Odisha Daily News Live: ପଶ୍ଚିମବଙ୍ଗରେ ମର୍ମନ୍ତୁଦ ରେଳ ଦୁର୍ଘଟଣା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2295781

Odisha Daily News Live: ପଶ୍ଚିମବଙ୍ଗରେ ମର୍ମନ୍ତୁଦ ରେଳ ଦୁର୍ଘଟଣା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେ

Odisha Daily News Live: ପଶ୍ଚିମବଙ୍ଗରେ ମର୍ମନ୍ତୁଦ ରେଳ ଦୁର୍ଘଟଣା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

17 June 2024
20:53 PM

Zee Odisha News Live Updates: Wayanad Seat
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସୋମବାର ଦିନ (୧୭ ଜୁନ୍) ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକସଭା ଆସନ ଛାଡି ରାଏ ବରେଲିର ସାଂସଦ ରହିବେ। ଏହା ସହିତ ଖଡ୍ଗେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାୟାନାଡରୁ ନିର୍ବାଚନ ଲଢ଼ିବେ।

20:50 PM

Zee Odisha News Live Updates: ଟିମ୍ ଇଣ୍ଡିଆର ନୂତନ ଫିଲ୍ଡିଂ କୋଚ୍ ହୋଇପାରନ୍ତି ଜଣ୍ଟି ରୋଡସ୍
ଭେଟେରାନ୍ ଜଣ୍ଟି ରୋଡସ୍ ଟିମ୍ ଇଣ୍ଡିଆର ନୂତନ ଫିଲ୍ଡିଂ କୋଚ୍ ହୋଇପାରନ୍ତି। ତେବେ ସେ ଏପର୍ଯ୍ୟନ୍ତ ଏକ ଆନୁଷ୍ଠାନିକ ଅଫର ପାଇନାହାଁନ୍ତି। ସେ ଗୌତମ ଗମ୍ଭୀରଙ୍କ କୋଚିଂ ଟିମରେ ଏକ ଅଂଶ ହୋଇପାରନ୍ତି ଯିଏ ମୁଖ୍ୟ କୋଚ୍ ରେସରେ ଆଗରେ ଅଛନ୍ତି।

18:46 PM

Kanchanjunga Express Accident Live: ପାଣିପାଗ ବିଭାଗ ସୂଚନା ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜୁନ୍  ୧୮ ତାରିଖ ଠାରୁ ୨୦  ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା  ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ସମୟ ନିର୍ଘଣ୍ଟ କରାଯାଇଛି । 

 

18:01 PM

Kanchanjunga Express Accident Live: ରେଳ ଦୁର୍ଘଟଣାରେ ଆହତ ଲୋକଙ୍କୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ
କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଦୁର୍ଘଟଣା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ବେଙ୍ଗଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି।

 

16:10 PM

Odisha News Live Updates: କେଉଁ ଆସନକୁ ଛାଡ଼ିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏନେଇ ଏଆଇସିସି ପକ୍ଷରୁ ଏକ ବୈଠକ ଡକାଯାଇଛି। ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ। ରାହୁଲ କେରଳର ଓ୍ୱାଇନାଡ଼ ଏବଂ ଉତ୍ତର ପ୍ରଦେଶର ରାଏବରେଲିରୁ ରାହୁଲ ବିଜୟୀ ହୋଇଛନ୍ତି। ଆଜି ସନ୍ଧ୍ୟାରେ ବସିବାକୁ ଥିବା ବୈଠକରେ କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧି, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧି ପ୍ରମୁଖ  ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

 

16:06 PM

Odisha News Live Updates: ମଣିପୁର ସମସ୍ୟାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡାକିଲା ଏକ ଗୁରୁତ୍ୱପୂର୍ଣ୍ଣ
ମଣିପୁର ସମସ୍ୟାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି। ରାଜ୍ୟର ଡିଜି ପୁଲିସଙ୍କୁ ଏହି ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି। କିଛି ସମୟ ଭିତରେ ଏହି ବୈଠକ ଆରମ୍ଭ ହେବ। ବିଶେକରି ଦୀର୍ଘ ଦିନ ହେଲା ସେଠାରେ ଚାଲିଥିବା ଉତ୍ତେଜନା ମୂଳକ ପରିସ୍ଥିତିକୁ କିପରି ନିୟନ୍ତ୍ରିତ କରାଯାଇପାରିବ ସେ ବିଷୟରେ ଆଲୋଚନା ହେବ। ନିକଟରେ କୁକି ଏବଂ ମାଇତି ସମ୍ପ୍ରଦାୟ ଭିତରେ ହିଂସା ଯୋଗୁ ମଶିପୁର ସାରା ବିଶ୍ୱରେ ଭାରତର ପ୍ରତିଚ୍ଛବିକୁ ଆଘାତ କରିଛି। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଏଥିରେ ନିନ୍ଦା କରାଯାଇଛି।

16:02 PM

Odisha Daily News Live: ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କୁ ନୂଆ ଦାୟିତ୍ୱ
ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଏକ ଗୁରୁ ଦାୟିତ୍ୱ ଦେଇଛି। କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ସେ ହରିୟାଣାର ନିର୍ବାଚନ ପ୍ରଭରୀ ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ରାଜ୍ୟସଭା ସାଂସଦ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମହାରାଷ୍ଟ୍ର ନିର୍ବାଚନର ସହପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ରାଜ୍ୟରେ ବିଜେପି ଲୋକସଭା ନିର୍ବାଚନରେ ବ୍ୟାପକ ବିପର୍ଯ୍ୟୟ ଲକ୍ଷ୍ୟ କରିଛି।

15:58 PM

Odisha Daily News Live: ବାଲେଶ୍ୱରରେ ୧୪୪ ଧାରା ଲାଗୁ
ବାଲେଶ୍ୱରରେ  ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ଦେଖିବାକୁ ମିଳିଛି। ଶୂନହଟ ଛକ ନିକଟରେ ଦୁଇ ଭିନ୍ନ ଭିନ୍ନ ସମ୍ପ୍ରଦାୟ ଭିତରେ ଗଣ୍ଡଗୋଳ ସୃଷ୍ଟି ହେବାରୁ ପୁଲିସ ମୁତ୍ତୟନ କରାଯାଇଛି। ଘଟଣା ଉପରା କଡ଼ା ନଜର ରଖିଛି ଜିଲ୍ଲା ପ୍ରଶାସନ। ଆଜି ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଇଦ୍‍ ପର୍ବ ପାଳନ କରାଯାଉଛି। ଏହା ସହ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି।

12:03 PM

Odisha News Live Updates: ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର: ପଶ୍ଚିମ ବଙ୍ଗର ନ୍ୟୁଜଲପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

11:40 AM

Odisha News Live Updates: ବିଶ୍ଵ ଯୋଗ ଦିବସକୁ ଓଡ଼ିଶାରେ ବଡ଼ ଆକାରରେ ପାଳନ କରାଯିବ
କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦାୟିତ୍ବ ଗ୍ରହଣ କରିବା ପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପଙ୍କର ମହାପାତ୍ର ଓ ଯୁଗ୍ମ ସଚିବ ଉପସ୍ଥିତ ଥିଲେ। ଏବେକା ସମୟରେ ରାଜ୍ୟରେ କ୍ରୀଡ଼ାକୁ ନେଇ କଣ କଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କିତ ବିଷୟ ନେଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।

11:40 AM

Odisha News Live Updates: ବିଶ୍ଵ ଯୋଗ ଦିବସକୁ ଓଡ଼ିଶାରେ ବଡ଼ ଆକାରରେ ପାଳନ କରାଯିବ
କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦାୟିତ୍ବ ଗ୍ରହଣ କରିବା ପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପଙ୍କର ମହାପାତ୍ର ଓ ଯୁଗ୍ମ ସଚିବ ଉପସ୍ଥିତ ଥିଲେ। ଏବେକା ସମୟରେ ରାଜ୍ୟରେ କ୍ରୀଡ଼ାକୁ ନେଇ କଣ କଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କିତ ବିଷୟ ନେଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।

11:39 AM

Odisha News Live Updates: ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଖଡ଼ିଆଳ ସହରର ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲେ। ଏହି ୪ ସାଙ୍ଗ ଗତକାଲି ରାତିରେ କାର ଯୋଗେ ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜି ଖାଇବାକୁ ଯାଇଥିଲେ। ରାତି ପ୍ରାୟ ୧୨ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟର ସହିତ ସେମାନଙ୍କର ଧକ୍କା ହୋଇଥିବା କୁହାଯାଉଛି। ଏହା ପରେ ପରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। 

10:37 AM

Odisha News Live Updates: ଝାଡ଼ଖଣ୍ଡରେ ଏନକାଉଣ୍ଟର
ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ। ଏହା ସହିତ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା  ରହିଥିବା ସୂଚନା ରହିଛି। ସେହିପରି ଗିରଫଙ୍କ ମଧ୍ୟରେ ମଧ୍ୟ ଜଣେ ମହିଳା ରହିଥିବା ସୂଚନା ରହିଛି। ଏବେବି ଚାଲିଛି ସର୍ଚ୍ଚ ଅପରେସନ ।

09:37 AM

Odisha News Live Updates: କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ
କୋଲକାତା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣ ଲୋକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ସ୍ତବ୍ଧବୋଲି ସେ ଲେଖିଛନ୍ତି ।

 

09:37 AM

Odisha News Live updates: ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ, ୩୩ ମୃତ
ଉତ୍ତର ଭାରତରେ ପ୍ରବ​ଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଉତ୍ତର ଭାରତ ଏବଂ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରି ପାଖାପାଖି ପହଞ୍ଚିଛି। ପ୍ରବଳ ଗରମ ଯୋଗୁଁ କେବଳ ଉତ୍ତରପ୍ରଦେଶରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି ।  ସେହିପରି ବିହାରରେ ଗ୍ରୀଷ୍ମପ୍ରବାହ ୧୨୮ ବର୍ଷର ରେକର୍ଡ ଭାଙ୍ଗିଛି ।  ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଘରୁ ନ ବାହାରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।  କିନ୍ତୁ ଜୀବିକା ପାଇଁ ଲୋକମାନଙ୍କୁ ଘରୁ ବାହାରିବାକୁ ପଡ଼ୁଛି । ସବୁଠାରୁ ଅସହାୟ ହେଉଛି ଦେଶର ରାଜଧାନୀ, ଯେଉଁଠାରେ ଏହି ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ବିଜୁଳିକାଟ ଲୋକଙ୍କୁ ସମସ୍ୟାରେ ପକାଇଦେଇଛି ।

09:34 AM

Odisha News Live updates: ପାହାଡ଼ରେ ପିଟିହେଲା ସରକାରୀ ବସ
ବଣାଇ ଉପଖଣ୍ଡ ଅନ୍ତର୍ଗତ ପଙ୍କଡିହିରୁ ରାଉରକେଲା ଆସୁଥିବା ସରକାରୀ ବସ ପାହାଡ଼ରେ ପିଟି ହେବାରୁ ୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୩୦ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ କେତେକ ଗର୍ଭବତୀ ମହିଳା ଓ ଆଶାକର୍ମୀ ଅଛନ୍ତି। ଗୁରୁଣ୍ଡିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଆଜି ସକାଳ ପ୍ରାୟ ୭ଟାରେ ଏକ ସରକାରୀ ବସ ପ୍ରାୟ  ୩୫ଜଣ ଯାତ୍ରୀଙ୍କୁ ନେଇ ରାଉରକେଲା ଆସୁଥିଲା। ଗୁରୁଣ୍ଡିଆ ତାମଡ଼ା ଜଙ୍ଗଲ ରାସ୍ତାରେ ବସଟି ଭାରସାମ୍ୟ ହରାଇ ପାହାଡ଼ରେ ପିଟି ହୋଇଯାଇଥିଲା। ବସରେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। 

09:28 AM

Odisha News Live Updates: ଖୋଲିବ ସ୍କୁଲ, ଆସିଲା ବଡ଼ ଅପଡେଟ
ଚାଲିଛି ଖରାଛୁଟି। ଖରାଛୁଟି ସରିବା ପରେ ଖୋଲିବାକୁ ଯାଉଛି ସ୍କୁଲ। ଆସନ୍ତା ମଙ୍ଗଳବାର ୧୮ ଜୁନ ୨୦୨୪ ଠାରୁ ଖୋଲିବାକୁ ଯାଉଛି ସ୍କୁଲ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସ୍କୁଲର ସମସ୍ତ ଶ୍ରେଣୀ ଗୃହଠାରୁ ଆରମ୍ଭ କରି କ୍ୟାମ୍ପସ ସବୁ ସ୍ଥାନକୁ ଯାଞ୍ଚ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା କାଲି ଶିକ୍ଷକ, ପାଚିକା ଓ ସହାୟିକା ସ୍କୁଲ ଆସିବେ। ରୋଷେଇଶାଳାକୁ ଯାଞ୍ଚ କରିବେ। ରୋଷେଇ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରିବେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା। 

 

09:27 AM

Today Horoscope : ଏହି ୩ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ସୋମବାର
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

09:26 AM

Odisha News Live Updates: ୧୯ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
 ଆଗାମୀ ୧୯ତାରିଖ ବୁଧବାର ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ।ବୈଠକରେ ବିଶେଷତଃ ସ୍ନାନ ଯାତ୍ରା ଶୃଙ୍ଖଳିତ ଭାବେ କରିବା ନେଇ କରାଯିବ ସବିଶେଷ ଆଲୋଚନା।ରାଜେନ୍ଦ୍ରଭିଷେକ ନୀତି ଠାରୁ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସହ ସ୍ନାନଯାତ୍ରା ର ବ୍ୟବସ୍ଥାବଳୀ କୁ ଅନୁମୋଦନ କରାଯିବ।ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଶୃଙ୍ଖଳାର ସହ ହାତିବେଶରେ ଦର୍ଶନ ସହିତ ଜଳ ଲାଗି ନୀତି ସୁରୁଖୁରୁରେ ସମାପନ ନେଇ ବୈଠକରେ ନିଆଯିବ ନିଷ୍ପତି।ଗଜପତି ମହାରାଜା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ସମେତ ଜିଲ୍ଲାପାଳ,ଏସ୍ପି,ପରିଚାଳନା କମିଟି ର ସେବାୟତ ପ୍ରତିନିଧି ସହ ଅନ୍ୟାନ୍ୟ ପ୍ରତିନିଧି ମାନେ ଉପସ୍ଥିତ ରହିବେ।

09:25 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।