Mamata Banerjee: TMC ପ୍ରବକ୍ତାଙ୍କ ବଡ଼ ଦାବି, ମମତାଙ୍କୁ ରିପ୍ଲେସ କରି ଅଭିଷେକ ହେବେ ମୁଖ୍ୟମନ୍ତ୍ରୀ !
Advertisement

Mamata Banerjee: TMC ପ୍ରବକ୍ତାଙ୍କ ବଡ଼ ଦାବି, ମମତାଙ୍କୁ ରିପ୍ଲେସ କରି ଅଭିଷେକ ହେବେ ମୁଖ୍ୟମନ୍ତ୍ରୀ !

Mamata Banerjee: ଅଭିଷେକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।  ପଶ୍ଚିମବଙ୍ଗର ଚୁଚୁରା ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଟିଏମସି ମୁଖପାତ୍ର କୃଣାଲ ଘୋଷ ତୃଣମୂଳର ଭବିଷ୍ୟତ ବିଷୟରେ କହିଛନ୍ତି। କୃଣାଲ ଘୋଷ କହିଛନ୍ତି ଯେ ମମତା ବାନାର୍ଜୀ ୨୦୩୬ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିବେ । 

 

Mamata Banerjee:  TMC ପ୍ରବକ୍ତାଙ୍କ ବଡ଼ ଦାବି, ମମତାଙ୍କୁ ରିପ୍ଲେସ କରି ଅଭିଷେକ ହେବେ ମୁଖ୍ୟମନ୍ତ୍ରୀ !

Mamata Banerjee: ୧୯୯୮ ମସିହାରେ ଯେବେ ମମତା ବାନାର୍ଜୀ କଂଗ୍ରେସ ଦଳ ଛାଡ଼ି ତୃଣମୂଳ କଂଗ୍ରେସ ର ଗଠନ କରିଥିଲେ ସେତେବେଳେ କଂଗ୍ରେସର ବହୁ ବଡ଼ ବଡ଼ ନେତା ତାଙ୍କ ସହ ଯୋଗ ଦେଇଥିଲେ । ହେଲେ ଦୀର୍ଘ ସମୟର ଲଢେଇ ପରେ ୨୦୧୧ ରେ ଯେବେ ତୃଣମୂଳ କଂଗ୍ରେସ ରାଜ୍ୟର କମାଣ ଧରିଲା ସେବେ ଠାରୁ ଆଜି ଯାଏଁ କେହି ବି ମମତାଙ୍କୁ ହରାଇ ପାରିନାହାଁନ୍ତି । ଏହାସହ ସେବେ ଠାରୁ ଏବେ ଯାଏଁ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀ ନେଇ ଚର୍ଚ୍ଚା ଲାଗି ରହିଛି। ମମତା ବାନାର୍ଜୀଙ୍କ ସ୍ଥାନ କିଏ ନେବ ତାକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି।  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ତାଙ୍କ ଉତ୍ତରାଧିକାରୀ ଭାବେ ଉଭା ହୋଇଛନ୍ତି। 

ଅନେକ ସମୟରେ ଏହା ବି ଚର୍ଚ୍ଚା ହୁଏ ଯେ, ମମତା ବାନାର୍ଜୀଙ୍କ (Mamata Banerjee) ପରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ (Abhishek Banerjee) ହିଁ ଦଳର ସରକାର ଉପରେ କବଜା କରିପାରନ୍ତି। ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସର ପ୍ରବକ୍ତା କହିଦେଇଛନ୍ତି ଯେ, ଅଭିଯେକ ବାନାର୍ଜୀ ମୁଖ୍ୟମନ୍ତ୍ରୀ ରୂପରେ ମମତା ବାନାର୍ଜୀଙ୍କ ସ୍ଥାନ ନେଇପାରନ୍ତି। କେବଳ ଏତିକି ନୁହେଁ ଟିଏମସିର ଏହି ପ୍ରବକ୍ତା କେବଳ ଏହା କହିନାହାଁନ୍ତି ବରଂ ଟାଇମଲାଇନ ବି କହିଛନ୍ତି ଯେ, କେବେ ସୁଦ୍ଧା ଅଭିଷେକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।  ପଶ୍ଚିମବଙ୍ଗର ଚୁଚୁରା ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଟିଏମସି ମୁଖପାତ୍ର କୃଣାଲ ଘୋଷ ତୃଣମୂଳର ଭବିଷ୍ୟତ ବିଷୟରେ କହିଛନ୍ତି। କୃଣାଲ ଘୋଷ କହିଛନ୍ତି ଯେ ମମତା ବାନାର୍ଜୀ ୨୦୩୬ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିବେ । 

ଏବଂ ଏହା ପରେ ଅଭିଷେକ ବାନାର୍ଜୀ ତାଙ୍କ ସ୍ଥାନରେ ରହିବେ। ପ୍ରବକ୍ତା କୃଣାଲ ଘୋଷ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ପରେ ଅଭିଷେକ ବାନାର୍ଜୀ ଦଳରେ ଦୁଇ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ବର୍ତ୍ତମାନ ସେ ଟିଏମସିର ଲୋକସଭା ସାଂସଦ(Loksabha MP) ତଥା ଦଳର ସାଧାରଣ ସମ୍ପାଦକ ଭାବେ ନିଜର ଦାୟିତ୍ୱ ତୁଲାଉଛନ୍ତି। ଦଳ ବିଷୟରେ କୃଣାଲ ଘୋଷ କହିଛନ୍ତି, ଯେ 'ଆମେ ନିଶ୍ଚିତ କରୁଛୁ ଯେ ମମତା ଦିଦିଙ୍କ ନେତୃତ୍ୱରେ ଆମେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ କିନ୍ତୁ ଅଭିଷେକ ବାନାର୍ଜୀ ଆମର କମାଣ୍ଡର ହେବେ। ଦିଦି ୨୦୩୬ ପର୍ଯ୍ୟନ୍ତ CM ରହିବେ ଏବଂ ଏହା ପରେ ଅଭିଷେକଙ୍କୁ ଦାୟିତ୍ୱ ଦିଆଯିବ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ତେରେଛା ବାଣ ମାରିଛନ୍ତି କୃଣାଲ । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗକୁ କ୍ଷମତାରେ ନେବାକୁ ଦେଖୁଥିବା ଦିବାସ୍ୱପ୍ନ ବନ୍ଦ କରନ୍ତୁ କାରଣ ଏହା ସମ୍ଭବ ନୁହେଁ ବୋଲି କୃଣାଲ କହିଛନ୍ତି।

ଏଠାରେ କହିରଖୁଛୁ ଯେ,ଚଳିତ ବର୍ଷ ନଭେମ୍ବର ଶେଷରେ ଅଭିଷେକ ବାନାର୍ଜୀ କହିଥିଲେ, 'ରାଜନୀତିରେ ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ, ମୋର ବିଶ୍ୱାସ ଯେ ବୟସ ସୀମା ସ୍ଥିର କରାଯିବା ଉଚିତ। ୩୫ କିମ୍ବା ୫୦ ବର୍ଷ ବୟସ୍କ କାର୍ଯ୍ୟ ୮୦ ବର୍ଷ ବୟସ୍କଙ୍କ ଦ୍ୱାରା ହୋଇପାରିବ ନାହିଁ । ତେବେ ପରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ କାହାକୁ ଦାୟୀ କରିନାହାଁନ୍ତି। ସୂଚନାଯୋଗ୍ୟ ଯେ ମମତା ବାନାର୍ଜୀଙ୍କୁ(West Bengal Chief Minister Mamata Banerjee) ବର୍ତ୍ତମାନ ୬୮ବର୍ଷ ବୟସ ହୋଇଛି ଏବଂ ସେ ତାଙ୍କ କାର୍ଯ୍ୟକାଳ ଶେଷ କରିବା ବେଳକୁ ତାଙ୍କୁ ୭୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। 

Also Read: IPL 2024: ଚଳିତବର୍ଷ ଆଇପିଏଲରେ ଦେଖାଦେବ ନୂଆ ନିୟମ, ଜାଣନ୍ତୁ କ'ଣ ?

Also Read: Rishabh Pant: ନିଜର ସ୍ୱାସ୍ଥ୍ୟବସ୍ଥା ନେଇ ମୁହଁ ଖୋଲିଲେ ରିଷଭ ପନ୍ତ, କହିଲେ...