିନ ବିଶିଷ୍ଟ ହାଲୁକା ବିମାନ ପାଇପର୍ PA-34 ସେନେକା (Piper PA-34 Seneca) ସ୍ଥାନୀୟ ବିମାନ ବନ୍ଦର ନିକଟରେ ଥିବା ବୁଦା ମଧ୍ୟକୁ ଖସିପଡିଥିଲା । ତେବେ କେଉଁ କାରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କାନାଡାର ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣାର କାରଣ ଶୀଘ୍ର ଖୋଜାଯିବ ବୋଲି କାନାଡାର ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ପାଇଟଲ ହେଉଛନ୍ତି ଅଭୟ ଗାଡ୍ରୋ ଓ ଯଶ ବିଜୟ ରାମୁଗଡ଼େ (Abhay Gadroo and Yash Vijay Ramugade) । ଏମାନେ ମୁମ୍ବାଇର (Mumbai) ବୋଲି ଜଣାପଡ଼ିଛି ।

ପ୍ରକାଶ ଥାଉ କି, ବିମାନ ଦୁର୍ଘଟଣାକୁ ନେଇ କାନାଡ଼ା ପୋଲିସ (Canadian police) କହିଛି, ଘଟଣାର ତଦନ୍ତ ଚାଲିଛି । ଦୁର୍ଘଟଣା ପରେ ବିମାନଟି ଜନବସତି ଅଞ୍ଚଳରେ ପଡ଼ିଥିଲେ ବି ଏଥିରେ ବିମାନର ୩ ଜଣଙ୍କ ବ୍ୟତୀତ ସ୍ଥାନୀୟ ଅଞ୍ଚଳର କେହି ମୃତାହତ ହୋଇନାହାନ୍ତି ।

Also Read-ସିକ୍କିମରେ ପ୍ରକୃତିର ପ୍ରଳୟଙ୍କରୀ ଚେହେରା: ୪୧ ମୃତ, ଏବେବି ନିଖୋଜ ୧୫ ଯବାନ

Also Read-Gaganyaan: ଚନ୍ଦ୍ରାୟାନ୍‌ -୩ ପରେ ଗଗନାୟନ୍ ମିଶନକୁ କେତେ ସଫଳ କରିପାରିବ ISRO