Dry Lips: ଶୀତ ଦିନେ ଫାଟୁଛି କି ଆପଣଙ୍କ ଓଠ ? କରନ୍ତୁ ନାହିଁ ଭୁଲରେ ଏପରି କାମ
Advertisement

Dry Lips: ଶୀତ ଦିନେ ଫାଟୁଛି କି ଆପଣଙ୍କ ଓଠ ? କରନ୍ତୁ ନାହିଁ ଭୁଲରେ ଏପରି କାମ

How To Get Rid Of Dry Lips: ଶୀତ ଋତୁରେ ସାଧାରଣତଃ ଚର୍ମ ଶୁଖିଲା ଓ ରୁକ୍ଷ ମଧ୍ୟ ଦେଖାଦେଇଥାଏ । ଶୀତ ଦିନେ ଏଭଳି ସମସ୍ୟା ସମସ୍ତଙ୍କ ଦେଖାଦେଇଥାଏ । ଖରାଦିନ ଅପେକ୍ଷା ଶୀତଦିନେ ଏହି ସମସ୍ୟା ଟିକେ ଅଧିକ ଦେଖାଦେଇଥାଏ । ଚର୍ମ ଶୁଖିଲା ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ ।

Dry Lips: ଶୀତ ଦିନେ ଫାଟୁଛି କି ଆପଣଙ୍କ ଓଠ ? କରନ୍ତୁ ନାହିଁ ଭୁଲରେ ଏପରି କାମ

How To Get Rid Of Dry Lips: ଶୀତ ଋତୁରେ ସାଧାରଣତଃ ଚର୍ମ ଶୁଖିଲା ଓ ରୁକ୍ଷ ମଧ୍ୟ ଦେଖାଦେଇଥାଏ । ଶୀତ ଦିନେ ଏଭଳି ସମସ୍ୟା ସମସ୍ତଙ୍କ ଦେଖାଦେଇଥାଏ । ଖରାଦିନ ଅପେକ୍ଷା ଶୀତଦିନେ ଏହି ସମସ୍ୟା ଟିକେ ଅଧିକ ଦେଖାଦେଇଥାଏ ।  ଚର୍ମ ଶୁଖିଲା ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ । ଯଦି ଆପଣ ଏହି ସମସ୍ୟାରେ ଝୁଛି ହେଉଛନ୍ତି ଆଉ ଏହି ସମସ୍ୟାରୁ ରକ୍ଷା ପାଇବାକୁ ଚାହଁଛନ୍ତି । ତେବେ ସେନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ । 

ଓଠ କାହିଁକି ଫାଟିଥାଏ?

କମ୍ ପାଣି ପିଅନ୍ତୁ ନାହିଁ :
ଶୀତଦିନେ ସାଧାରଣତଃ  ଅଧିକାଂଶ ଲୋକେ ଠିକ୍ ଭାବରେ ପାଣି ପିଅନ୍ତି ନାହିଁ । ଫଳରେ ସେମାନଙ୍କ ଓଠ ଫାଟିଥାଏ ।  ଏପରିକି କେତେକଙ୍କ ଲୋକଙ୍କ ଓଠ ଫାଟିବା ସହ ଓଠରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଏପରିକି କମ୍ ପାଣି ପିଇବା ଦ୍ବାରା ଶରୀର ଡିହାଇଡ୍ରେଟ୍ ମଧ୍ୟ ହୋଇଥାଏ । 

କମ୍ ଦାମ ଲିପଷ୍ଟିକ୍ କି ଲିପବାମ୍ ବ୍ୟବହାର କରନ୍ତୁ ନାହିଁ :
ଯେଉଁ ମହିଳାମାନେ ଅଧିକ ଡାର୍କ ଲିପଷ୍ଟିକ୍ ଲଗାଉଛନ୍ତି । ସେମାନଙ୍କ ଓଠ ଅଧିକ ଫାଟିଥାଏ । ସେଥିପାଇଁ ଆପଣ କମ୍ ଦାମିକିଆ ଲିପବାମ୍ ଓ ଲିପଷ୍ଟିକ୍ ବ୍ୟବହାର ଠାରୁ ନିଜକୁ ଦୂରେଇ ରଖନ୍ତୁ । କମ୍ ଦାମିକିଆ ଲିପବାମ୍ ବଦଳରେ ଆପଣ ସୁସ୍ଥ ଓଠ ପାଇଁ ଆପଣ ପ୍ରାକୃତିକ ତେଲ ଲଗାଇବାକୁ ଚେଷ୍ଟା କରନ୍ତୁ। ଯାହା ଓଠକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିବ। 

ଓଠ ଚାଟିବା ବନ୍ଦ କରନ୍ତ : 
ଯେତେବେଳେ ଶୀତଦିନେ ଓଠ ଶୁଖିବା ଆରମ୍ଭ କରେ, କିଛି ଲୋକ ଏହାକୁ ଜିଭରେ ଚାଟି ଏହାକୁ ଭିଜାଇ ରଖନ୍ତି । ଏହା ଲାଭ ବଦଳରେ କ୍ଷତି ଘଟାଏ । ବାସ୍ତବରେ, ଲାଳରେ କିଛି ଏନଜାଇମ୍ ଅଛି ଯାହା ଓଠକୁ ଶୁଖାଇଥାଏ ।

ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ :
ଯେଉଁମାନେ ସତେଜ ଫଳ ଏବଂ ପନିପରିବା ପରି ସୁସ୍ଥ ଖାଦ୍ୟ ନ ଖାଆନ୍ତି । ସେମାନଙ୍କର ଚର୍ମ ଅଧିକ ଶୁଷ୍କ ହୋଇଥାଏ। ଯଦି ଆପଣ ସୁସ୍ଥ ଓଠ ଚାହଁଛନ୍ତି, ତେବେ ଆପଣ  ଅଧିକରୁ ଅଧିକ ଫଳ ଏବଂ ପନିପରିବା ଖାଇବା ସହ ଜୁସ୍ ମଧ୍ୟ ପିଅନ୍ତୁ । କାରଣ ଏହା ଶରୀରକୁ ଆଭ୍ୟନ୍ତରୀଣ ପୁଷ୍ଟିକର ଖାଦ୍ୟ ଦେବ ଏବଂ ଓଠ ଫାଟିବା ବନ୍ଦ କରିବ। 

 ଏହାବି ପଢନ୍ତୁ : Alcohol Effect: ହଠାତ୍ ମଦ ପିଇବା ଛାଡି ଦେଲେ କ’ଣ ହୁଏ; ଏହା ଶରୀର ଉପରେ କେଉଁ ସବୁ ପ୍ରଭାବ ପକାଏ? ଜାଣନ୍ତୁ ଜବାବ

 ଏହାବି ପଢନ୍ତୁ : Black Rice Benefits: ନିଜ ଡାଏଟରେ ସାମିଲ କରନ୍ତୁ କଳା ଚାଉଳ, ଏହି ୪ ଘାତକ ରୋଗରୁ ପାଇବେ ମୁକ୍ତି

 ଏହାବି ପଢନ୍ତୁ : Mosquito Bite: ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ କାମୁଡନ୍ତି ଅଧିକ ମଶା ?