NASA:ନାସା ଖୋଜୁଛି ମହାକାଶଚାରୀ,ଏମିତି କରିପାରିବେ ଆବେଦନ
Advertisement

NASA:ନାସା ଖୋଜୁଛି ମହାକାଶଚାରୀ,ଏମିତି କରିପାରିବେ ଆବେଦନ

ଗଗନୟାନ ଜରିଆରେ ଭାରତ ମହାକାଶକୁ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ବର୍ଷ ତିନି ଜଣ ଭାରତୀୟ  ମହାକାଶ ଯାତ୍ରା କରିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ନୂତନ ମହାକାଶଚାରୀଙ୍କୁ ଖୋଜୁଛି ? ଏଥିପାଇଁ ନାସା ଆବେଦନ ନିମନ୍ତ୍ରଣ କରିଛି । ଇଛୁକ ପ୍ରାର୍ଥୀ ଯଦି ନାସାର ସର୍ତ୍ତ ପୁରଣ କରିପାରୁଥିବେ ତେବେ ସେମାନେ ମହାକାଶକୁ ଯିବା ପାଇଁ ଆବେଦନ କରିପାରିବେ । 

SOCIAL MEDIA

NASA: ଗଗନୟାନ ଜରିଆରେ ଭାରତ ମହାକାଶକୁ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ବର୍ଷ ତିନି ଜଣ ଭାରତୀୟ  ମହାକାଶ ଯାତ୍ରା କରିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ନୂତନ ମହାକାଶଚାରୀଙ୍କୁ ଖୋଜୁଛି ? ଏଥିପାଇଁ ନାସା ଆବେଦନ ନିମନ୍ତ୍ରଣ କରିଛି । ଇଛୁକ ପ୍ରାର୍ଥୀ ଯଦି ନାସାର ସର୍ତ୍ତ ପୁରଣ କରିପାରୁଥିବେ ତେବେ ସେମାନେ ମହାକାଶକୁ ଯିବା ପାଇଁ ଆବେଦନ କରିପାରିବେ । ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଇଚ୍ଛା କରନ୍ତି, ତେବେ ଆପଣ ଏଥିପାଇଁ ଆବେଦନ କରିପାରିବେ । କିନ୍ତୁ ଏହା ପୂର୍ବରୁ ଜାଣି ନିଅନ୍ତୁ ଏଥିପାଇଁ ଯୋଗ୍ୟତା ସବୁ କ’ଣ ।  ଏହା ମଧ୍ୟ ଜାଣନ୍ତୁ  ଯେ ଯଦି ଆପଣଙ୍କର ସେହି ଦକ୍ଷତା ଅଛି ତେବେ କିପରି ଆବେଦନ କରିବେ?

ଡେଲି ମେଲ ରିପୋର୍ଟ ଅନୁଯାୟୀ ନାସା ପ୍ରାୟ 60 ବର୍ଷ ଧରି ମହାକାଶଚାରୀଙ୍କୁ ମହାକାଶକୁ ପଠାଉଛି। ଏପର୍ଯ୍ୟନ୍ତ ନାସା ପ୍ରାୟ 2000 ମହାକାଶଚାରୀଙ୍କୁ ମହାକାଶକୁ  ପଠାଇ ସାରିଛି। ସେମାନଙ୍କ ମଧ୍ୟରୁ ଅନେକ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ବର୍ଷବର୍ଷ ଧରି କଟାଇଛନ୍ତି । ବର୍ତ୍ତମାନ ନାସା 2030 ସୁଦ୍ଧା ମଙ୍ଗଳ ଏବଂ ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତ ହେଉଛି। ଆର୍ଟେମିସ୍ କାର୍ଯ୍ୟକ୍ରମ ଅଧୀନରେ ଜଣେ ମହିଳା ଏବଂ ଜଣେ ପୁରୁଷ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଯିବ। ଏଥିପାଇଁ ନାସା ଇଛୁକ ପ୍ରାର୍ଥୀଙ୍କଠାରୁ ଆବେଦନ ଆମନ୍ତ୍ରଣ କରିଛି। ଆଗ୍ରହୀ ବ୍ୟକ୍ତିମାନେ ଏପ୍ରିଲ୍ 2 ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପ୍ରତିବର୍ଷ 1.25 କୋଟି ଟଙ୍କା ଦରମା

ଏହା ଏକ ପୂର୍ଣ୍ଣକାଳୀନ ପଦବୀ ହେବ ବୋଲି ନାସା କହିଛି। ଏଥିପାଇଁ ପ୍ରତିବର୍ଷ 1.25 କୋଟି ଟଙ୍କା ଦରମା ମଧ୍ୟ ଦିଆଯିବ । ଆବେଦନ କରିବା ପାଇଁ ଆପଣଙ୍କୁ ପୂର୍ବରୁ ଜଣେ ମହାକାଶଚାରୀ ହେବା ଆବଶ୍ୟକ ନୁହେଁ । କିନ୍ତୁ ନାସାର ଚୟନ ମାନଦଣ୍ଡ କଠୋର ଅଟେ। ଆବେଦନକାରୀମାନେ ଇଞ୍ଜିନିୟରିଂ, ଜୈବ ବିଜ୍ଞାନ, ଶାରୀରିକ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ କିମ୍ବା ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିବା ଉଚିତ୍ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜଣେ ଆମେରିକୀୟ ନାଗରିକ ହେବା ଜରୁରୀ । ଯଦି ଆପଣ ଏହି ବିଷୟଗୁଡ଼ିକ ମଧ୍ୟରୁ କୌଣସିଥିରେ ପିଏଚଡି କରିଛନ୍ତି ତେବେ ଆହୁରି ଭଲ ।  ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି କିମ୍ବା ପାଇଲଟ୍ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।

ଏହା ବ୍ୟତୀତ ଆବେଦନକାରୀ ଶାରୀରିକ ଭାବରେ ଫିଟ୍ ହେବା ଉଚିତ ।  ତାଙ୍କର ଦୃଷ୍ଟିଶକ୍ତି ଭଲ ହୋଇଥିବା ଆବଶ୍ୟକ ।| ରକ୍ତଚାପର କୌଣସି ସମସ୍ୟା ନଥିବା ଜରୁରୀ । ତାଙ୍କୁ ନାସାର ଟେକ୍ସାସ କାର୍ଯ୍ୟାଳୟରେ ଜଣେ ମହାକାଶଚାରୀ ହେବାକୁ ଦୁଇ ବର୍ଷ ତାଲିମ ଦିଆଯିବ। ସ୍ପେସ୍ୱାକ୍ ବା ମହାକାଶରେ  ଚାଲିବା ଏବଂ ରୋବୋଟିକ୍ସ ବ୍ୟବହାର ବାବଦରେ ମଧ୍ୟ ତାଲିମ ଦିଆଯିବ । ଏହା ପରେ ସେମାନେ ମହାକାଶଚାରୀଙ୍କ ମୂଳ ଦଳର ଅଂଶ ହେବେ । ଆର୍ଟେମିସ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହକୁ ମହାକାଶଚାରୀଙ୍କୁ ପଠାଇବା ପାଇଁ ମନୋନୀତ ଲୋକଙ୍କୁ ଚୟନ କରାଯିବ । କିନ୍ତୁ ଏହା ପୂର୍ବରୁ ସେମାନଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ପଠାଯିବ । ଆର୍ଟେମିସ୍ ଦ୍ୱିତୀୟ ସେପ୍ଟେମ୍ବର 2025 ରେ ଆରମ୍ଭ ହେବ । ଏହା ୪ ଜଣ ମହାକାଶଚାରୀଙ୍କୁ ଚନ୍ଦ୍ର ଚତୁର୍ଦ୍ଧିଗରେ ପ୍ରଦୀକ୍ଷଣ କରାଇ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବ । ଏହାପରେ ସେପ୍ଟେମ୍ବର ୨୦୨6ରେ  ଆର୍ଟେମିସ୍ ତୃତୀୟ  ତା’ର ଯାତ୍ରା ଆରମ୍ଭ କରିବ । ଆର୍ମେଟିସ୍ ତୃତୀୟ ମହାକାଶଚାରୀଙ୍କ ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ।