Odisha Daily News Live: ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2311605

Odisha Daily News Live: ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେ

 Odisha Daily News Live: ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

28 June 2024
21:21 PM

Odisha CM Mohan Majhi: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀ ଠାରେ ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।

 

21:17 PM

Rath Yatra Special Train 2024: ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ ୧୦୧୪ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଓ ପୁରୀ ଠାରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି।

 

20:26 PM

Blast at Telangana glass factory: ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲାରେ ଏକ ବଡ଼ ବିସ୍ଫୋରଣ ଘଟିଛି। କାରଖାନାରେ ଗ୍ୟାସ୍ ଚୁଲା ବିସ୍ଫୋରଣ ହେବାପରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। କାରଖାନାରେ ବଏଲର ବିସ୍ଫୋରଣ ହୋଇଥିଲା।

18:37 PM

India Women vs South Africa Women Test: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଦ୍ରୁତ ଦ୍ୱିଶତକ ମାରି ଶାଫାଲି ଭର୍ମା (Shafali Verma Double Century) ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବା ଶେଫାଲି ଦ୍ୱିତୀୟ ଭାରତୀୟ କ୍ରିକେଟର ମଧ୍ୟ ହୋଇ ପାରିଛନ୍ତି।

 

17:48 PM

New Chief Secretary of Odisha: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଏହି ଦାୟିତ୍ଵ ଗ୍ରହଣ କରିବେ।

16:57 PM

Vikram Misri: ପରବର୍ତ୍ତୀ ବୈଦେଶିକ ସଚିବ ଭାବେ କେନ୍ଦ୍ର ସରକାର ଦେଶର ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା (ଡେପୁଟି ଏନଏସଏ) ବିକ୍ରମ ମିଶ୍ରିଙ୍କୁ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ବୈଦେଶିକ ସଚିବ ବିନୟ କ୍ୱାଟ୍ରାଙ୍କ ସ୍ଥାନ ନେବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିଯୁକ୍ତି ଆଦେଶରେ କୁହାଯାଇଛି ଯେ ବିକ୍ରମ ମିଶ୍ରି ଜୁଲାଇ ୧୫ରେ ଦାୟିତ୍ୱ ଗ୍ରହଣ କରିବେ ।

 

15:50 PM

Mamata Banerjee on Hemant Soren Bail: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୂର୍ବତନ ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମମତା ବାନାର୍ଜୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

13:05 PM

Hina Khan: ଅଭିନେତ୍ରୀ ହିନା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଦୁଖିଃତ। ହିନା ଖାନଙ୍କୁ କର୍କଟ ରୋଗ ହୋଇଥିବା ନେଇ ସେ ନିଜେ ଏହାର ସୂଚନା ଦେଇଛନ୍ତି। ହିନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ସମସ୍ତଙ୍କୁ ନମସ୍କାର! ଏପରି ଅନେକ ଗୁଜବ ଥିଲା ଯାହା ଉପରେ ମୁଁ କହିବାକୁ ଚାହେଁ। ମୁଁ ସମସ୍ତ ହିନାହୋଲିକ୍ସ ଏବଂ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତ ଲୋକଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଖବର ମୁଁ ସେୟାର କରିବାକୁ ଚାହେଁ। ମୋତେ ତୃତୀୟ ଷ୍ଟେଜ୍ ସ୍ତନ କର୍କଟ ରୋଗ ହୋଇଛି।

12:41 PM

ଆଜି ସଂସଦ ଅଧିବେଶନର ୫ମ ଦିନରେ ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ବିରୋଧୀଙ୍କ ହୋ ହାଲ୍ଲାରେ ବାଚସ୍ପତି ଗୃହକୁ ମୂଲତବୀ ରଖିଛନ୍ତି। ଯାହାକୁ ନେଇ ଗୃହ ମଧ୍ୟାହ୍ନ ୧୨ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ତେବେ ଆଜି ବାଚସ୍ପତିଙ୍କ ଦ୍ବାରା ଗୃହର କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା। ଏହି ଅବସରରେ ଗୃହରେ ଦିବଂଗତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପସ୍ଥିତ ସାଂସଦ। ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ପ୍ରକାର ପତ୍ର ଟେବୁଲ୍ ଉପରେ ରଖିବାକୁ କହିଥିଲେ, କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜ ଟେବୁଲ ଉପରେ ଛିଡ଼ା ହୋଇ କହିଥିଲେ ଯେ, ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ଏକ ମିଳିତ ବାର୍ତ୍ତା ଦେବାର ଆବଶ୍ୟକତା ଅନୁଭବ ହେଉଛି। ଉଭୟ ସରକାରୀ ଓ ବିରୋଧୀ ଦଳର ଆଭିମୁଖ୍ୟ ବାବଦରେ ଛାତ୍ରଛାତ୍ରୀମାନଙ୍କୁ ଏହାର ଆସ୍ଥା ବୃଦ୍ଧି ପାଇଁ ଆବଶ୍ୟକତା ରହିଛି। ଏଣୁ ଏକ ମୁଲତବୀ ପ୍ରସ୍ତାବ ଆଣିବାକୁ ଆମେ ନୋଟିସ୍ ଦେଇଛୁ। 

10:48 AM

Fire in mo bus: କଟକର ସିଡିଏ ସେକ୍ଟର-୯ ଅଞ୍ଚଳରେ ଆଜି ସକାଳେ ଏକ ମୋ ବସରେ ନିଆଁ ଲାଗିଯାଇଛି। ଫଳରେ ବସଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ। 

10:27 AM

 Rajya Sabha: ରାଜ୍ୟସଭାର ସ୍ୱାଧିକାର କମିଟି ୧୨ ଜଣ ସଦସ୍ୟଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିଛି। ଏହି ସଦସ୍ୟମାନେ ଗତ ଅଗଷ୍ଟ ମାସରେ ଜାଣିଶୁଣି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଥିଲେ ବୋଲି ସ୍ୱାଧିକାର କମିଟି ଅନୁଭବ କରିଛି। ଗୁରୁବାର ଦିନ କମିଟିର ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ଯେଉଁଥିରେ ଆପ୍‍ ସଦସ୍ୟ ସଞ୍ଜୟ ସିଂହଙ୍କ ନାଁ ବି ରହିଛି। ସେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାସହ ରିପୋର୍ଟରେ ଦର୍ଶାଯାଇଛି ଯେ, ଶ୍ରୀ ସିଂହ ନିଜର ଭୁଲ୍‍ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି। ଦୀର୍ଘ ସମୟ ଧରି ଗ୍ୟହରୁ ନିଲମ୍ବିତ ରହି ସେ ଯେଉଁ ଦଣ୍ଡ ଭୋଗିଛନ୍ତି ତାହାକୁ ଦୃଷ୍ଟିରେ ରଖି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ଲାଗି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶ୍ରୀ ସିଂହଙ୍କୁ ଜୁଲାଇ ୨୪, ୨୦୨୩ରେ ନିଲମ୍ବନ କରାଯାଇଥିଲା। ଏଥିନେଇ ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା ଯାହାକୁ ଗୃହ ଗ୍ରହଣ କରିଥିଲା। 

 

10:27 AM

 Rajya Sabha: ରାଜ୍ୟସଭାର ସ୍ୱାଧିକାର କମିଟି ୧୨ ଜଣ ସଦସ୍ୟଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିଛି। ଏହି ସଦସ୍ୟମାନେ ଗତ ଅଗଷ୍ଟ ମାସରେ ଜାଣିଶୁଣି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଥିଲେ ବୋଲି ସ୍ୱାଧିକାର କମିଟି ଅନୁଭବ କରିଛି। ଗୁରୁବାର ଦିନ କମିଟିର ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ଯେଉଁଥିରେ ଆପ୍‍ ସଦସ୍ୟ ସଞ୍ଜୟ ସିଂହଙ୍କ ନାଁ ବି ରହିଛି। ସେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାସହ ରିପୋର୍ଟରେ ଦର୍ଶାଯାଇଛି ଯେ, ଶ୍ରୀ ସିଂହ ନିଜର ଭୁଲ୍‍ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି। ଦୀର୍ଘ ସମୟ ଧରି ଗ୍ୟହରୁ ନିଲମ୍ବିତ ରହି ସେ ଯେଉଁ ଦଣ୍ଡ ଭୋଗିଛନ୍ତି ତାହାକୁ ଦୃଷ୍ଟିରେ ରଖି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ଲାଗି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶ୍ରୀ ସିଂହଙ୍କୁ ଜୁଲାଇ ୨୪, ୨୦୨୩ରେ ନିଲମ୍ବନ କରାଯାଇଥିଲା। ଏଥିନେଇ ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା ଯାହାକୁ ଗୃହ ଗ୍ରହଣ କରିଥିଲା। 

 

09:49 AM

Gold Rate Today: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୬୧୫ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୧୬ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୧୨ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୫୭୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୧୭୨ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୩୭୯ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

09:30 AM

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୦୬ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୪ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୧୭ ବୃଦ୍ଧି ପାଇଛି।  ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ .୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

09:07 AM

ରାଜ୍ୟସଭାର ସ୍ୱାଧିକାର କମିଟି ୧୨ ଜଣ ସଦସ୍ୟଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିଛି। ଏହି ସଦସ୍ୟମାନେ ଗତ ଅଗଷ୍ଟ ମାସରେ ଜାଣିଶୁଣି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଥିଲେ ବୋଲି ସ୍ୱାଧିକାର କମିଟି ଅନୁଭବ କରିଛି। ଗୁରୁବାର ଦିନ କମିଟିର ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ଯେଉଁଥିରେ ଆପ୍‍ ସଦସ୍ୟ ସଞ୍ଜୟ ସିଂହଙ୍କ ନାଁ ବି ରହିଛି। ସେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାସହ ରିପୋର୍ଟରେ ଦର୍ଶାଯାଇଛି ଯେ, ଶ୍ରୀ ସିଂହ ନିଜର ଭୁଲ୍‍ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି। ଦୀର୍ଘ ସମୟ ଧରି ଗ୍ୟହରୁ ନିଲମ୍ବିତ ରହି ସେ ଯେଉଁ ଦଣ୍ଡ ଭୋଗିଛନ୍ତି ତାହାକୁ ଦୃଷ୍ଟିରେ ରଖି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ଲାଗି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

08:35 AM

Delhi Rain: ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରର ଏକ ନମ୍ବର ଟର୍ମିନାଲ୍‍ର ଛାତ ଭୁଶୁଡ଼ିଛି। ଏହି ହେତୁ ଜଣଙ୍କ ମୃତ୍ୟୁ   ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ସକାଳ ପ୍ରାୟ ସେଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଛାତ ଭୁଶୁଡ଼ିବା ଦ୍ୱାରା ଅନେକ ଗାଡ଼ି ନଷ୍ଟ ହୋଇଛି। ଏହା ସହ ଯାତ୍ରୀଙ୍କ ଯାତାୟାତ ପ୍ରଭାବିତ ହୋଇଛି। ଖାଲ ସେତିକି ନୁହେଁ ବିମାନ ମଧ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି। 

08:35 AM

Delhi Rain: ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରର ଏକ ନମ୍ବର ଟର୍ମିନାଲ୍‍ର ଛାତ ଭୁଶୁଡ଼ିଛି। ଏହି ହେତୁ ଜଣଙ୍କ ମୃତ୍ୟୁ   ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ସକାଳ ପ୍ରାୟ ସେଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଛାତ ଭୁଶୁଡ଼ିବା ଦ୍ୱାରା ଅନେକ ଗାଡ଼ି ନଷ୍ଟ ହୋଇଛି। ଏହା ସହ ଯାତ୍ରୀଙ୍କ ଯାତାୟାତ ପ୍ରଭାବିତ ହୋଇଛି। ଖାଲ ସେତିକି ନୁହେଁ ବିମାନ ମଧ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି। 

08:21 AM

Puri News: ଆଗକୁ ଆସୁଛି ରଥଯାତ୍ରା। ଆଉ ତା ପୂର୍ବରୁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ବଢିବାରେ ଲାଗିଛି । ଖାସ୍ କରି ଯେବେ ଠାରୁ ଚାଲିଦ୍ବାର ଖୋଲିଲା ସେବେଠାରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟୁଛି। ଭିଡ ଯୋଗୁଁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରୁ ନାହାଁନ୍ତି। ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ତେବେ, ଏହାରି ଭିତରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଏକ ସାକ୍ଷତାକାର ଦେଖିବାକୁ ମିଳିଛି।  ସେ ଏହି ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି। 

 

08:09 AM

Weather Report: ଆଜି ସକାଳ ୪ ଟାରୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ହେତୁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ଆସନ୍ତା କିଛି ଦିନ ହେବ ବର୍ଷା ପାଇଁ ପାଣିପାଗ ବିଭାଗ (IMD) ୟେଲୋ ଆଲର୍ଟ ଜାରି କରିଛି । ଜୁନ୍ 29 ଏବଂ 30 ରେ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପ୍ରାୟ ତିନିମାସ ଧରି ଗ୍ରୀଷ୍ମ ଉତ୍ତାକପରେ ଜଳୁଥିବା ଦିଲ୍ଲୀର ସକାଳରୁ ଆଜି ଟିକିଓ ଆଶ୍ୱସ୍ତି ମିଳିଛି। ଆଜି ପ୍ରବଳ ବର୍ଷା ଏନସିଆରର ନୋଏଡା, ଗାଜିଆବାଦ, ଫରିଦାବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ, ଏହି ବର୍ଷା ଆସନ୍ତା 72 ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ।

07:59 AM

T20 WC- India in final: ଟିମ୍ ଇଣ୍ଡିଆ ୨୦୨ ସେମିଫାଇନାଲରେ ଟି -20 ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ ପରାଜୟର ପ୍ରତିଶୋଧ ନେଇଛି। ଟି-୨୦ ବିଶ୍ୱକପ୍ ଫାଇନାଲରେ ଏଣ୍ଟ୍ରୀ ମାରିଛି ଟିମ୍ ଇଣ୍ଡିଆ । ଯେଉଁଠାରେ ସେ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବାକୁ ଯାଉଛି। ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲା ଓ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।ଇଂଲଣ୍ଡ ବିପକ୍ଷରେ ଏହି ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭାବପ୍ରବଣ ହୋଇପଡ଼ିଥିଲେ।

07:49 AM

NEET: ଆଜି ବିରୋଧି ସଂସଦରେ ଉଠାଇବେ ନିଟ୍ ପ୍ରସଙ୍ଗ।  ବିରୋଧି ଦଳ ଶୁକ୍ରବାର ନିଟ୍ ପରୀକ୍ଷାରେ ଅନିୟମିତତା  ଏବଂ ପ୍ରଶ୍ନପତ୍ର ଲିକ୍  ପ୍ରସଙ୍ଗ ଉଠାଇବେ।  ଏହି ପ୍ରସଙ୍ଗରେ ସେମାନେ  ସରକାରଙ୍କୁ ଘେରିବେ।  ଏବଂ ଉତ୍ତର ଦାବି କରିବେ।  ଏଥିପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି।  ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏବଂ ଏହା ଉପରେ ଆଲୋଚନା ହେବ।  ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କ ଜବାବ୍ ରଖିବେ।  ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ  ଆଲୋଚନା ବେଳେ ବିରୋଧି  ଏହାକୁ ଉଠାଇବେ ବୋଲି କହିଛନ୍ତି।