MS Dhoni:ଧୋନୀଙ୍କ ନିଷ୍ପତି ଅଚାନକ ନା ଏହାପଛରେ ଅଛି ବହୁଦିନର ରଣନୀତି ?
Advertisement
Article Detail0/zeeodisha/odisha2168147

MS Dhoni:ଧୋନୀଙ୍କ ନିଷ୍ପତି ଅଚାନକ ନା ଏହାପଛରେ ଅଛି ବହୁଦିନର ରଣନୀତି ?

ଏମଏସ ଧୋନି ପୁଣି ଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଠିକ୍ ୨ ବର୍ଷ ତଳେ ସେ ଯେମିତି ସମସ୍ତଙ୍କୁ ଚମକାଇ ଦେଇଥିଲେ ସେମିତି ଏଥରକ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଅଧିନାୟକପଦ ଛାଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନି ଆଇପିଏଲ୍ ୨୦୨୪ ଋତୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡଙ୍କୁ ଅଧିନାୟକଦାୟିତ୍ୱ ହସ୍ତାନ୍ତର କରିଛନ୍ତି। 

SOCIAL MEDIA

MS Dhoni: ଏମଏସ ଧୋନି ପୁଣି ଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଠିକ୍ ୨ ବର୍ଷ ତଳେ ସେ ଯେମିତି ସମସ୍ତଙ୍କୁ ଚମକାଇ ଦେଇଥିଲେ ସେମିତି ଏଥରକ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଅଧିନାୟକପଦ ଛାଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନି ଆଇପିଏଲ୍ ୨୦୨୪ ଋତୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡଙ୍କୁ ଅଧିନାୟକଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ମାର୍ଚ୍ଚ ୨୧ ତାରିଖ ଗୁରୁବାର ଏହା ଘୋଷଣା କରିଛି। ଗତ ସିଜନରେ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପଞ୍ଚମ ଥର ପାଇଁ ଟାଇଟଲ ଜିତିଥିଲା। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ହଠାତ୍ ସେ କାହିଁକି ଏହି ଦାୟିତ୍ୱ ଛାଡିଲେ?

୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଚେନ୍ନାଇ ସୁପର କିଙ୍ଗ୍ସ ଯେଉଁ ସବୁ ସିଜନରେ ଆଇପିଏଲ୍ ରେ ଭାଗ ନେଇଛି, ଧୋନି ସେହି ସବୁ ସିଜନରେ ଆଇପିଏଲ୍ ର ଅଧିନାୟକ ଅଛନ୍ତି। ଏହା ମଧ୍ୟରେ ଧୋନି ୨୦୨୨ରେ ପ୍ରଥମ ଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିବା ସହ ଦଳର ଦାୟିତ୍ୱ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ। ତାହା ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ସମାନ ଢଙ୍ଗରେ। ତେବେ ଫଳାଫଳ ଭଲ ନଥିଲା ଏବଂ ଧୋନି ପ୍ରଥମ ୮ ଟି ମ୍ୟାଚରେ ୬ ଟି ପରାଜୟ ପରେ ଦଳର ଦାୟିତ୍ୱ ନେଇଥିଲେ ।

ହଠାତ୍ ଏଭଳି ନିଷ୍ପତ୍ତି କାହିଁକି?

ତା'ପରେ ପରବର୍ତ୍ତୀ ସିଜନରେ ଧୋନି ଆରମ୍ଭରୁ ଅଧିନାୟକତ୍ୱ କରି ମୁମ୍ବାଇ ଇଣ୍ଡିଆନ୍ସକୁ ସମକକ୍ଷ କରି ପଞ୍ଚମ ଥର ପାଇଁ ଦଳକୁ ଚାମ୍ପିୟନ କରିଥିଲେ। ଏଭଳି ସ୍ଥିତିରେ ପ୍ରଶଂସକମାନେ ଆଶା ରଖିଥିଲେ ଯେ ଏଥର ଧୋନିଙ୍କ ଟିମ୍ ଷଷ୍ଠ ଥର ପାଇଁ  ଚାମ୍ପିୟନ ହୋଇ ମୁମ୍ବାଇ ଓ ରୋହିତ ଶର୍ମାଙ୍କୁ ପଛରେ ପକାଇଦେବ ପ୍ରଶଂସକଙ୍କ ଏହି ଇଚ୍ଛାକୁ ଧୋନି  କିନ୍ତୁ ରଖି ନାହାନ୍ତି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଧୋନି ହଠାତ୍ କାହିଁକି ଏଭଳି ନିଷ୍ପତ୍ତି ନେଲେ? ଏହାର କିଛି କାରଣ ଅଛି କି? ଧୋନି ଅବସର ନେବେ କି?

ନା ଏହା ପଛରେ ରହିଛି କିଛି ଯୋଜନା !

ଏହାକୁ ବୁଝିବା ପାଇଁ ଆମକୁ ଗତ ଦୁଇ ଋତୁର ସ୍ଥିତି ଉପରେ ନଜର ପକାଇବାକୁ ପଡ଼ିବ। ଏହା ପୂର୍ବରୁ ଧୋନି ୨୦୨୨ରେ ଅଧିନାୟକ ପଦରୁ ଇସ୍ତଫା ଦେଇ ଜାଡେଜାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେବେଠାରୁ ଏହା ଧୋନିଙ୍କ ଶେଷ ସିଜନ ହେବ ଏବଂ ଜାଡେଜା ଭବିଷ୍ୟତରେ ଦାୟିତ୍ୱ ନେବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା। ଧୋନି ବିନା କୌଣସି ଅସୁବିଧାରେ ଅଧିନାୟକ ପରିବର୍ତ୍ତନ ପ୍ରକ୍ରିୟା ଶେଷ କରିବାକୁ ଚାହୁଁଥିଲେ ଏବଂ ସାହାଯ୍ୟ କରିବାକୁ ସେଠାରେ ଥିଲେ। କିନ୍ତୁ ଫଳାଫଳ ଆଶାନୁରୂପ ହୋଇନଥିଲା ଏବଂ ଧୋନିଙ୍କୁ ଦାୟିତ୍ୱ ନେବାକୁ ପଡ଼ିଥିଲା। ସେତେବେଳେ ଚେନ୍ନାଇ ନବମ ସ୍ଥାନରେ ଥିଲା ଏବଂ ଧୋନି ପ୍ରତିଶ୍ରୁତି ଦେଇଥିଲେ ଯେ ସେ ନିଶ୍ଚିତ ଭାବରେ ଚେପକ୍ ଷ୍ଟାଡିୟମରେ ଚେନ୍ନାଇ ପ୍ରଶଂସକଙ୍କ ସମ୍ମୁଖରେ ତାଙ୍କର ଶେଷ ଥର ଖେଳିବାକୁ ଆସିବେ।

କିନ୍ତୁ ସମସ୍ତେ ଜାଣନ୍ତି ଯେ ଗତ ୧୬ ବର୍ଷ ମଧ୍ୟରେ ଚେନ୍ନାଇର ଦଳ, ଏହାର ପ୍ରଶଂସକ ଏବଂ ଏହି ସହର ସହିତ ଧୋନିଙ୍କର ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି ଏବଂ ଏଭଳି ପରିସ୍ଥିତିରେ ସେ କୌଣସି ପ୍ରକାରେ ଫ୍ରାଞ୍ଚାଇଜ୍ କୁ ମଝିରେ ଛାଡ଼ିବାକୁ ଚାହୁଁନଥିଲେ। ଏଭଳି ପରିସ୍ଥିତିରେ ସେ ଆଉ ଏକ ବର୍ଷ ପାଇଁ ଫ୍ରାଞ୍ଚାଇଜର ଦାୟିତ୍ୱ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବୋଧହୁଏ ଏହି ସମୟରେ ସେ ଘରୋଇ କ୍ରିକେଟରେ ମହାରାଷ୍ଟ୍ରର ଦାୟିତ୍ୱ ନେଇଥିବା ଋତୁରାଜ ଗାଇକୱାଡଙ୍କୁ ଚିହ୍ନଟ କରିଥିଲେ । ତାଙ୍କ ନେତୃତ୍ୱରେ ଭାରତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

ଏହା କ'ଣ ଧୋନିଙ୍କ ବିଦାୟ ସଙ୍କେତ?

ନିଶ୍ଚିତ ଭାବେ ଧୋନିଙ୍କ ପୋଖତ ବଣିଆ ଋତୁରାଜ ଗାଇକୱାଡ ଚେନ୍ନାଇ ଭଳି ଦଳକୁ ସମ୍ଭାଳିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଜାଣି ପାରିଛନ୍ତି। ଗାଏକୱାଡ୍ ଗତ ୪ ବର୍ଷ ଧରି ଚେନ୍ନାଇ ଟିମ୍ ସହ ଜଡ଼ିତ ଅଛନ୍ତି ଏବଂ ଗତ ୩ ବର୍ଷ ଧରି ଦଳ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ ଏହା ନିଶ୍ଚିତ ଯେ ଧୋନି ଚଳିତ ସିଜନରେ ଖେଳୁଛନ୍ତି, ତେଣୁ ସେ ମଧ୍ୟ ଋତୁରାଜଙ୍କୁ ଏତେ ବଡ଼ ଏବଂ ସଫଳ ଫ୍ରାଞ୍ଚାଇଜି ପାଇଁ ପ୍ରସ୍ତୁତ କରିବାର ସୁଯୋଗ ପାଇବେ।

ଏସବୁ ଆଉ ଏକ ଆଶଙ୍କାକୁ ଦୃଢ଼ କରିଛି ଏବଂ ତାହା ହେଉଛି ଏହା ବୋଧହୁଏ ଧୋନିଙ୍କ ଶେଷ ସିଜନ ହେବ। ଯଦିଓ ଚେନ୍ନାଇ ଗତ ସିଜନ ଜିତିବାରେ ସଫଳ ହୋଇଥିଲା, କିନ୍ତୁ ଧୋନି ସେହି ପୂରା ସିଜନକୁ କିପରି କଟାଇଥିଲେ ,ତାହା ସମସ୍ତେ ଜାଣନ୍ତି।  ଆଣ୍ଠୁ ଆଘାତ  ସହିତ ଧୋନୀ ଏହି ସିଜନ ଖେଳିଥିଲେ। ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ଧୋନି ଚଳିତ ସିଜନ ପରେ  ଅଧିକ ଖେଳିବାକୁ ଚାହୁଁନାହାନ୍ତି ଏବଂ ସେ ନିଜ ଆଖି ଆଗରେ ଫ୍ରାଞ୍ଚାଇଜ୍ ରେ ନେତୃତ୍ୱ ପରିବର୍ତ୍ତନ ହେବା ଚାହୁଁଛନ୍ତି।