Building Collapse: ଭୁଶୁଡ଼ିଲା ନିର୍ମାଣାଧୀନ କୋଠା: ୨ ମୃତ, ଜଣେ ଗୁରୁତର
Advertisement

Building Collapse: ଭୁଶୁଡ଼ିଲା ନିର୍ମାଣାଧୀନ କୋଠା: ୨ ମୃତ, ଜଣେ ଗୁରୁତର

Building Collapse: ନୂଆଦିଲ୍ଲୀ ୱେଲକମ୍ ଅଞ୍ଚଳରେ ଅଘଟଣ । ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁତୁତର ହୋଇଛନ୍ତି ।

Building Collapse: ଭୁଶୁଡ଼ିଲା ନିର୍ମାଣାଧୀନ କୋଠା: ୨ ମୃତ, ଜଣେ ଗୁରୁତର

Building Collapse: ନୂଆଦିଲ୍ଲୀ ୱେଲକମ୍ ଅଞ୍ଚଳରେ ଅଘଟଣ । ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁତୁତର ହୋଇଛନ୍ତି ।

ଖବର ଅନୁଯାୟୀ, ନୂଆଦିଲ୍ଲୀ ୱେଲକମ୍‌ ଅଞ୍ଚଳରେ ଏକ ଦୁଇ ମହଲା କୋଠା ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଭୁଶୁଡ଼ି ଯାଇଥିଲା। ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଗ୍ନାଂଶ ତଳୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିଲା । ଏହାସହ ଗୁରୁତୁର ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଲେ ଅର୍ସଦ ଓ ତୌହିଦ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ALso Read- Bank: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି, ୩୧ ମାର୍ଚ୍ଚ ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ନିକଟରେ ଗତ ରବିବାର ରାତିରେ କୋଲକତା ଗାର୍ଡ଼େନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ୫ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହାର ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା । ଫଳରେ କୋଠା ତଳେ ଚାପି ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଗୁରୁତର ହୋଇଥିଲେ । ସ୍ଥାନୀୟ ପ୍ରଶାସନ ସହାୟତାରେ ବିଲ୍ଡିଂ କାର୍ଯ୍ୟ ଅବୈଧ ରୂପେ ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ।