SBI Vacancy: SBIରେ ବାହାରିଛି ୫୦୦୦ ପଦ, ଜାଣନ୍ତୁ ଆବେଦନ ସମ୍ବନ୍ଧୀୟ ସମସ୍ତ ସୂଚନା
Advertisement
Article Detail0/zeeodisha/odisha1361831

SBI Vacancy: SBIରେ ବାହାରିଛି ୫୦୦୦ ପଦ, ଜାଣନ୍ତୁ ଆବେଦନ ସମ୍ବନ୍ଧୀୟ ସମସ୍ତ ସୂଚନା

SBI Recruitment 2022: ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଇଁ ବାହାରିଛି ଜୁନିୟର ଆସୋସିଏଟ ପୋଷ୍ଟ। ଆଶାୟୀ ପ୍ରାର୍ଥୀ ମାନେ ଚାହିଁଲେ ଏହି ୫୦୦୦ ପଦ ପାଇଁ ସେପ୍ଟେମ୍ବର ୨୭, ୨୦୨୨ ସୁଦ୍ଧା ଏହାର ଅଫିସିଆଲ ଓ୍ବେବସାଇଟ୍ sbi.co.inରେ ଆବେଦନ କରିପାରିବେ। 

SBI Vacancy: SBIରେ ବାହାରିଛି ୫୦୦୦ ପଦ, ଜାଣନ୍ତୁ ଆବେଦନ ସମ୍ବନ୍ଧୀୟ ସମସ୍ତ ସୂଚନା

SBI Recruitment 2022: ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଇଁ ବାହାରିଛି ଜୁନିୟର ଆସୋସିଏଟ ପୋଷ୍ଟ (Customer Support & Sales)। ଏଥିପାଇଁ ଆବେଦନ କରିବାର ପ୍ରକ୍ରିୟା ଜାରି ରହିଛି। ଆଶାୟୀ ପ୍ରାର୍ଥୀ ମାନେ ଚାହିଁଲେ ଏହି ୫୦୦୦ ପଦ ପାଇଁ ସେପ୍ଟେମ୍ବର ୨୭, ୨୦୨୨ ସୁଦ୍ଧା ଏହାର ଅଫିସିଆଲ ଓ୍ବେବସାଇଟ୍ sbi.co.inରେ ଆବେଦନ କରିପାରିବେ। ଏଥିପାଇଁ ଥିବା ଯୋଗ୍ୟତା, ଆବେଦନ ଫି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା- 

ଗୁରୁତ୍ବପୂର୍ଣ୍ଣ ତାରିଖ: ଏସବିଆଇର ଜୁନିୟର ଆସୋସିଏଟ ଆବେଦନ ତାରିଖ ୭ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଛି। ଏହା ଆବୋଦନ କରିବାର ଶେଷ ତାରିଖ ହେଉଛି ୨୭ ସେପ୍ଟେମ୍ବର ୨୦୨୨।

ଭ୍ୟାକେନ୍ସି ବିଷୟରେ: ଏସବିଆଇ ଏହି ପଦ ପାଇଁ ଦେଶ ଭିତରେ ମୋଟ ୫୦୦୮ଟି ପଦ ବାହାର କରିଛି।

ବୟସ: ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୦୨୨ ମସିହା ଅଗଷ୍ଟ ୧ ତାରିଖ ସୁଦ୍ଧା ୨୦ରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା: ଯେକୌଣସି ମାନ୍ୟତାପ୍ରାପ୍ତ କିମ୍ବା କେନ୍ଦ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ କୌଣସି ବି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ। ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ (IDD) ସାର୍ଟିଫିକେଟ୍ ଥିବା ପ୍ରାର୍ଥୀ ମାନେ ନିଶ୍ଚିତ କରିବା ଉଚିତ୍ ଯେ IDD ପାସ୍ କରିବାର ତାରିଖ ୩୦.୧୧.୨୦୨୨ ପୂର୍ବରୁ ହୋଇଥିବ।

ଯେଉଁମାନେ ସ୍ନାତକୋତ୍ତରର ଅନ୍ତିମ ବର୍ଷ / ସେମାନଙ୍କ ଗ୍ରାଜୁଏସନର ସେମିଷ୍ଟରରେ ଅଛନ୍ତି ସେମାନେ ମଧ୍ୟ ସର୍ତ୍ତମୂଳକ ଭାବରେ ଆବେଦନ କରିପାରିବେ ଯେ ଯଦି ଅସ୍ଥାୟୀ ଭାବରେ ମନୋନୀତ ହୁଏ, ତେବେ ସେମାନଙ୍କୁ ୩୦.୧୧.୨୦୨୨ କିମ୍ବା ତା ପୂର୍ବରୁ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣ ଉପସ୍ଥାପନ କରିବାକୁ ପଡିବ।

ଆବେଦନ ଫି: ଜେନେରାଲ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ଓ  SC / ST / PWD / XS ବର୍ଗଗୁଡିକ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି।

ଚୟନ ପ୍ରକ୍ରିୟା: ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷା ଏବଂ ନିର୍ଦ୍ଦିଷ୍ଟ ମନୋନୀତ ସ୍ଥାନୀୟ ଭାଷାର ପରୀକ୍ଷାକୁ ନେଇ ଅନ୍ଲାଇନ୍ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

SBI Clerk Recruitment 2022- Direct Link To Apply