Unknown Disease : ଅଜଣା ରୋଗ ନେଲାଣୀ ୫ ମୁଣ୍ତ, ଗାଁରେ ଚାଲିଛି ଝଡାଫୁଙ୍କା
Advertisement
Article Detail0/zeeodisha/odisha1393657

Unknown Disease : ଅଜଣା ରୋଗ ନେଲାଣୀ ୫ ମୁଣ୍ତ, ଗାଁରେ ଚାଲିଛି ଝଡାଫୁଙ୍କା

Unknown Disease : ଅଜଣା ରୋଗର ଆତଙ୍କ । ଗାଁରେ ଗଡୁଛି ମୁଣ୍ତ ,ଅକାଳରେ ଯାଉଛି ଜୀବନ । ଯାହାକୁ ନେଇ ଗାଁରେ ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ ।

ସୌଜନ୍ୟ : ସୋସିଆଲ ମିଡିଆ

Unknown Disease : ଅଜଣା ରୋଗର ଆତଙ୍କ । ଗାଁରେ ଗଡୁଛି ମୁଣ୍ତ ,ଅକାଳରେ ଯାଉଛି ଜୀବନ । ଯାହାକୁ ନେଇ ଗାଁରେ ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ । ଜଣେ କି ଦୁଇ ଜଣ ନୁହେଁ , କ୍ରମାଗତ ଭାବେ ପ୍ରତ୍ୟେକ ମାସରେ ଗ୍ରାମରେ କିଏ ନା କିଏ ଏହି ରୋଗରେ ଆଖିବୁଜୁଛି। ଗାଁର ମୃତ୍ୟୁର ତାଣ୍ତବ ଦେଖି ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟର ଖଣ୍ଡିଆଗୁଡା ଗାଁରେ । 

ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଗାଁରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ କହୁଥିବା ବେଳେ ପ୍ରଶାସନର ଆଖିଦୃଶିଆ ତତ୍ପରତା ଦେଖିବାକୁ ମିଳିନି । ଗାଁରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ କାରଣ ବିଷାକ୍ତ ମଦ ନାଁ ଅନ୍ୟ କିଛି ତାହାର ତଦନ୍ତ ହେବା ଜରୁରୀ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହାକୁ ନେଇ ଗ୍ରାମବାସୀ ଅନ୍ଧବିଶ୍ୱାସର ବସବର୍ତ୍ତୀ ହେଉଥିବା ମଧ୍ୟ ଦୃଷ୍ଟିକୁ ଆସିଛି । ଗାଁରେ ଥିବା ଦେବୀ, ଦେବତାଙ୍କ ପୂଜାବିଧି ଠିକ୍‌ରେ ହେଉ ନ ଥିବା କାରଣରୁଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀଙ୍କ ମନରେ ସନ୍ଦେହ ପଶିଲାଣି। ଗାଁକୁ ଗୁଣିଆ ଆଣି ପୂଜା କରିବା କଥାକୁ ସ୍ୱୀକାର କରିଛନ୍ତି ଗ୍ରାମବାସୀ । 

ଖଣ୍ଡିଆଗୁଡ଼ା ପରଜା ସାହିରେ ୬୦ ପରିବାର ବସବାସ କରୁଛନ୍ତି। ତେବେ ୧୩ ଦିନ ମଧ୍ୟରେ ସେହି ସାହିରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେପ୍ଟେମ୍ବର୨୯ ତାରିଖ ଠାରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାର ର 3 ସଦସ୍ୟ ରହିଛନ୍ତି । ସମସ୍ତ ମୃତକ ଗୋଟିଏ ସାହିର ହୋଇଥିବାରୁ ଲୋକଙ୍କମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅଧିକାଂଶ ଲୋକେ ଘରେ ତାଟି କବାଟ କିଳି ରହୁଛନ୍ତୁ । 

ସେହିପରି ଦିନେ ଦୁଇଦିନ ବ୍ୟବଧାନରେ ଲୋକଙ୍କ ମୃତ୍ୟୁ ଘଟିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ପରିସ୍ଥିତି ଭିତରେ ସ୍ଥାନୀୟ ପ୍ରଶାସନ ଗାଁକୁ ଏକ ମେଡିକାଲ ଟିମ୍ ପଠାଇ ଦେଉକି କାମ ସାରି ଦେଉଛି। ଏହି ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ମଦ ନ ପିଇବା ପାଇଁ ବୁଝାଇ ସଚେତନ କରୁଛନ୍ତି । ମୃତ୍ୟୁର କାରଣ କୌଣସି ରୋଗ ନା ଅସ୍ୱାସ୍ଥ୍ୟକର ପରିବେଶ ସେନେଇ କିଛି ସ୍ଥିର ସ୍ପଷ୍ଟ ହୋଇନି ।  କିନ୍ତୁ ଗାଁରେ ମୃତ୍ୟୁର ତାଣ୍ତବ ରଚି ଚାଲିଛି ମୃତ୍ୟୁ । ଶୀଘ୍ର ପ୍ରଶାସନ ନ ଚେତିଲେ ଏବଂ ମୃତ୍ୟୁର କାରଣ ନ ଖୋଜିଲେ ଗାଁରେ ଅନ୍ଧବିଶ୍ୱାସର ପରିଣତି ମଧ୍ୟ ଭୟଙ୍କର ହେବାର ସମ୍ଭାବନା ରହିଛି । ଅନ୍ୟପଟେ ବିଭାଗ ଅପେକ୍ଷା କରିଛି ତଦନ୍ତ ରିପୋର୍ଟକୁ । ତେବ ତଦନ୍ତ ରିପୋର୍ଟ କେବେ ଆସିବ, ଆଉ କେବେ ରୋଗଗ କାରଣ ଜଣାପଡିବ । ତାହା ଉପରେ ସମସ୍ତଙ୍କ ନଜର ରହିଛି ।