Diabetes: ମଧୁମେହ ରୋଗୀ ତରଭୁଜ ଖାଇବା ଉଚିତ୍ କି ନୁହେଁ? ପଢନ୍ତୁ ଏହି ରିପୋର୍ଟ...
Advertisement
Article Detail0/zeeodisha/odisha1694436

Diabetes: ମଧୁମେହ ରୋଗୀ ତରଭୁଜ ଖାଇବା ଉଚିତ୍ କି ନୁହେଁ? ପଢନ୍ତୁ ଏହି ରିପୋର୍ଟ...

Watermelon In Diabetes In Odia: ତରଭୁଜ (Watermelon ) ଏକ ଖରାଦିନିଆ ଫଳ ଏଟେ । ଏହା ଲତା ଶ୍ରେଣୀର ଓ ଏହାର ଉତ୍ପତି ଦକ୍ଷିଣ ଆଫ୍ରିକାରୁ ହୋଇଥିବା କୁହାଯାଏ । ତରଭୁଜ ଏକ ମିଠା ଜାତୀୟ ଫଳ ହୋଇଥିବାରୁ ଏକ ମଧୁମେହ ରୋଗୀଙ୍କ ପାଇଁ କାଳ ସାଜିପାରେ। ତେବେ, ମଧୁମେହ ରୋଗୀମାନେ ତରଭୁଜ ଖାଇବା ଉଚିତ୍ କି ନୁହେଁ । ଯଦି ହଁ ତେବେ କେତେ ପରିମାଣରେ ତରଭୁଜ ଜଣେ ମଧୁମେହ ରୋଗୀ ଖାଇ ପାରିବେ? ପଢନ୍ତୁ ପୂରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Watermelon In Diabetes In Odia: ମଧୁମେହ (Diabetes) ରୋଗୀଙ୍କ ପାଇଁ କିଛି ଖାଦ୍ୟ ନ ଖାଇବା ପାଇଁ ବାରଣ କରାଯାଇଥାଏ। ଯେତେହୁ ବର୍ତ୍ତମାନ ଖରାଦିନ ଆରମ୍ଭ ହୋଇଯାଇଛି । ସେଥିପାଇଁ ଅଧିକାଂଶ ଲୋକେ ତରଭୁଜ (Watermelon)ଖାଇବାକୁ ଖୁବ୍ ଭଲ ପାଆନ୍ତି । ତରଭୁଜ ଏକ ମିଠା ଜାତୀୟ ଫଳ ହୋଇଥିବାରୁ ଏକ ମଧୁମେହ ରୋଗୀଙ୍କ ପାଇଁ କାଳ ସାଜିପାରେ।  ତେବେ, ମଧୁମେହ ରୋଗୀମାନେ ତରଭୁଜ ଖାଇବା ଉଚିତ୍ କି ନୁହେଁ । ଯଦି ହଁ ତେବେ କେତେ ପରିମାଣରେ ତରଭୁଜ ଜଣେ ମଧୁମେହ ରୋଗୀ ଖାଇ ପାରିବେ? ତେବେ ଆସନ୍ତୁ ଜାଣିବା ତରଭୁଜରେ କେତେ ପରିମାଣରେ ମିଠାର ମାତ୍ରା ଥାଏ । ଆଉ ଏହାକୁ ମଧୁମେହ ରୋଗୀ ଖାଇପାରିବେ ଖାଇ ପାରିବେ କି ନାହିଁ । ପଢନ୍ତୁ ପୁରା ରିପୋର୍ଟ।...

ତରଭୁଜରେ ଲାଇକୋପିନ୍ (Lycopene) ପରିମାଣ ମିଳିଥାଏ। ଏହା ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ମଧୁମେହ ରୋଗୀଙ୍କ ରକ୍ତରେ ଏହା ଗ୍ଲୁକୋଜର ପରିମାଣ ବଢାଇଥାଏ । ସମସ୍ତ ଖାଦ୍ୟରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି । ଏହା ପରିମାଣରେ ଯେତେ କମ୍, ରକ୍ତରେ ଶର୍କରା ଧୀରେ ଧୀରେ ଶୋଷିଥାଏ । ଏହାର ଅଧିକ ପରିମାଣ ହେତୁ ଚିନି ଶୀଘ୍ର ରକ୍ତରେ ପ୍ରବେଶ କରେ। ତରଭୁଜରେ ଗ୍ଲାଇସେମିକ୍ ଇଣ୍ଡେକ୍ସର ପରିମାଣ ପ୍ରାୟ ୭୨ ଅଟେ । ୭୦ ରୁ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟଗୁଡିକ ଉଚ୍ଚ ଗ୍ଲାଇସେମିକ୍ ଖାଦ୍ୟ ବର୍ଗରେ ଆସିଥାଏ । ତରଭୁଜରେ ଗ୍ଲାଇସେମିକ୍ ଇଣ୍ଡେକ୍ସର ପରିମାଣ ଅଧିକ, କିନ୍ତୁ ସତେଜ କଟା ତରଭୁଜ ଖାଇଲେ ସ୍ବାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡି ନଥାଏ। କିନ୍ତୁ ମଧୁମେହ ରୋଗୀମାନେ ତରଭୁଜ ଅଧିକ ଖାଆନ୍ତୁ ନାହିଁ,ତରଭୁଜ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହାବି ପଢନ୍ତୁ: Sachin Tendulkar: ସଚିନ୍ ତେନ୍ଦୁଲକର ରୁଜୁ କଲେ ଏଫ୍ଆଇଆର, ଏ ମାମଲା ପାଇଁ ପୋଲିସ ପାଖରେ ପହଞ୍ଚିଥିଲେ 'କ୍ରିକେଟର ଭଗବାନ'

ଏହାବି ପଢନ୍ତୁ: PM Kisan Yojana: ଏହି ଦିନ ଆସିବ ୧୪ତମ କିସ୍ତି, ଦେଖି ନିଅନ୍ତୁ ତାଲିକା

ଏହାବି ପଢନ୍ତୁ: Surya Gochar 2023: ଏହି ୫ଟି ରାଶିରେ ସୁନା କଳସ ଢାଳିବେ ମାଆ ଲକ୍ଷ୍ମୀ, ପଦୋନ୍ନତି ସାଙ୍ଗକୁ ହେବ ଟଙ୍କାର ବର୍ଷା!

ତରଭୁଜ ଖାଇଲେ କଣ ଲାଭ ମିଳିଥାଏ(Watermelon Benefits):
ତରଭୁଜ ଭିଟାମିନ୍ ସି, ଏ, ବି ୬, ପୋଟାସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ଫାଇବରର ଏକ ଉତ୍ତମ ଉତ୍ସ । ଗ୍ରୀଷ୍ମ ଋତୁରେ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ ଭଲ ହୋଇଥାଏ। 

-ତରଭୁଜ ଖାଇବା ଦ୍ବାରା ଭିଟାମିନ୍ ଏ ଶରୀରକୁ ମିଳିଥାଏ । ଯାହା ଦୃଷ୍ଟିଶକ୍ତିକୁ ବଢାଇବାରେ ସାହାର୍ଯ୍ୟ କରିଥାଏ। ଏବଂ ହାର୍ଟ ,କିଡନୀ ଏବଂ ଫୁସଫୁସକୁ ସୁସ୍ଥ ରଖବାରେ ସାହାର୍ଯ୍ୟ କର। 

-ତରଭୁଜରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ, ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ।

-ଅଳ୍ପ ପରିମାଣରେ ତରଭୁଜ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । 
-ତରଭୁଜରେ ପ୍ରଚୁର ଜଳ ଥାଏ, ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ । ତରଭୁଜ ଖାଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରୁହେ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି, ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)