ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆପଣାନ୍ତୁ ଏହି ୫ଟି ଅଭ୍ୟାସ...
Advertisement
Article Detail0/zeeodisha/odisha1145481

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆପଣାନ୍ତୁ ଏହି ୫ଟି ଅଭ୍ୟାସ...

ବର୍ତ୍ତମାନ ଯୁଗରେ ସମସ୍ତଙ୍କ ଜୀବନଶୈଳୀ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ କାରଣରୁ ,ଆମେ ଆମର ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ଅକ୍ଷମ।  ଏଥିପାଇଁ ବହୁ ଗୁରୁତର ରୋଗ ପାଇଁ ଆମେ ଅଧିକ ଔଷଧ ଗ୍ରହଣ କରିଥାଉ । 

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆପଣାନ୍ତୁ ଏହି ୫ଟି ଅଭ୍ୟାସ...

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ହେଉଛି ପ୍ରକୃତ ସମ୍ପଦ । କାରଣ ଏକ ଉନ୍ନତ ଜୀବନ ପାଇଁ ସୁସ୍ଥ ରହିବା ଆବଶ୍ୟକ । ଏଥିପାଇଁ ଆମକୁ କିଛି ଭଲ ଅଭ୍ୟାସକୁ ନିଜ ଜୀବନରେ ଗ୍ରହଣ କରିବା ଉଚିତ୍  । ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ  । ଏହା ୧୯୪୮ ମସିହାରେ ଆରମ୍ଭ ହୋଇଥିଲା । ଯାହାର ଉଦ୍ଦେଶ୍ୟ ହେଉଛି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା । ଏକ ସୁସ୍ଥ ଜୀବନ ପାଇଁ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ବର୍ତ୍ତମାନ ଯୁଗରେ ସମସ୍ତଙ୍କ ଜୀବନଶୈଳୀ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ କାରଣରୁ ,ଆମେ ଆମର ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ଅକ୍ଷମ। ଏଥିପାଇଁ ବହୁ ଗୁରୁତର ରୋଗ ପାଇଁ ଆମେ ଅଧିକ ଔଷଧ ଗ୍ରହଣ କରିଥାଉ । ତେବେ ଆଜି ଆମେ ଆପଣଙ୍କୁ ୫ଟି ଅଭ୍ୟାସ ବିଷୟରେ କହିବୁ ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ।

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏହି ୫ଟି ଅଭ୍ୟାସକୁ ଅନୁସରଣ କରନ୍ତୁ
୧. ସୁସ୍ଥ ରହିବା ପାଇଁ ସନ୍ତୁଳିତ ଏବଂ ସୁସ୍ଥ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍,ମିନେରାଲ୍ସ,ପ୍ରୋଟିନ୍,କାର୍ବୋହାଇଡ୍ରେଟ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍, ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଏହା ବ୍ୟତୀତ ଜଙ୍କ ଫୁଡ୍,ଫାଷ୍ଟପୁଡ୍,ଚିନି,ଥଣ୍ଡା ପାନୀୟର ସେବନକୁ କମ୍ କରନ୍ତୁ  ।

୨. ଶରୀରକୁ ହାଇଡ୍ରେଟ୍ ରଖନ୍ତୁ
ଶରୀରରେ ଜଳର ଅଭାବ ନ ହେବା ପାଇଁ ଦିନରେ ଅତି କମ୍ ରେ ୮ ରୁ ୯ ଗ୍ଲାସ ପାଣି ପିଅନ୍ତୁ କାରଣ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ଆପଣ ଏହା ନ କରନ୍ତି ତେବେ ଡିହାଇଡ୍ରେସନ୍ ସମସ୍ୟାର ଶିକାର ହେବେ । ସଠିକ୍ ପରିମାଣରେ ପାଣି ପିଇବା ଦ୍ବାରା ଶରୀରରେ ଥିବା ଟକ୍ସିନ ବାହାରିଥାଏ।

୩. ନିଦ୍ରା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ
ଆପଣ ଦୈନନ୍ଦିନ ଜୀବନରେ ଯେତେ ବ୍ୟସ୍ତ ଥିଲେ ବି ୭ରୁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ  । ଏହା ସହିତ ଆପଣ କେବଳ ଦିନସାରା ସତେଜ ଅନୁଭବ କରିବେ ତାହା ନୁହେଁ ଟେନସନରୁ ବି ଦୂରରେ ରହିଥାଆନ୍ତି । ମାନସିକ ସୁସ୍ଥତା ପାଇଁ ମଧ୍ୟ ଏହା ବେଶ ଗୁରୁତ୍ବବହନ କରିଥାଏ। 

୪.  ନିୟମିତ ବ୍ୟାୟାମ କରନ୍ତୁ
ଯଦି ଆପଣ ଫିଟ୍ ରହିବାକୁ ଚାହାଁନ୍ତି ଏବଂ ପେଟର ଚର୍ବି କମ୍ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଚାଲିବା,ଜଗିଂ, ପହଁରିବା ଏବଂ ଜିମ୍ ଯିବା ପାଇଁ ସମୟ ବାହାର କରିପାରୁ ନାହାନ୍ତି ତେବେ ଘରେ ନିୟମିତ ବ୍ୟାୟମ କରନ୍ତୁ ତାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ।

୫.ମଦ୍ୟପାନ,ସିଗାରେଟ୍ ଛାଡନ୍ତୁ
ଧୂମ୍ରପାନ ଏବଂ ମଦ୍ୟପାନ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛୁ ଯଦି ଏପରି ଖରାପ ଅଭ୍ୟାସରେ ଅତିଷ୍ଠ ତେବେ ଯଥା ଶୀଘ୍ର ଛାଡି ଦିଅନ୍ତୁ କାରଣ ଅନେକ ରୋଗର କାରଣ ହୋଇପାରେ ଧୁମ୍ରପାନ ଏବଂ ମଦ୍ୟପାନ।