Vitamin B12 : ଶାକାହାରୀମାନେ ଡାଏଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ,ଶରୀରରେ ଭିଟାମିନ୍ ବି ୧୨ର ହେବନି ଅଭାବ
Advertisement

Vitamin B12 : ଶାକାହାରୀମାନେ ଡାଏଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ,ଶରୀରରେ ଭିଟାମିନ୍ ବି ୧୨ର ହେବନି ଅଭାବ

Vitamin B12 Rich Vegetarian Food: ଭିଟାମିନ ବି -୧୨ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ । ଯଦି ଶରୀରରେ ଭିଟାମିନ୍ ବି୧୨ (Vitamin B12)ର ଅଭାବ ଥାଏ। ତେବେ ଏହା ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଭିଟାମିନ୍ ବି ୧୨ ସାହାଯ୍ୟରେ ଶରୀରରେ ଲାଲ ରକ୍ତ କଣିକା ଗଠନ ହେବା ସହିତ ଫୋଲିକ୍ ଏସିଡ୍ ପ୍ରବାହରେ ମଧ୍ୟ ସାହାଯ୍ୟ କରେ ।

Vitamin B12 : ଶାକାହାରୀମାନେ ଡାଏଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ,ଶରୀରରେ ଭିଟାମିନ୍ ବି ୧୨ର ହେବନି ଅଭାବ

Vitamin B12 Rich Vegetarian Food: ଭିଟାମିନ ବି -୧୨ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ । ଯଦି ଶରୀରରେ ଭିଟାମିନ୍ ବି୧୨ (Vitamin B12)ର ଅଭାବ ଥାଏ। ତେବେ ଏହା ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଭିଟାମିନ୍ ବି ୧୨ ସାହାଯ୍ୟରେ ଶରୀରରେ ଲାଲ ରକ୍ତ କଣିକା ଗଠନ ହେବା ସହିତ ଫୋଲିକ୍ ଏସିଡ୍ ପ୍ରବାହରେ ମଧ୍ୟ ସାହାଯ୍ୟ କରେ । ଏହି ଭିଟାମିନ୍‌ର ଅଭାବ ମାନସିକ ସମସ୍ୟା, ହାଡ ଏବଂ ଗଣ୍ଠି ଯନ୍ତ୍ରଣା ଦେଇପାରେ । ସାଧାରଣତଃ ଏହି ପୁଷ୍ଟିକର ଖାଦ୍ୟ ମାଂସ, ମାଛ ଏବଂ ଅଣ୍ଡା ପରି ଜିନିଷରେ ମିଳିଥାଏ, କିନ୍ତୁ ଶାକାହାରୀମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କିନ୍ତୁ ଶାକାହାରୀ ଲୋକ ମାନେ ଏହି ଖାଦ୍ୟ ପଦାର୍ଥ ଖାଇପାରିବେ ନାହିଁ । ଯେଉଁଥି ପାଇଁ ଶରୀରରେ ଏହି ଭିଟାମିନର ଅଭାବ ଦୂର ହୋଇଥାଏ । ତେବେ, ଶାକାହାରୀମାନଙ୍କ ପାଇଁ ଆମେ ଆଜି ଏପରି କିଛି ଖାଦ୍ୟ ବିଷୟରେ କହିବୁ ଯାହା ତାଙ୍କ ଶରୀରରୁ ଭିଟାମିନ୍ ବି୧୨ (Vitamin B12)ର ଅଭାବ ଦୂର କରିବାରେ ସହାୟକ ହେବ ।

ଭିଟାମିନ୍ ବି୧୨ (Vitamin B12)ରେ ଭରପୂର ଶାକାହାରୀ ଖାଦ୍ୟ ବିଷୟରେ ଜାଣନ୍ତୁ :

ବ୍ରୋକୋଲି:
ଯେତେବେଳେ ସବୁଜ ପନିପରିବା ବିଷୟରେ କଥା ଆସେ, ତେବେସ ବ୍ରୋକୋଲି ନାଁ ଶୀର୍ଷ ତାଲିକାରେ ଆସେ । ଏହା  କୌଣସି ସୁପରଫୁଡ୍ ଠାରୁ କମ୍ ନୁହେଁ ।  ଭିଟାମିନ୍ ବି୧୨ ସହିତ ଫୋଲିକ୍ ଏସିଡ୍ ମଧ୍ୟ ଏଥିରେ ମିଳିଥାଏ। ଯେଉଁ କାରଣରୁ ଶରୀରରେ ହେମୋଗ୍ଲୋବିନ୍ ବଢିଥାଏ । ଏବଂ ଆପଣ ରକ୍ତହୀନତାର ଶିକାର ହୁଅନ୍ତି ନାହିଁ ।

ସୋୟା ଯୁକ୍ତ ଖାଦ୍ୟ :
ଯଦି ଆପଣ ଆମିଷଯୁକ୍ତ ଖାଇ ପାରିବେ ନାହିଁ,ତେବେ ସୋୟାବିନ ଆପଣଙ୍କ ପାଇଁ ଭିଟାମିନ୍ ବି -୧୨ର ଏକ ସମୃଦ୍ଧ ଉତ୍ସ ବୋଲି ପ୍ରମାଣିତ ହେବ । ଆପଣ ଏହାର ଉତ୍ପାଦ ଖାଇବା ଜରୁରୀ । ଯେଉଁଥିରେ ସୋୟାବିନ୍,ସୋୟା କ୍ଷୀର ଏବଂ ଟୋଫୁ ଅନ୍ତର୍ଭୁକ୍ତ ।

ଓଟସ୍ :
ଓଟସ୍ ଏକ ଅତ୍ୟନ୍ତ ସୁସ୍ଥ ଖାଦ୍ୟ ପଦାର୍ଥ । ଲୋକମାନେ ପ୍ରାୟତଃ ସକାଳ ଜଳଖିଆ ପାଇଁ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ଏଥିରେ ଭିଟାମିନ୍ ବି୧୨ ମିଳିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏବଂ ଯଦି ଆପଣ ପତଳା ହେବାକୁ ଚାହୁଁଛନ୍ତି । ତେବେ ଆପଣ ଓଟସ ଖାଇ ପାରିବେ।

ଦହି :

ଦହି ,ଏହା ହଜମ କରିବାରେ ସହାୟକ ହୁଏ । ଭିଟାମିନ୍ ବି ୧ ଏବଂ ଭିଟାମିନ୍ ବି ୨ ମଧ୍ୟ ଭିଟାମିନ୍ ବି ୧୨ ଦହିରେ ଭରପୁର ମାତ୍ରାରେ ଥାଏ । ଯଦି ଆପଣ ପ୍ରତ୍ୟକ ଦିନ ଦହି ଖାଆନ୍ତି ,ତେବେ,ଆପଣଙ୍କ ସ୍ବାସ୍ଥ୍ୟପାଇଁ ଏହା ଅଧିକ ଫାଇଦା ଦେବ । 

ଏହାବି ପଢନ୍ତୁ :  Chanakya Niti: ଛାଡନ୍ତୁ ଏହି ୬ଟି ବଦଅଭ୍ୟାସ , ନହେଲେ ଚୁନା ହୋଇଯିବ ଆପଣଙ୍କ ସୁନା ସଂସାର !