World sleep day 2023: କମ ସମୟ ଶୋଇବା ଦ୍ବାରା ହୋଇଥାଏ ଏହି ସବୁ ସମସ୍ୟା, ହୋଇଯାଆନ୍ତୁ ସାବଧାନ
Advertisement

World sleep day 2023: କମ ସମୟ ଶୋଇବା ଦ୍ବାରା ହୋଇଥାଏ ଏହି ସବୁ ସମସ୍ୟା, ହୋଇଯାଆନ୍ତୁ ସାବଧାନ

World sleep day: ଶୋଇବା କାହାକୁ ବା ପସନ୍ଦ ନୁହେଁ । ଭଲ ନିଦ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ  ଜରୁରୀ ହୋଇଥାଏ । ନିଦ ମସ୍ତିଷ୍କ ପରିଚାଳନା ସହ ମେଟାବୋଲିଜିମ୍, ରୋଗ ପ୍ରତିରୋଧକ ଶକ୍ତି, ହରମୋନ୍ , ଭୋକ ନିୟନ୍ତ୍ରଣ ଓ ହୃଦ୍‌ରୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରତ୍ୟେକ ଦିନ ରାତିରେ ୭ରୁ ୮ ଘଣ୍ଟା(sleep 7to 8 hours) ଶୋଇବା ଦରକାର। ଯଦି ଜଣେ ମଣିଷ ରାତିରେ ୭ରୁ ୮ ଘଣ୍ଟା ଶୋଇନଥାଏ ତାହାଲେ ଦିନରେ ନିଦ ଲାଗିବା ସହ ଚିଡ଼ଚିଡ଼ା, ମାନ୍ଦା ଲାଗିବା ସହ ଦୁର୍ବଳ ମଧ୍ଯ ଲାଗିଥାଏ । 

ସୌ(ସୋସିଆଲ ମିଡିଆ)

World sleep day 2023: ଶୋଇବା କାହାକୁ ବା ପସନ୍ଦ ନୁହେଁ । ଭଲ ନିଦ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ  ଜରୁରୀ ହୋଇଥାଏ । ନିଦ ମସ୍ତିଷ୍କ ପରିଚାଳନା ସହ ମେଟାବୋଲିଜିମ୍, ରୋଗ ପ୍ରତିରୋଧକ ଶକ୍ତି, ହରମୋନ୍ , ଭୋକ ନିୟନ୍ତ୍ରଣ ଓ ହୃଦ୍‌ରୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରତ୍ୟେକ ଦିନ ରାତିରେ ୭ରୁ ୮ ଘଣ୍ଟା(sleep 7to 8 hours) ଶୋଇବା ଦରକାର। ଯଦି ଜଣେ ମଣିଷ ରାତିରେ ୭ରୁ ୮ ଘଣ୍ଟା ଶୋଇନଥାଏ ତାହାଲେ ଦିନରେ ନିଦ ଲାଗିବା ସହ ଚିଡ଼ଚିଡ଼ା, ମାନ୍ଦା ଲାଗିବା ସହ ଦୁର୍ବଳ ମଧ୍ଯ ଲାଗିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ସ୍ବଳ୍ପ ସମୟ ଶୋଇବା ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇଥାଏ । ଫଳରେ ମାନସିକ ଚାପ, ଉଦାସୀନତା, ଉଚ୍ଚ ରକ୍ତଚାପ(High blood pressure), ହୃଦରୋଗ ଭଳି ଦୀର୍ଘକାଳୀନ ରୋଗ ଓ ଗର୍ଭାବସ୍ଥାର ଜଟିଳତା ଭଳି ସମସ୍ୟା ଦେଖାଦେଇଥାଏ । ଏସବୁ ରୋଗ ମୃତ୍ୟୁର କାରଣ ମଧ୍ଯ ହୋଇପାରେ । ନିଦ ନ ଆସିବା ବା ଠିକ୍ ସମୟରେ ନ ଶୋଇବା ଆଜିକାଲି ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ତେବେ ସମୟ ଥାଉ ଥାଉ ଏନେଇ ଧ୍ୟାନ ନଦେଲେ ଏହା ଗମ୍ଭୀର ସମସ୍ୟା ଭାବେ ଉଭା ହୋଇପାରେ। ଅଧ୍ୟୟନରୁ ଜଣାପଡିଛି ଯେ, ୧୮ ପ୍ରତିଶତ ଲୋକେ କମ ଶୋଇଥାଆନ୍ତି । କମ୍ ନିଦ୍ରା ଆମ ଶରୀର ଉପରେ ବହୁ ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ସେ ନେଇ ଆଲୋଚନା କରିବା ।

ଥକିଯିବା(Tiredness ): ନିଦର ଅଭାବ ସକ୍ରିୟ ଜ୍ଞାନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରେ । ଏହା ଫଳରେ ଦିନସାରା କ୍ଳାନ୍ତ ଅନୁଭବ ହୋଇଥାଏ । କାମରେ ମନ ଲାଗିନଥାଏ । ଦିନସାରା ଶୋଇବାକୁ ଇଚ୍ଛା ହୋଇଥାଏ ।

ମୋଟାପଣ( Increase Obesity): ଯଦି ଆପଣ ପର୍ଯ୍ୟନ୍ତ ପରିମାଣର ଶୋଉନାହାନ୍ତି ତାହାଲେ ଏହା ଦ୍ବାରା ଆପଣ ମୋଟାପଣର ମଧ୍ଯ ଶିକାର ହୋଇପାରନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ଲୋକେମାନେ ରାତିରେ ୫ ଘଣ୍ଟାରୁ କମ ସମୟ ଶୋଇଥାଆନ୍ତି । ସେମାନଙ୍କର ଓଜନ ବଢିବାର ଅଧିକ ସମ୍ଭାବନା ରହିଥାଏ ।

ବ୍ରେନ ଫୋଗ (Brain fog): ଶୋଇବା ଅଭାବରୁ ମସ୍ତିଷ୍କରେ ବ୍ରେନ ଫୋଗ (Brain fog) ପରି ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ସୃଜନଶୀଳତାର ଅଭାବ, ଦୁଃଖ, ଦ୍ୱନ୍ଦ୍ୱ ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ପର୍ଯ୍ୟାପ୍ତ ପରିମାଣର ନଶୋଇବା କାରଣରୁ କାର୍ଯ୍ୟରେ ମନ ଲାଗିନଥାଏ ।  

ସୁଗାର ଲେବୁଲ ବୃଦ୍ଧି ପାଇଥାଏ (increase Blood sugar level): ନିଦ ଅଭାବ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ, ସେଥିମଧ୍ୟରୁ ଗୋଟିଏ ହେଉଛି ଉଚ୍ଚ ରକ୍ତରେ ଶର୍କରା ସ୍ତର । ଯେଉଁମାନେ ରାତି ଜଲଦି ଶୁଅନ୍ତି ନାହିଁ ବା ଭଲରେ ଶୋଇପାରୁ ନାହାଁନ୍ତି, ସେମାନଙ୍କର ରକ୍ତରେ ଶର୍କରା ସ୍ତରରେ ଅନିୟନ୍ତ୍ରିତ ହୋଇପାରେ ।

ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ (Effect immune system): ନିଦ୍ରାର ଅଭାବ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କମ ଶୋଇବା ଯୋଗୁଁ ଏହା ଦୁର୍ବଳ ହେବା ଆରମ୍ଭ କରେ ଯେଉଁଥିପାଇଁ ଶରୀର ଅତିଶୀଘ୍ର ସଂକ୍ରାମକ ରୋଗର ଶିକାର ହୁଏ । ତେଣୁ ଯଦି ଆପଣ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ ।  

Also Read-Health Tips: ଠିଆ ହୋଇ ପାଣି ପିଉଛନ୍ତି କି? ମାଡ଼ି ବସିବ ଏହି ସବୁ ରୋଗ

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଏହି ବିଷୟରେ ଡାକ୍ତରୀ ପରାମର୍ଶ ନେବାକୁ ଆମେ ନମ୍ରତାର ସହିତ ଅନୁରୋଧ କରୁଛୁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)