7th Pay Commission ପରେ ଆସିବନି ଅଷ୍ଟମ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ହେବ ନୂଆ ଫର୍ମୂଲା
Advertisement

7th Pay Commission ପରେ ଆସିବନି ଅଷ୍ଟମ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ହେବ ନୂଆ ଫର୍ମୂଲା

7th Pay Commission: ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା  ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।

7th Pay Commission ପରେ ଆସିବନି ଅଷ୍ଟମ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ହେବ ନୂଆ ଫର୍ମୂଲା

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ଙ୍କୁ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ବର୍ଦ୍ଧିତ ବେତନ (Salary) ର ଲାଭ ମିଳୁଛି । ସରକାର ଏଥିରେ ପ୍ରତିବର୍ଷ ବୃଦ୍ଧି କରୁଛନ୍ତି । ଏହା ବ୍ୟତୀତ ବର୍ଷକୁ ୨ ଥର ମହଙ୍ଗା ଭତ୍ତା (Dearness Allowance) ରେ ମଧ୍ୟ ବୃଦ୍ଧି ଘଟୁଛି । କିନ୍ତୁ ସରକାରୀ କର୍ମଚାରୀ (Government Employees) ଙ୍କ ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂତନ ସୂତ୍ର ବା ଫର୍ମୂଲା ଆଣିପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଅର୍ଥ ମନ୍ତ୍ରଣାଳୟର ସୂତ୍ର କହିଛି ଯେ, ଏଣିକି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂଆ ବେତନ ଆୟୋଗ ଆଣିବ ନାହିଁ । 

ଏଠାରେ କହି ରଖୁଛୁ ଯେ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ (Arun Jaitley) ଜୁଲାଇ ୨୦୧୬ରେ ଏହାର ସଙ୍କେତ ଦେଇଥିଲେ । ସଂସଦରେ ଏକ ଘୋଷଣା ସମୟରେ ସେ କହିଥିଲେ ଯେ, ବର୍ତ୍ତମାନ ପେ କମିଶନ (Pay Commission) ବ୍ୟତୀତ କର୍ମଚାରୀଙ୍କ ବିଷୟରେ ଚିନ୍ତା କରିବା ଉଚିତ୍ । ଅର୍ଥ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂତନ ବେତନ କମିଶନ ଆଣିବ ନାହିଁ । ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ଯେ କର୍ମଚାରୀଙ୍କ ଦରମା ସେମାନଙ୍କ କାର୍ଯ୍ୟଦକ୍ଷତା ଅନୁଯାୟୀ ବୃଦ୍ଧି କରାଯାଉ ।

ଯଦି ସୂତ୍ରଗୁଡ଼ିକୁ ବିଶ୍ୱାାସ କରାଯାଏ, ତେବେ ସପ୍ତମ ବେତନ ଆୟୋଗ ପରେ  ପରବର୍ତ୍ତୀ ବେତନ ଆୟୋଗ ଆସିବ ନାହିଁ । ସରକାର ଏହି ଦିଗରେ କାର୍ଯ୍ୟ କରୁଛନ୍ତି କି ୬୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଏଭଳି ବ୍ୟବସ୍ଥା କରାଯାଉ ଯେଉଁଥିରେ ୫୦ ପ୍ରତିଶତରୁ ମହଙ୍ଗା ଭତ୍ତା (DA) ଅଧିକ ହେଲେ ବେତନ ସ୍ୱୟଂଚାଳିତ ଭାବେ ବୃଦ୍ଧି ଘଟିବ । ଏହି ସିଷ୍ଟମକୁ 'ଅଟୋମେଟିକ୍ ପେ ରିଭିଜନ୍ ସିଷ୍ଟମ୍' ର ନାମ ଦିଆଯାଇପାରେ । ଏଥି ସହିତ କର୍ମଚାରୀମାନେ ମଧ୍ୟ ମନେ କରନ୍ତି ଯେ ବର୍ତ୍ତମାନର ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି ୨୦୧୬ ମସିହାରୁ ଦରମା ବୃଦ୍ଧି ପାଇଁ ସୁପାରିଶ ସହିତ ବଞ୍ଚିବା ସେମାନଙ୍କ ପାଇଁ କଷ୍ଟକର ହେବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସରକାରୀ ପକ୍ଷରୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା  ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।

ଏହା ବି ପଢ଼ନ୍ତୁ:-'ଶ୍ରୀଲଙ୍କାକୁ ସେନା ପଠାନ୍ତୁ ମୋଦି ସରକାର', ଚାଞ୍ଚଲ୍ୟକର ଖୁଲାସା କରି ଏହି ଦାବି କଲେ ବିଜେପି ସାଂସଦ

ଏହା ବି ପଢ଼ନ୍ତୁ:-ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର! ସରକାର କଲେ ବଡ଼ ଘୋଷଣା, ଶୀଘ୍ର ଉଠାନ୍ତୁ ଲାଭ

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି

 

ସୂତ୍ରାନୁସାରେ, ବେତନ ବୃଦ୍ଧି ପାଇଁ ଏକ ନୂତନ ସୂତ୍ର ଆଣିବା ପରେ ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ କୌଣସି ପ୍ରକାରର ଅନୁମାନ କରିବା କଷ୍ଟକର । ସରକାର ଏହା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି ଯେ ଏଭଳି କୌଣସି ସୂତ୍ର ପ୍ରସ୍ତୁତ କରାଯାଉ, ଯାହା ସମୟ ସମୟରେ ଦରମା ବୃଦ୍ଧି ହେଉଥିବ । ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଅରୁଣ ଜେଟଲୀ ଚାହୁଁଥିଲେ ଯେ ମଧ୍ୟବିତ୍ତ କର୍ମଚାରୀ ତଥା ନିମ୍ନ ସ୍ତରର କର୍ମଚାରୀମାନଙ୍କ ବେତନ ବୃଦ୍ଧି କରାଯାଉ ।