Loksabha election 2024:ଭୋଟର ଓ ଭୋଟ କେନ୍ଦ୍ର ଉପରେ ନଜର ରଖିବ AI
Advertisement

Loksabha election 2024:ଭୋଟର ଓ ଭୋଟ କେନ୍ଦ୍ର ଉପରେ ନଜର ରଖିବ AI

ମାର୍ଚ୍ଚ ୧୩ ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା । ୨୦୨୪ ଲୋକସଭା ନର୍ବାଚନ ୭ରୁ ୮ ପର୍ଯ୍ୟାୟରେ ହୋଇପାରେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରଖିବ ନଜର । 

SOCIAL MEDIA

Loksabha election 2024: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ସବୁ ସଜବାଜ ଆରମ୍ଭ କଲେଣି । ଗୋଟିଏ ପଟେ ମେଣ୍ଟ ତିଆରି ଓ ଭଙ୍ଗା ଚାଲିଥିବା ବେଳେ ନିର୍ବାଚନ ଆୟୋଗ ଭୋଟକୁ ସୁରକ୍ଷିତ ଓ ସୂଚାରୁ ରୂପେ ସଂପାଦନ କରିବାକୁ ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଲେଣି । ଏହା ଭିତରେ ଖବର ଆସୁଛି ଯେ, ଏଥର ଭାରତୀୟ ନିର୍ବାଚନ ଆୟୋଗ ଭୋଟ୍ ବେଳେ ଏଆଇର ସାହଯ୍ୟ ନେବ । ଏଆଇ ଭୋଟ କେନ୍ଦ୍ର ଓ ଭୋଟରଙ୍କ ଉପରେ ନଜର ରଖିବ ।

ମାର୍ଚ୍ଚ ୧୩ ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା

ଲୋକସଭା ନିର୍ବାଚନ ପାଇଁ ତାରିଖକୁ ନେଇ ବଡ ଖବର ଆସିଛି । ଆସନ୍ତା ମାସରେ ଘୋଷଣା ହୋଇପାରେ ତାରିଖ ।  ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।   ୨୦୨୪ ଲୋକସଭା ନର୍ବାଚନ ୭ରୁ ୮ ପର୍ଯ୍ୟାୟରେ ହୋଇପାରେ ।  ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ଯେ, ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ ଆୟୋଗ ଅନେକ ରାଜ୍ୟ ପରିଦର୍ଶନ କରୁଛନ୍ତି । ଏହି ସବୁ ଯାତ୍ରା ସରିବା ପରେ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି ।

କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ବର୍ତ୍ତମାନ ତାମିଲନାଡୁ ଗସ୍ତ କରୁଛନ୍ତି, ଏହା ପରେ ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ଗସ୍ତ କରିବେ  । ମାର୍ଚ୍ଚ ୧୩ ପୂର୍ବରୁ ଏହି ଗସ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରସ୍ତୁତିର ଆକଳନ ପାଇଁ ଆୟୋଗ ଗତ କିଛି ମାସ ଧରି ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିୟମିତ ବୈଠକ କରୁଛନ୍ତି  । ଅଧିକାରୀ କହିଛନ୍ତି, ସିଇଓମାନେ ସମସ୍ୟା କ୍ଷେତ୍ର, ଇଭିଏମର ଗତିବିଧି, ସୁରକ୍ଷା ବାହିନୀର ଆବଶ୍ୟକତା, ସୀମାରେ କଡା ନଜର ରଖିଛନ୍ତି  ।  ନିର୍ବାଚନ ଆୟୋଗ ଚଳିତ ବର୍ଷ ନିର୍ବାଚନର ସୁରକ୍ଷା ଦୃଷ୍ଟିରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ଯୋଜନା ରଖିଥିବା କଥା ଅଧିକରୀମାନେ ଜଣାଇଛନ୍ତି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରଖିବ ନଜର

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଇ ପୂର୍ବରୁ ହେବାକୁ ଥିବା ଲୋକସଭା ନିର୍ବାଚନର ମୁକ୍ତ ଏବଂ ନିରପେକ୍ଷ ଆଚରଣ ପାଇଁ ନିର୍ବାଚନ ଆୟୋଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରିପାରିବ । ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଭୁଲ ତଥ୍ୟକୁ ଚିହ୍ନଟ ଏବଂ ଡିଲିଟ କରିବା ପାଇଁ ECI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ କରିପାରେ ।

ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ମିଛ ଏବଂ ଭୟଭୀତ ବିଷୟ ହଟାଯିବା ତ୍ୱରାନ୍ୱିତ ହେବ  । ଯଦି କୌଣସି ଦଳ କିମ୍ବା ପ୍ରାର୍ଥୀ  ନିୟମ ଉଲ୍ଲଂଘନ କରନ୍ତି ତେବେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସେହି ଆକାଉଣ୍ଟକୁ ବ୍ଲକ କରାଯିବ ।