Accident News: ଭାରସ୍ୟାମ ହରାଇ ଓଲଟିଲା ବସ୍, ୧ ମୃତ, ୮ ଆହତ
Advertisement
Article Detail0/zeeodisha/odisha2351653

Accident News: ଭାରସ୍ୟାମ ହରାଇ ଓଲଟିଲା ବସ୍, ୧ ମୃତ, ୮ ଆହତ

ଯାତ୍ରୀଙ୍କୁ ନେଇ ବସ ଖଣ୍ଡୱାରୁ ବୁରହାନପୁର ଅଭିମୁଖେ ଯାଉଥିଲା । ବସଟି ଦୃତ୍ତଗତିରେ ଅନ୍ୟ ଏକ ଯାନକୁ ଓଭରଟେକ୍ କରିବା ସମୟରେ ଓଲଟି ପଡିଥିଲା ବୋଲି ପ୍ରତକ୍ଷଦର୍ଶୀ କହିଛନ୍ତି । 

Accident News: ଭାରସ୍ୟାମ ହରାଇ ଓଲଟିଲା ବସ୍, ୧ ମୃତ, ୮ ଆହତ

Khandwa Road Accident: ମଧ୍ୟପ୍ରଦେଶ ଖଣ୍ଡୱାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ବସ୍ ହଠାତ୍ ଓଲଟି ପଡିବା କାରଣରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଥାନାରେ ଖବର ପହଞ୍ଚିବା ପରେ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଛି ।

ସୂଚନା ମୁତାବକ, ଚାନ୍ଦବାଙ୍କ ପାଣ୍ଡାନା ରୋଡରେ ଅବସ୍ଥିତ ପଞ୍ଜରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ନେଇ ବସ ଖଣ୍ଡୱାରୁ ବୁରହାନପୁର ଅଭିମୁଖେ ଯାଉଥିଲା । ବସଟି ଦୃତ୍ତଗତିରେ ଅନ୍ୟ ଏକ ଯାନକୁ ଓଭରଟେକ୍ କରିବା ସମୟରେ ଓଲଟି ପଡିଥିଲା ବୋଲି ପ୍ରତକ୍ଷଦର୍ଶୀ କହିଛନ୍ତି । ବସ ଓଲଟିବା ପରେ ଯାତ୍ରୀଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ବସରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ । ତୁରନ୍ତ ଆମ୍ୱୁଲାନ୍ସ ଯୋଗେ ଗୁରୁତର ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read- AD-1 Interceptor Missile: ପୃଥ୍ୱୀ-୨ ଏବଂ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO

Also Read- ଡମଡମଣି ଡ୍ୟାମରେ ଅଘଟଣ, ୨ ମୃତଦେହ ଉଦ୍ଧାର