7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର କଲେ ଏହି ବଡ଼ ଘୋଷଣା
Advertisement
Article Detail0/zeeodisha/odisha1358356

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର କଲେ ଏହି ବଡ଼ ଘୋଷଣା

 7th Pay Commission: ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । 

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର କଲେ ଏହି ବଡ଼ ଘୋଷଣା

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ରର ମୋଦି ସରକାର (Modi Governemnt) ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିପାରନ୍ତି । ଏହା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ବିଗତ ଦିନରେ ୮,୦୦୦ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି (Govt Employees Promotion) ଦେବା ବିଷୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଖୁବ ଶୀଘ୍ର କର୍ମଚାରୀ ଓ ତାଲିମ ବିଭାଗ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ଯାଉଛି । ଏହା ପୂର୍ବରୁ ଅଗଷ୍ଟରେ ପଦୋନ୍ନତି ହେବାର ଆଶା ଥିଲା । 

ସେପଟେ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଉପରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ସେପ୍ଟେମ୍ବର ୨୮ରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ନେଇ ମୋଦି ସରକାର ଘୋଷଣା କରିବେ ବୋଲି ଆଶା କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ (Jitendra Singh) ଙ୍କୁ ବିଗତ ଦିନ କେନ୍ଦ୍ରୀୟ ସଚିବାଳୟ ରାଜଭାଷା ସେବା ଗ୍ରୁପ ଏର ଅଧିକାରୀଙ୍କ ଏକ ପ୍ରତିନିଧୀ ମଣ୍ଡଳ ସହ ସାକ୍ଷାତ କରିଥିଲେ । ଏହା ପରେ ପଦୋନ୍ନତି ସହ ଜଡିତ ଘୋଷଣା କରାଯାଇଛି । ସେତେବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ନିୟମ ଅନୁଯାୟୀ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଶ୍ୱାସନା ଦେଇଥିଲେ । ଅଧିକାରୀଙ୍କ ପଦୋନ୍ନତି ପୂର୍ବରୁ ଅତିକମରେ ଏକ ବର୍ଷରୁ ୧୮ ମାସ ତାଲିମ ଆବଶ୍ୟକ  ।

କେନ୍ଦ୍ର ରାଜ୍ୟମନ୍ତ୍ରୀ ପ୍ରତିନିଧି ମଣ୍ଡଳକୁ ଏହା ମଧ୍ୟ କହିଛନ୍ତି ଯେ, ସେ ସେମାନଙ୍କର ଦାବିକୁ ବିଚାର କରିବେ ଓ ପଦୋନ୍ନତିରେ ଆସୁଥିବା କୌଣସି ସମସ୍ୟା ଦୂର କରିବେ । ଭବିଷ୍ୟତରେ ସରକାରୀ କର୍ମଚାରୀଙ୍କ ପାଇଁ ସମସ୍ତ ପଦୋନ୍ନତି ସୁବ୍ୟବସ୍ଥିତ କରାଯିବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇ ୧ ରେ ୮,୦୮୯ କର୍ମଚାରୀ ପଦୋନ୍ନତି ପାଇଥିଲେ ।

ଅଧିକ ପଢ଼ନ୍ତୁ:-ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, ହୋଇପାରେ ଅନେକ ବଡ଼ ରୋଗର କାରଣ

ଅଧିକ ପଢ଼ନ୍ତୁ:-କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ରୁ ରାହୁଲ ଗାନ୍ଧୀଙ୍କ ବଢ଼ିଛି ଲୋକପ୍ରିୟତା? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ଅଧିକ ପଢ଼ନ୍ତୁ:-୨୦୨୪ରେ ମୋଦିଙ୍କ ବିପକ୍ଷରେ ବିରୋଧୀ ଦଳ ତରଫରୁ କିଏ ହେବେ ଅଧିକ ମଜବୁତ ପ୍ରାର୍ଥୀ, ସର୍ଭେରେ ହେଲା ବଡ଼ ଖୁଲାସା

 

ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।