Accident News: ଭୟଙ୍କର କାର ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
Advertisement
Article Detail0/zeeodisha/odisha1910271

Accident News: ଭୟଙ୍କର କାର ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

Accident News: ହରିୟାଣାର (Haryana) ଭବାନୀ (Bhiwani) ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା (Accident) । ବନ୍ଧୁଙ୍କୁ କାର ଯୋଗେ ଛାଡି଼ ଯିବା ହେଲା କାଳ। ଭୟଙ୍କର ଦୁର୍ଘଟଣା ଚାଲିଗଲା ୬ ଜୀବନ । ସମସ୍ତଙ୍କ ମୃତଦେହକୁ ହସ୍ପିଟାଲରେ ରଖାଯାଇଛି ।

ସୌ(ସୋସିଆଲ ମିଡିଆ)

Car Accident: ହରିୟାଣାର (Haryana) ଭବାନୀ (Bhiwani) ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା (Accident) । ବନ୍ଧୁଙ୍କୁ କାର ଯୋଗେ ଛାଡି଼ ଯିବା ହେଲା କାଳ। ଭୟଙ୍କର ଦୁର୍ଘଟଣା ଚାଲିଗଲା ୬ ଜୀବନ । ସମସ୍ତଙ୍କ ମୃତଦେହକୁ ହସ୍ପିଟାଲରେ ରଖାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ୬ ଜଣ ଯୁବକ ଏକ କାର ଯୋଗେ ସେରଲା ଗାଁରୁ ଆସୁଥିଲେ । ଏହି ସମୟରେ କାରଟି ପାର୍କିଂରେ ଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା (Car Truck Accident) ହୋଇଥିଲା । ଏହି ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ କାରର ସମ୍ମୁଖ ଭାଗ ଭାଙ୍ଗି ଖଣ୍ତ ଖଣ୍ତ ହୋଇଯାଇଥିଲା। କାରରେ ଥିବା ୪ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଡାକ୍ତରଖାନାରେ ଯିବା ବାଟରେ ପ୍ରାଣ ହରାଇଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ସିଭିଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ବାହାଲ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର କହିଛନ୍ତି, ବିଳମ୍ବିତ ରାତିରେ ସେରଲା ଗ୍ରାମ ନିକଟରେ ଏକ କାର-ଟ୍ରକ୍ ମୁହାଁମୁହଁ ଧକ୍କା ହୋଇଥିଲା। ଏଥିରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ସମସ୍ତ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ଏନେଇ ସୂଚନା ଦିଆଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ (Truck) ଚିହ୍ନଟ ହୋଇନାହିଁ।

Also Read-International Girl Child Day 2023: ଆଜି ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’, ଜାଣନ୍ତୁ ସାକ୍ଷରତା ହାରରେ ପୁରୁଷଙ୍କଠାରୁ କେତେ ପଛରେ ମହିଳା