Accident News: ଭୁଶୁଡ଼ିଲା ବ୍ରିଜ୍: ଚାହୁଁ ଚାହୁଁ ଖସିପଡ଼ିଲା ୩ ଗାଡ଼ି, ଉଦ୍ଧାର କାର୍ଯ୍ୟ ଜାରି...
Advertisement
Article Detail0/zeeodisha/odisha1886539

Accident News: ଭୁଶୁଡ଼ିଲା ବ୍ରିଜ୍: ଚାହୁଁ ଚାହୁଁ ଖସିପଡ଼ିଲା ୩ ଗାଡ଼ି, ଉଦ୍ଧାର କାର୍ଯ୍ୟ ଜାରି...

Accident : ବ୍ରିଜ୍ ଭୁଶୁଡି ପଡ଼ିବାରୁ ଟ୍ରକ୍ ସହ ଅନ୍ୟ ଯାନବାହାନ ନଦୀରେ ଖସିପଡିଛି ଫଳରେ ଏଥିରେ ୧୦ରୁ ଅଧିକ ଲୋକେ ମୃତାହତ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ସୌ(ସୋସିଆଲ ମିଡିଆ)

Accident News: ସୁରେନ୍ଦ୍ର ନଗରର ବସ୍ତାଦୀ (Surendra Nagar Basadi Bridge) ନିକଟରେ ଭୁଶୁଡ଼ି ପଡି଼ଲା ଏକ ବିଜ୍ର । ବ୍ରିଜ୍ ଭୁଶୁଡି ପଡ଼ିବାରୁ ଟ୍ରକ୍ ସହ ଅନ୍ୟ ଯାନବାହାନ ନଦୀରେ ଖସିପଡିଛି ଫଳରେ ଏଥିରେ ୧୦ରୁ ଅଧିକ ଲୋକେ ମୃତାହତ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଗୁଜୁରାଟରୁ (Gujarat) ସାମ୍ନାକୁ ଆସିଲା ଅଘଟଣର ଚିତ୍ର । ଏହି ଘଟଣାଟି ରବିବାର ଦିନରେ ଅଟେ । ଦୁର୍ଘଟଣା (Accident) ସମୟରେ ପୋଲ ଉପରେ ଦୁଇଟି ବାଇକ୍ ଓ ଗୋଟିଏ ଡମ୍ପର ଯାଉଥିଲା । ହଠାତ ଏହି ସମୟରେ ବ୍ରିଜ୍ ଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ୩ଟି ଯାକ ଗାଡ଼ି ନଦୀ ଭିତରକୁ ଖସିପଡ଼ିଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୬ ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି । ଦୁର୍ଘଟଣା ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ଖୋଜାଖୋଜି ଜାରି ରଖିଛି । ପ୍ରକାଶ ଥାଉ କି, ପୋଲିଟି ଦୀର୍ଘ ଦିନ ହେବ ବିପଦସଂଙ୍କୁଳ ଅବସ୍ଥାରେ ଥିବା କୁହାଯାଉଛି ।  ଜିଲ୍ଲାପାଳ କେ.ସି ସମ୍ପତଙ୍କ କହିବା ଅନୁଯାୟ, ଏହି ବ୍ରିଜ୍ ଟି ୪ ବର୍ଷ ପୁରୁଣା  ଅଟେ । ଏହା ଉପରେ ଯିବା ଆସିବା ଉପରେ କଟକଣା ଜାରି କରାଯାଇଥିଲା । କିନ୍ତୁ ଏହି କଟକଣାକୁ ଖାତିର ନକରି ଏହା ଉପରେ ଯାନବାହାନ ଯାଆସ କରୁଥିଲା । ଏକ ଡମ୍ପର ବ୍ରିଜ୍ (Bridge) ପାରି କରିବା ସମୟରେ ବ୍ରିଜ୍ ଟି ମଝିରୁ ଭୁଶୁଡି଼ ପଡି଼ଥିଲା ।

ଅନ୍ୟପଟେ, ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଗତକାଲି ବିଳମ୍ବିତ ରାତିରେ, ବଡ ଘାଟିଠାରେ ଏକ ମାଲ୍ ବୋଝେଇ ଟ୍ରକ୍ ଟି ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଦୁଇଟି ଗାଡି଼କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ପ୍ରଥମେ ବାଇକକୁ ଧକ୍କା ଦେବା ପରେ ରାସ୍ତା ଉପରେ ଛିଡା ହୋଇଥିବା କାରକୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍‌ ଟି  ଘାଟିକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ସହ ବାଇକରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି ।  ଏହି ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ତେବେ, ଏହି ଟ୍ରକଟି ପଲାସା ଠାରୁ ବାହାରି କଲିକତା ଅଭିମୁଖେ  ଯାତ୍ରା କରୁଥିବା ବେଳେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । 

ଏହା ବି ପଢନ୍ତୁ-Mansoon Session: ଦ୍ୱିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ