Vastu Tips: ଛୋଟ ପିତଳ ସିଂହ ଦୂର କରିଥାଏ ଆପଣଙ୍କ ବଡ ବଡ ସମସ୍ୟା!
Advertisement
Article Detail0/zeeodisha/odisha1444414

Vastu Tips: ଛୋଟ ପିତଳ ସିଂହ ଦୂର କରିଥାଏ ଆପଣଙ୍କ ବଡ ବଡ ସମସ୍ୟା!

Vastu Tips: ବାସ୍ତୁ ଶାସ୍ତ୍ର ସନୁଯାୟୀ ଅନେକ ଲୋକ ନିଜ ଘରେ ପିତଳ ସିଂହ ରଖିଥାନ୍ତି । ଯାହା ମଣିଷ ଜୀବନ ଉପରେ ସକରାତ୍ମକ ପକାଇବା ସହିତ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ । କିନ୍ତୁ ପିତଳ ସିଂହକୁ ସଠିକ୍ ଦିଗ ଓ ସଠିକ ସ୍ଥାନରେ ରଖିବା ଆବଶ୍ୟକ । 

 

ସୌ: ସୋସିଆଲ ମିଡିଆ

Vastu Tips: ବାସ୍ତୁ ଶାସ୍ତ୍ର ଅନୁଯାଇ ଘରେ ରଖାଯାଉଥିବା ପ୍ରତ୍ୟକ ବସ୍ତୁ ଓ ଦ୍ରବ୍ୟର  କିଛି ନା କିଛି ମହତ୍ୱ ରହିଛି । କିନ୍ତୁ କୌଣସି ବି ଜିନିଷକୁ  ସଠିକ୍ ଜାଗାରେ ନରଖିଲେ ତାର ନକାରତ୍ମକ ପ୍ରଭାବ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ଲୋକ ନିଜ ଘରେ ପିତଳ ସିଂହ ରଖିଥାନ୍ତି । ଯାହା ମଣିଷ ଜୀବନ ଉପରେ ପ୍ରଭାବ ପଡ଼ିବା ସହିତ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ । କିନ୍ତୁ ପିତଳ ସିଂହକୁ ସଠିକ୍ ଦିଗ ଓ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ଯଦି ଏପରି ନକିବେ ତାହେଲେ ଘରେ ରଖିଥିବା ପିତଳ ସିଂହ ଫାଇଦା ବଦଳରେ ଅନିଷ୍ଟ କରିବ । ତେଣୁ ଆମେ ପାପଣଙ୍କୁ ଜଣାଇ ଦେବୁ ପିତଳ ସିଂହର କଣ ରହିଛି ମହତ୍ତ୍ୱ, କେଉଁ ଦିଗ ଏବଂ କେଉଁ ସ୍ଥାନରେ ରଖିବେ । ଏହା ସହ ପିତଳ ସଂହର ଆପଣଙ୍କୁ କେଉଁ ଶୁଭ ଫଳ ଦେବେ ଓ କଣ ଅଶୁଭ ଫଳ ଦେବ ତାହା ମଧ୍ୟ ଜାଣି ରଖନ୍ତୁ ।

ଘରେ ପିତଳ ସିଂହ ରଖିବାର  ଫାଇଦା
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପିତଳ ସିଂହ ମୂର୍ତ୍ତୀ ରଖିବା ଶୁଭ ଅଟେ । ଏହା ପରିବାର ସମସ୍ତ ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରାଏ । ଏହା ସହିତ ପରିପାର ସଦସ୍ୟଙ୍କୁ  ସଫଳତା  ଦିଏ ଏବଂ କ୍ୟାରିୟ ବ୍ୟବସାୟରେ ମଧ୍ୟ ଉନ୍ନତି ହୋଇଥାଏ  । ଘରେ ପିତଳ ସିଂହ ମୂର୍ତ୍ତି ରଖିଲେ ମନୋବଳ ବୃଦ୍ଧି ଘଟେ ଽ ପରିବାର ପ୍ରତି  କୋଣସି ବିପତ୍ତି ବା ସମସ୍ୟା ଆସିଲେ ତାକୁ ସାମ୍ନା କରିବା ପାଇଁ ଶକ୍ତି ମିଳିଥାଏ ।

ପିତଳ ସିଂହ ମୂର୍ତ୍ତିରେ ବୃହସ୍ପତ୍ତିଙ୍କ ବାସ ଥାଏ
ଘରେ ପିତଳ ସିଂହ ମୂର୍ତ୍ତି  ରଖିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହା ପିତଳ ଧାତୁରେ ତିଆରି ହୋଇଥିବାରୁ ଏଥିରେ ବୃହସ୍ପତିଙ୍କ ବାସ ଥାଏ ।  ତେଣୁ ଯେଉଁ ରାଶିମାନଙ୍କର ବୃହସ୍ପତି ନିଚ୍ଚରେ ଥାନ୍ତି ସେମାନେ ଘରେ ପିତଳ ସିଂହ ମୂର୍ତ୍ତି ରଖିପାରିବେ । ଏହା ଦ୍ୱାରା ଗ୍ରହ ଦୋସ ଦୂର ହୋଇଥାଏ ।

ଜାଣନ୍ତୁ ଘରେ କେଉଁ ଦିଗ ଓ କେଉଁ ସ୍ଥାନରେ ରଖିବେ ସିଂହ ମୂର୍ତ୍ତି
ବାସ୍ତୁ ଶାସ୍ତ୍ର ଅନୁସାରେ  ଲାଭ ପାଇଁ ପିତଳ ସିଂହ ମୂର୍ତ୍ତି ସଠିକ ଦିଗରେ ରଖିବା ଜରୁରୀ । ପିତଳ ସଂହକୁ ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ରଖିବା ଆବଶ୍ୟକ । ଏହା ସହ ସିଂହର ମୁଖ ଘରେ ମଧ୍ୟକୁ ରହିବା ଦରକାର । ଏହାଛଡ଼ା  ଘରେ ରଖିଥାବା ପିତଳ ସିଂହ ମୂର୍ତ୍ତିରେ ଧୁଳି ମାଟି ଯେମିତି ନ ଲାଗେ ସବୁବେଳେ ତାକୁ ସଫା ରଖିବା ଆବଶ୍ୟକ  । ଏହି ସବୁ ନିୟମ ନମାନିଲେ ଶୁଭ ଫଲ ବଦଳରେ ଅଶୁଭ ଫଳ ମିଳିପାରେ ।

ପିତଳ ସିଂହକୁ ଭୁଲ ସ୍ଥାନରେ ରଖିଲେ ଅର୍ଥିକ ସମସ୍ୟା ଉପୁଜିଥାଏ
ଘରେ ପିତଳ ସିଂହ ରଖିବା ଦ୍ୱାରେ ଆତ୍ମବିଶ୍ୱସ ସହିତ ଆର୍ଥିକ ପ୍ରଗତି  ହୋଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ପିତଳ ସିଂହକୁ ସଠିକ ସ୍ଥାନରେ ନରଖାଯାଏ ତେବେ ଘୋର ଆର୍ଥିକ ସମସ୍ୟା ଦେଖାଦେଇପାରେ । ଏଥିପାଇଁ ଆପଣ ଘରକୁ ପିତଳ ସିଂହ ଆଣିବା ପୂର୍ବରୁ ବାସ୍ତୁବିତଙ୍କ ପରାମର୍ଶ ନେବା ଉଚିତ୍ ।