HealthTips: ଶରୀରରେ Vitamin B12 କମ୍ ହେଲେ ଦେଖାଦିଏ ଏହି ସବୁ ରୋଗ, ହୋଇ ପାରନ୍ତି ମାନସିକ ରୋଗରେ ପୀଡିତ
Advertisement

HealthTips: ଶରୀରରେ Vitamin B12 କମ୍ ହେଲେ ଦେଖାଦିଏ ଏହି ସବୁ ରୋଗ, ହୋଇ ପାରନ୍ତି ମାନସିକ ରୋଗରେ ପୀଡିତ

HealthTips: ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ । ଖାସ କରି ଭିଟାମିନ ଯୁକ୍ତ ଖାଦ୍ୟ ଶରୀର ପାଇଁ ଅଧିକ ଜରୁରୀ ହୋଇଥାଏ । ଭିଟାମିନ ବି୧୨ ଅଭାବ,ଅନ୍ୟ ନାମ ହାଇପୋକୋବାଲାମିନେମିଆ ( hypocobalaminemia) । 

ସୌଜନ୍ୟ : ସୋସିଆଲ ମିଡିଆ

HealthTips: ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ । ଖାସ କରି ଭିଟାମିନ ଯୁକ୍ତ ଖାଦ୍ୟ ଶରୀର ପାଇଁ ଅଧିକ ଜରୁରୀ ହୋଇଥାଏ । ଭିଟାମିନ ବି୧୨ ଅଭାବ,ଅନ୍ୟ ନାମ ହାଇପୋକୋବାଲାମିନେମିଆ ( hypocobalaminemia) । ଯେତେବେଳେ ରକ୍ତରେ ଭିଟାମିନ ବି ୧୨ ସ୍ତର କମିଯାଏ । ଏହି ରୋଗରେ ବିବିଧ ପ୍ରକାରର ଲକ୍ଷଣ ଦେଖାଯାଏ, ତା ମଧ୍ୟରୁ ଭାବନା ଶକ୍ତି ହ୍ରାସ, ବ୍ୟକ୍ତିତ୍ୱ ପରିବର୍ତ୍ତନ ଯଥା ଅବସାଦ, ଚିଡ଼ଚିଡ଼ା ପ୍ରକୃତି, ଓ ସାଇକୋସିସ ମୁଖ୍ୟ ଅଟେ । ଅସାଧାରଣ ସ୍ନାୟବିକ ଅନୁଭୂତି, ରିଫ୍ଲେକ୍ସ ପରିବର୍ତ୍ତନ, ମାଂସପେଶୀ ଅକର୍ମଣ୍ୟତା, ଜିଭ ପ୍ରଦାହ, କମ ସ୍ୱାଦାନୁଭୂତି, କମ ଲୋହିତ ରକ୍ତ କଣିକା, କମ ହୃତପିଣ୍ଡ କାମ ଓ ପ୍ରଜନନ କ୍ଷମତା ହ୍ରାସ ଇତ୍ୟାଦି ଅସୁବିଧା ହୁଏ ।  ଅଳ୍ପ ବୟସ୍କ ପିଲାଙ୍କର ଶାରୀରିକ ବୃଦ୍ଧି ହ୍ରାସ, ଗଠନ ବିଳମ୍ବ ଓ ଚଳପ୍ରଚଳ ଅସୁବିଧା ହୁଏ । ଅତିଶୀଘ୍ର ଚିକିତ୍ସା ନ ମିଳିଲେ ଶାରୀରିକ ପରିବର୍ତ୍ତନ ଚିରସ୍ଥାୟୀ ହୋଇଯାଏ । ଅଣ୍ତା , ମାଛ, ମାଂସ ଏବଂ ଦୁଗ୍ଧରେ ଭରପୁର ପରିମାଣରେ ଭିଟାମିନ ୧୨ ରହିଥାଏ । 

ରକ୍ତ ହୀନତାକୁ ରୋକିଥାଏ: 

ଲାଲ ରକ୍ତ କଣିକା ଗଠନରେ ଭିଟାମିନ୍ ବି୧୨ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କମ୍ ଭିଟାମିନ୍ ବି୧୨ ସ୍ତର ଲାଲ ରକ୍ତ କଣିକା ଗଠନ ହ୍ରାସ କରିପାରେ ।ଏହା ସେମାନଙ୍କୁ ସଠିକ୍ ବିକାଶରୁ ମଧ୍ୟ ରୋକିପାରେ । ଶରୀରରେ ଭିଟାମିନ୍ ବି୧୨ରେ କମ୍ ହେଲେ ସୁସ୍ଥ ଲାଲ ରକ୍ତ କଣିକାକୁ ବଡ଼ ହେବା ସହ ଅଣ୍ତାକୃତି ମଧ୍ୟ ହୋଇଥାଏ । 

ଏହାବି ପଢନ୍ତୁ : Chia Seed: ମଧୁମେହ ରୋଗୀଙ୍କ ପାଇଁ ରାମବାଣ ଚିଆ ସିଡ୍ସ , ଜାଣନ୍ତୁ କେମିତି ?

ପ୍ରମୁଖ ଜନ୍ମ ଦୋଷକୁ ରୋକିଥାଏ : 

ଏକ ସୁସ୍ଥ ସନ୍ତାନ ପାଇଁ ପ୍ରସୂତି ମାନେ  ଭିଟାମିନ୍ ବି ୧୨ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଅନେକ ଅଧ୍ୟୟନରୁ ଜଣାପଡିଛି ଭିଟାମିନ ବି୧୨ କମ୍ ହେଲେ ଗର୍ଭସ୍ତ ଶିଶୁର ମସ୍ତିକ ଓ ସ୍ନାୟୁ ପ୍ରଣାଳୀ ସଠିକ ଢଙ୍ଗରେ ହୋଇ ନ ଥାଏ । ଯାହାଫଳରେ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇ ପାରି ନ ଥାଏ । 

କେବଳ ସେତିକି ନୁହେଁ, ଭିଟାମିନ ବି ୧୨ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଭିଟାମିନ୍ ବି୧୨ ଅଭାବ ଥିବା ୨୫୦୦ ବୟସ୍କଙ୍କ ମଧ୍ୟରୁ ଜଣଙ୍କର ଅଧିକ ସାଧାରଣ ସୁସ୍ଥ ବ୍ୟକ୍ତିଙ୍କ ଅପେକ୍ଷା ହାଡର ଖଣିଜ ପଦାର୍ଥ କମ୍ ଥିବା ଜଣାପଡି ଥିଲା। 

ମାକୁଲାର ଡିଜେନେରେସନ ହେବାର ଆଶଙ୍କା ହ୍ରାସ କରେ : 

ମାକୁଲାର ଡିଜେନେରେସନ ହେଉଛି ଏକ ଆଖି ରୋଗ । ଯାହା ସାଧାରଣତ କେନ୍ଦ୍ରୀୟ ଦୃଷ୍ଟିକୁ ପ୍ରଭାବିତ କରିଥାଏ । ୪୦କିମ୍ବା ତଦୁର୍ଦ୍ଧ୍ୱ ୫୦୦୦ ମହିଳାଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭିଟାମିନ୍ ବି୧୨  ଫୋଲିକ୍ ଏସିଡ୍ ଏବଂ ଭିଟାମିନ୍ ବି୬  ସହିତ ମାକୁଲାର ଡିଜେନେରେସନ ହେବାର ଆଶଙ୍କା ହ୍ରାସ କରିଛି । 

ମନୋବଳ ଏବଂ ଉଦାସୀନତାର ଲକ୍ଷଣକୁ ଉନ୍ନତ କରେ : 
ଯେହେତୁ ମନୋବଳ ଅପ୍ରତ୍ୟାଶିତ ଏବଂ ଅସ୍ଥାୟୀ । ଆପଣ ଆପଣଙ୍କର ମନୋବଳ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଭିଟାମିନ ବି୧୨ ବେଶ ଲାଭ ଦାୟକ। ମନୋବଳକୁ ନିୟନ୍ତ୍ରଣ କରିବାରେ ଏହି ଭିଟାମିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କୁହାଯାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)