Vastu Tips: ଘରେ ଏହି ଜନିଷ ରଖିଲେ ହୁଏ ପ୍ରେମର ବର୍ଷା
Advertisement
Article Detail0/zeeodisha/odisha1438000

Vastu Tips: ଘରେ ଏହି ଜନିଷ ରଖିଲେ ହୁଏ ପ୍ରେମର ବର୍ଷା

Vastu Tips: ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ ସମସ୍ୟା ଦେଖାଦେଇଥାଏ । ଦମ୍ପତିଙ୍କ ସମ୍ପର୍କରେ ପ୍ରେମର ଅଭାବ ଥାଏ । ତେବେ ବାସ୍ତୁଶାସ୍ତ୍ରରେ, ଏଥିରେ ଅନେକ ପ୍ରତିକାର ରହିଛି । ଏହା ସାହାଯ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରୀ ମଜବୁତ ହେବା ସହ ଚିରସ୍ଥାୟୀ ମଧ୍ୟ ହୋଇଥାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Vastu Tips: ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ ସମସ୍ୟା ଦେଖାଦେଇଥାଏ । ଦମ୍ପତିଙ୍କ ସମ୍ପର୍କରେ ପ୍ରେମର ଅଭାବ ଥାଏ । ତେବେ ବାସ୍ତୁଶାସ୍ତ୍ରରେ, ଏଥିରେ ଅନେକ ପ୍ରତିକାର ରହିଛି । ଏହା ସାହାଯ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରୀ ମଜବୁତ ହେବା ସହ ଚିରସ୍ଥାୟୀ ମଧ୍ୟ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ , ଘରେ ଗୋଟିଏ ଯୋଡା ଶୁଆଙ୍କ ଫଟୋ ଲଗାଇବା ଉଚିତ୍ । ଏହା ଦ୍ବାରା ଆପଣ ଅନେକ ଫାଇଦା ପାଇ ପାରିବେ। 

ଯୋଡା ଶୁଆକୁ ପ୍ରେମ, ବିଶ୍ୱାସ, ଦୀର୍ଘାୟୁ ଏବଂ ଶୁଭର ପ୍ରତୀକ ଭାବରେ ବିବେଚନା କରାଯାଏ । ଚୀନର ସଭ୍ୟତାରେ ମଧ୍ୟ ଶୁଆକୁ ଶୁଭ ବାର୍ତ୍ତା ଏବଂ ଇଶ୍ୱରଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଦମ୍ପତି ନିଜ ଶୋଇବା ଘରେ ଗୋଟିଏ ଯୋଡା ଶୁଆଙ୍କ ଫଟୋ ରଖିବା ଉଚିତ୍ । ଏହା ଆପଣଙ୍କ ସମ୍ପର୍କରେ ସୁଖ ଆଣିବ ଏବଂ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢାଇବା ସହ ପୂର୍ବ ଅପେକ୍ଷା ଅଧିକ ପ୍ରେମ ଜାଗ୍ରତ କରାଇବ । ଯାହା ଚିର ସ୍ଥାୟୀ। 

ଏହାବି ପଢନ୍ତୁ : Shani Dev: ଶନିଦଶାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଶନିବାର ଦିନ କରନ୍ତୁ ଏସବୁ କାମ, ଚମକିବ ଆପଣଙ୍କ ଭାଗ୍ୟ

ଏହାବି ପଢନ୍ତୁ : ପ୍ଲାଷ୍ଟିକ ବୋତଲ ଶରୀର ପାଇଁ ଜହର, ତୁରନ୍ତ କାଚ ବୋତଲରେ ପିଅନ୍ତୁ ପାଣି ଶରୀରକୁ ମିଳିବ ଅନେକ ଲାଭ

ଏହାବି ପଢନ୍ତୁ : Oil Health Benefits: ବିବାହିତ ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ମିଳିବ ଜବରଦସ୍ତ ଲାଭ

ଏହି ଯୋଡା ଶୁଆଙ୍କ ଫଟୋ ମଧ୍ୟ ବ୍ୟବସାୟ ବୃଦ୍ଧି କରିବାରେ ସହାୟକ ହେବ : 

ଯୋଡା ଶୁଆଙ୍କ ଫଟୋ କେବଳ ଶୋଇବା ଘରେ ନୁହେଁ ବରଂ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ରଖିବା ଉଚିତ୍ । ଯଦି ଆପଣ ବ୍ୟବସାୟରେ ଘାଟା ସହୁଛନ୍ତି କି ବ୍ୟବସାୟ ପ୍ରତିଷ୍ଠାନରେ ବାସ୍ତୁ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ତେବେ ଆପଣ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ଏହି ଯୋଡା ଶୁଆଙ୍କ ଫଟୋ ରଖିପାରିବେ। ଉତ୍ତର ଦିଗରେ ଯୋଡା ଶୁଆର ଫଟୋ ରଖିବା ଉଚିତ୍ । ଏହା ଆପଣଙ୍କ ବ୍ୟବସାୟରେ ଅଗ୍ରଗତି ଆଣିବ । 

ଶିଶୁର ଶିକ୍ଷା ପାଇଁ ଏହି ପଦକ୍ଷେପ ଗୁଡିକ ନିଅନ୍ତୁ :
 
ଶୋଇବା ଘର ହେଉ କି ବ୍ୟବସାୟ ପ୍ରତିଷ୍ଠାନ , ପିଲାମାନଙ୍କ ପାଠପଢାର ଯଦି ଆପଣ ଉନ୍ନତି ଆଣିବାକୁ ଚାହୁଁଛନ୍ତି । ତେବେ ଆପଣ ପିଲାମାନଙ୍କ ପାଠପଢା ରୁମରେ  ଯୋଡା ଶୁଆଙ୍କ ଫଟୋ ରଖିବା ଉଚିତ୍ । ଘରର ଉତ୍ତର ଦିଗରେ ଯୋଡା ଶୁଆଙ୍କ ଫଟୋ ରଖିବା ଉଚିତ୍ ।  ଏହି ଦିଗରେ ଯୋଡା ଶୁଆଙ୍କ ଫଟୋ ରଖିଲେ କେବଳ ପିଲାଙ୍କ ଅଧ୍ୟୟନରେ ଆଗ୍ରହ  ବଢେ ନାହିଁ ବରଂ ତାଙ୍କର ସ୍ମୃତି ଶକ୍ତି ମଧ୍ୟ ବଢିଥାଏ । ଏହା କରିବା ଦ୍ୱାରା ସେ ନିଜର ଦକ୍ଷତାକୁ ଭଲ ଭାବରେ ବ୍ୟବହାର କରିବାକୁ ସମର୍ଥ ହେବେ । ଯାହାକି ଆପଣଙ୍କ ପିଲାମାନଙ୍କର ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ସହାୟକ ହୋଇପାରେ ।