Road Accident: ଟ୍ରକ୍ -କାର୍ ମୁହାଁମୁହିଁ ଧକ୍କା, ୫ ମୃତ
Advertisement
Article Detail0/zeeodisha/odisha2484429

Road Accident: ଟ୍ରକ୍ -କାର୍ ମୁହାଁମୁହିଁ ଧକ୍କା, ୫ ମୃତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଭୟଙ୍କର ସଡ଼କ ଦୁର୍ଘଟଣାରେ ଚୁନା ହୋଇଗଲା ସବୁ ସ୍ବପ୍ନ। ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Road Accident: ଟ୍ରକ୍ -କାର୍ ମୁହାଁମୁହିଁ ଧକ୍କା, ୫ ମୃତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଭୟଙ୍କର ସଡ଼କ ଦୁର୍ଘଟଣାରେ ଚୁନା ହୋଇଗଲା ସବୁ ସ୍ବପ୍ନ। ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ କେରଳର କାଲାଜିକୋଡେ (Kalladikkode)ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।...

ALSO READ: Viral Video: ସୁଇମିଙ୍ଗ-ପୁଲ୍ ନୁହେଁ, ବାର୍ ଭିତରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ

ALSO READ: Horoscope 2025: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ଶନି-ବୃହସ୍ପତି-ରାହୁଙ୍କ ଶୁଭଯୋଗ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି!

ସୂଚନା ଅନୁସାରେ,  ଗୋଟିଏ ପରିବାରର ୫ ଜଣ ପରିବାର ସଦସ୍ୟ ଏକ କାର୍ ରେ କୌଣସି ଏକ କାମରେ କେରଳର ମନ୍ନାରକାର୍ଡ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ କାର-ଟି   କାଲାଜିକୋଡେ (Kalladikkode)ଅଞ୍ଚଳରେ ପହଞ୍ଚିଥିବା ବେଳେ  ବର୍ଷା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା। ଏବଂ ସାମ୍ନା ପଟୁ ଆସିଥିବା ଟ୍ରକ୍ ରେ ପିଟି ହୋଇଯାଇଥିଲା। ଏହାପରେ କାର୍ ମଧ୍ୟରେ ଥିବା ୫ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। 

ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅନ୍ୟ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲା। ହେଲେ ରାସ୍ତାରେ ମେଡିକାଲ୍ ଯିବା ବାଟରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ମାନେ ହେଲେ,  କେ.କେ ବିଜେସ୍ (୩୫), ରମେଶ୍(୩୧), ବିଷ୍ଣୁ(୩୦), ଅଫସଲ୍ (୧୭) ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ୍ ସମସ୍ତ ମୃତଦେହକୁ  ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଘଟଣାର ତଦନ୍ତ ଜାରି ରଖିଛି।...