Life Style: କେତେ ହେବା ଆବଶ୍ୟକ ମହିଳା ଏବଂ ପୁରୁଷଙ୍କ ସାଧାରଣ ରକ୍ତଚାପ? କ'ଣ କହୁଛନ୍ତି ବିଶେଷଜ୍ଞ
Advertisement
Article Detail0/zeeodisha/odisha1690731

Life Style: କେତେ ହେବା ଆବଶ୍ୟକ ମହିଳା ଏବଂ ପୁରୁଷଙ୍କ ସାଧାରଣ ରକ୍ତଚାପ? କ'ଣ କହୁଛନ୍ତି ବିଶେଷଜ୍ଞ

Man Women Blood Pressure: ଯୁକ୍ତରାଷ୍ଟ୍ର ଆମେରିକାର ଆମେରିକୀୟ ହାର୍ଟ ଆସୋସିଏସନ୍, ଆମେରିକୀୟ କଲେଜ ଅଫ୍ କାର୍ଡିଓଲୋଜି ଏବଂ ଅନ୍ୟ ୯ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଗତ ୨୦୧୭ ବର୍ଷରେ ରକ୍ତଚାପ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଯେଉଁଥିରେ ବିଭିନ୍ନ ବୟସ ଅନୁଯାୟୀ ରକ୍ତଚାପ କେତେ ରହିବା ଆବଶ୍ୟକ ତାହା କୁହାଯାଇଥିଲା। 

Life Style: କେତେ ହେବା ଆବଶ୍ୟକ ମହିଳା ଏବଂ ପୁରୁଷଙ୍କ ସାଧାରଣ ରକ୍ତଚାପ? କ'ଣ କହୁଛନ୍ତି ବିଶେଷଜ୍ଞ

Man Women Normal Blood Pressure Chart: ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ରକ୍ତଚାପ ବୃଦ୍ଧି ଏବଂ ହ୍ରାସ ପାଇବା ଏକ ସମସ୍ୟା ସାଧାରଣ କଥା ହୋଇଗଲାଣି। ବହୁ ସଂଖ୍ୟକ ଲୋକ ରକ୍ତଚାପ ଭଳି ସମସ୍ୟାର ସାମ୍ନା କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ବିଶ୍ୱରେ ୩୦-୭୯ ବର୍ଷ ବୟସର ପ୍ରାୟ ୧୨୮ କୋଟି ଲୋକ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି। ଏହି ଲୋକଙ୍କ ମଧ୍ୟରୁ ୪୬ ପ୍ରତିଶତ ଲୋକ ଏହାର ଅବସ୍ଥା ବିଷୟରେ ମଧ୍ୟ ଜାଣନ୍ତି ନାହିଁ। ଯଦି ରକ୍ତଚାପ ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ, ତାହେଲେ ଏହା ମୃତ୍ୟୁର କାରଣ ହୋଇପାରେ। ରକ୍ତଚାପ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ହେଲେ କ'ଣ ଆପଣ ଜାଣନ୍ତି କେଉଁ ବୟସର ଲୋକଙ୍କ ରକ୍ତଚାପ କେତେ ରହିବା ଆବଶ୍ୟକ। ସାଧାରଣ ରକ୍ତଚାପ କ’ଣ ତାହା ଅନେକ ଲୋକ ଜାଣନ୍ତି ନାହିଁ। ଏବେ ଆମେ ଆପଣଙ୍କୁ ରକ୍ତଚାପ ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହିବୁ।

ଗତ ୨୦୧୭ ବର୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ଆମେରିକୀୟ ହାର୍ଟ ଆସୋସିଏସନ୍ (American Heart Association), ଆମେରିକୀୟ କଲେଜ ଅଫ୍ କାର୍ଡିଓଲୋଜି (American College of Cardiology) ଏବଂ ଅନ୍ୟ ୯ ସ୍ୱାସ୍ଥ୍ୟ ସଙ୍ଗଠନ (Health Organisation) ଦ୍ୱାରା ରକ୍ତଚାପ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ବୟସ୍କଙ୍କ ପାଖରେ ସିଷ୍ଟୋଲିକ୍ ପ୍ରେସର (Systolic Pressure) ଅର୍ଥାତ ଅପର ନମ୍ବର ୧୨୦ mm Hg ରହିବା ଆବଶ୍ୟକ। ସେହିପରି ଡାଇଷ୍ଟୋଲିକ୍ ପ୍ରେସର (Diastolic Pressure) ଅର୍ଥାତ ଲୋୟର ନମ୍ବର ୮୦ mm Hg କିମ୍ବା ଏହା ଠାରୁ କମ୍ ରହିବା ଆବଶ୍ୟକ। ଯଦି ଆପଣଙ୍କର ରକ୍ତଚାପ ୧୨୦/୮୦ mm Hg, ତାହେଲେ ଏହା ସାଧାରଣ ଭାବରେ ବିବେଚନା କରାଯିବ। ଯଦି ଏହା ଠାରୁ ଅଧିକ କିମ୍ବା କମ୍ ରହୁଛି ତାହେଲ ଏହାକୁ ଉଚ୍ଚ ଏବଂ ନିମ୍ନ ରକ୍ତଚାପ ଭାବରେ ବିବେଚନା କରାଯିବ। ଏହା ଦ୍ୱାରା ବିଭିନ୍ନ ସମସ୍ୟା ଉପୁଜିପାରେ।

Also Read: Cancer News: ଛୋଟ ପିଲାଙ୍କ ଆଖିକୁ ଗ୍ରାସ କରୁଛି କର୍କଟ; ଧୂଆଁଳିଆ ଦେଖାଯିବାକୁ କରନ୍ତୁ ନାହିଁ ଅଣଦେଖା

 

କାହିଁକି ଗଡ଼ ବଡ଼ ହୋଇଥାଏ ରକ୍ତ ଚାପ?

  • ଆମେରିକୀୟ ହାର୍ଟ ଆସୋସିଏସନ୍ ଅନୁସାରେ କୌଣସି ବ୍ୟକ୍ତିଙ୍କ ସାଧାରଣ ରକ୍ତଚାପ ୧୨୦/୮୦ (Normal Blood Pressure) mm Hg ହୋଇଥାଏ। ସେହିପରି ସିଷ୍ଟୋଲିକ୍ ପ୍ରେସର ୧୨୦-୧୨୯ mm Hg ଏବଂ ଡାଇଷ୍ଟୋଲିକ୍ ପ୍ରେସର ୮୦ mm Hg ରହିଥାଏ। ସେତେବେଳେ ଯାଇ ଏହାକୁ ସୀମା ଧାରାରେ ବିବେଚନା କରାଯାଏ।
  • ଯେତେବେଳେ ସିଷ୍ଟୋଲିକ୍ ପ୍ରେସର ୧୩୦-୧୩୯ mm Hg ଏବଂ ଡାଇଷ୍ଟୋଲିକ୍ ପ୍ରେସର ୮୦-୮୯ ଚାପ mm Hg, ସେତେବେଳେ ଏହାକୁ ପ୍ରଥମ ପର୍ଯ୍ୟାୟ ଉଚ୍ଚ ରକ୍ତଚାପ (Hypertension) ଭାବରେ ବିବେଚନା କରାଯାଏ।
  • ଯେତେବେଳେ ସିଷ୍ଟୋଲିକ୍ ପ୍ରେସର ୧୪୦ mm Hg ଏବଂ ଡାଇଷ୍ଟୋଲିକ୍ ପ୍ରେସର ୯୦ mm Hg କିମ୍ବା ଏହା ଠାରୁ ଅଧିକ ହୋଇଯାଏ, ସେତେବେଳେ ଏହାକୁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଚ ରକ୍ତଚାପ (Stage 2 Hypertension) ଭାବରେ ବିବେଚନା କରାଯାଏ।
  • ଯେତେବେଳେ ସିଷ୍ଟୋଲିକ୍ ପ୍ରେସର ୧୮୦ mm Hg କିମ୍ବା ଏହା ଠାରୁ ଅଧିକ ଅଧିକ ଏବଂ ଡାଇଷ୍ଟୋଲିକ୍ ପ୍ରେସର ୧୨୦ mm Hg କିମ୍ବା ଏହା ଠାରୁ ଅଧିକ ହୋଇଯାଏ, ସେତେବେଳେ ଏହାକୁ ତୃତୀୟ ପର୍ଯ୍ୟାୟ ଉଚ୍ଚ ରକ୍ତଚାପ କୁହାଯାଏ। ଭାବରେ ବିବେଚନା କରାଯାଏ। ଏହାକୁ ଉଚ୍ଚ ରକ୍ତଚାପ ସଙ୍କଟ (Hypertensive Crisis) କୁହାଯାଏ। ଏପରି ଅବସ୍ଥାରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ନଚେତ୍ କାହାର ଜୀବନ ଚାଲି ଯାଇପାରେ।

ବୟସ ଅନୁସାରେ ପୁରୁଷଙ୍କ ସାଧାରଣ ରକ୍ତ ଚାପ  

  • ୨୧ ବର୍ଷରୁ ୨୫ ବର୍ଷ: ୧୨୦/୭୮
  • ୨୬ ବର୍ଷରୁ ୩୦ ବର୍ଷ: ୧୧୯/୭୬
  • ୩୧ ବର୍ଷରୁ ୩୫ ବର୍ଷ: ୧୧୪/୭୫
  • ୩୬ ବର୍ଷରୁ ୪୦ ବର୍ଷ: ୧୨୦/୭୫
  • ୪୧ ବର୍ଷରୁ ୪୫ ବର୍ଷ: ୧୧୫/୭୮
  • ୪୬ ବର୍ଷରୁ ୫୦ ବର୍ଷ: ୧୧୯/୮୦
  • ୫୧ ବର୍ଷରୁ ୫୫ ବର୍ଷ: ୧୨୫/୮୦
  • ୫୬ ବର୍ଷରୁ ୬୦ ବର୍ଷ: ୧୨୯/୭୯
  • ୬୧ ବର୍ଷରୁ ୬୫ ବର୍ଷ: ୧୪୩/୭୬

Also Read: Lifestyle News: କ'ଣ ଆପଣ ଦହି ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଜାଣି ରଖନ୍ତୁ ଏହାର ଅସୁବିଧା

ବୟସ ଅନୁସାରେ ମହିଳାଙ୍କ ସାଧାରଣ ରକ୍ତ ଚାପ  

  • ୨୧ ବର୍ଷରୁ ୨୫ ବର୍ଷ: ୧୧୫/୭୦
  • ୨୬ ବର୍ଷରୁ ୩୦ ବର୍ଷ: ୧୧୩/୭୧
  • ୩୧ ବର୍ଷରୁ ୩୫ ବର୍ଷ: ୧୧୦/୭୨
  • ୩୬ ବର୍ଷରୁ ୪୦ ବର୍ଷ: ୧୧୨/୭୪
  • ୪୧ ବର୍ଷରୁ ୪୫ ବର୍ଷ: ୧୧୬/୭୩
  • ୪୬ ବର୍ଷରୁ ୫୦ ବର୍ଷ: ୧୨୪/୭୮
  • ୫୧ ବର୍ଷରୁ ୫୫ ବର୍ଷ: ୧୨୨/୭୪
  • ୫୬ ବର୍ଷରୁ ୬୦ ବର୍ଷ: ୧୩୨/୭୮
  • ୬୧ ବର୍ଷରୁ ୬୫ ବର୍ଷ: ୧୩୦/୭୭