Vastu Tips: ସକାଳୁ କରନ୍ତୁ ନାହିଁ ଏହି କାମ, ଆର୍ଥିକ ସମସ୍ୟା ବଢ଼ିପାରେ
Advertisement

Vastu Tips: ସକାଳୁ କରନ୍ତୁ ନାହିଁ ଏହି କାମ, ଆର୍ଥିକ ସମସ୍ୟା ବଢ଼ିପାରେ

ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଅଇଁଠା ବାସନ ମାଜିବା ଦରକାର । ଏଭଳି କରିବା ଦ୍ବାରା ମା ଲକ୍ଷ୍ମି ପ୍ରସନ୍ନ ହୋଇଥାନ୍ତି । ଏହାସହ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ । ଯଦି କୌଣସି କାରଣରୁ ରାତିର ବାସନ ରହି ଯାଇଛି ତାହେଲେ ସେସବୁ ସକାଳୁ ଉଠି ଦେଖିବା ମାତ୍ରେ ଅଶୁଭ ଫଳ ମିଳେ । ଜୀବନରେ ଅନେକ ସମସ୍ୟା ଆସିପାରେ । ଏହାସହ ଦାରିଦ୍ର୍ୟତା ମଧ୍ୟ ଦୂର ହୁଏ ନାହିଁ । ଏଥିପାଇଁ ସବୁବେଳେ ରାତିର ବାସନ ଧୋଇ ରଖନ୍ତୁ ।  

Vastu Tips: ସକାଳୁ କରନ୍ତୁ ନାହିଁ ଏହି କାମ, ଆର୍ଥିକ ସମସ୍ୟା ବଢ଼ିପାରେ

Vastu Tips: କୁହାଯାଏ ଯେ ସକାଳୁ ଯଦି ଦିନର ଆରମ୍ଭ ହୁଏ । ଯଦି ଦିନର ଆରମ୍ଭ ଭଲ ହୁଏ ତାହେଲେ ପୁରା ଦିନ ଭଲ ଯାଏ । ହସଖୁସିରେ ସବୁ କ୍ଷେତ୍ରରେ ସଫଳତା ମିଳେ । କିନ୍ତୁ ଅଧିକନ୍ତୁ ଘରୁ ବାହାରିବା ସମୟରେ କିଛି ନା କିଛି ସମସ୍ୟା ହୁଏ, ଫଳରେ ମୁଡ଼ ପରିବର୍ତ୍ତନ ହୋଇଯାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଏଭଳି କିଛି କାମ କରିବା ଦ୍ବାରା ମଧ୍ୟ ଏସବୁ ଘଟିଥାଏ । ବାସ୍ତୁଶାସ୍ତ୍ରେ କୁହାଯାଇଛି ଯେ ସମାଳୁ କେଉଁଭଳି କାମ କରିବା କଥା ନୁହେଁ । କୁହାଯାଏ ଯେ ସକାଳୁ ଉଠି ଏସବୁ ଜିନିଷ ଦେଖିବା ଦ୍ବାରା ମଧ୍ୟ ଅଶୁଭ ହୋଇଥାଏ । ଏହାସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦିଏ । ଆସନ୍ତୁ ଜାଣିବା ସକାଳୁ କେଉଁ କାମ କରିବା କଥା ନୁହେଁ ।  

ନିଜର କି ଅନ୍ୟର ଛାଇ ଦେଖନ୍ତୁ ନାହିଁ  
ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜର କି ଅନ୍ୟ କାହାର ଛାଇ ଦେଖିବା ଅଶୁଭ ବୋଲି କୁହାଯାଏ । କୁହାଯାଏ ଯେ ସୂର୍ଯ୍ୟ ଦର୍ଶନ ସମୟରେ ସକାଳୁ ଯଦି ପଶ୍ଚିମ ଦିଗରେ ନିଜର ଛାଇ ଦେଖନ୍ତି ତାହେଲେ ଅଶୁଭ ହୋଇଥାଏ । ସେଥିପାଇଁ ଅଶୁଭ ପ୍ରଭାବରୁ ବଂଚିବାକୁ ହେଲେ ଛାଇ ଦେଖନ୍ତୁ ନାହିଁ ।  

ଅଇଁଠା ବାସନ ଦେଖିବା ମନା 
ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଅଇଁଠା ବାସନ ମାଜିବା ଦରକାର । ଏଭଳି କରିବା ଦ୍ବାରା ମା ଲକ୍ଷ୍ମି ପ୍ରସନ୍ନ ହୋଇଥାନ୍ତି । ଏହାସହ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ । ଯଦି କୌଣସି କାରଣରୁ ରାତିର ବାସନ ରହି ଯାଇଛି ତାହେଲେ ସେସବୁ ସକାଳୁ ଉଠି ଦେଖିବା ମାତ୍ରେ ଅଶୁଭ ଫଳ ମିଳେ । ଜୀବନରେ ଅନେକ ସମସ୍ୟା ଆସିପାରେ । ଏହାସହ ଦାରିଦ୍ର୍ୟତା ମଧ୍ୟ ଦୂର ହୁଏ ନାହିଁ । ଏଥିପାଇଁ ସବୁବେଳେ ରାତିର ବାସନ ଧୋଇ ରଖନ୍ତୁ ।  

ସକାଳୁ ଉଠି ଆଇନା ଦେଖିବା 
ଅନେକ ଲୋକଙ୍କ ଅଭ୍ୟାସ ଯେ ସକାଳୁ ଉଠି ନିଜ ମୁହଁ ଆଇନାରେ ଦେଖନ୍ତି । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କରିବା ଭୁଲ୍ । କାରଣ ରାତିରେ ସମସ୍ତ ନକାରାତ୍ମକ ଉର୍ଜା ଆପଣଙ୍କ ଭିତରେ ପ୍ରବେଶ କରେ । ଏହାଦ୍ବାରା ପୁରା ଦିନ ଖରାପ ହୁଏ । ଏହାସହ ଦାରିଦ୍ର୍ୟତା ମଧ୍ୟ ଦୂର ହୁଏନି ।  

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read: New Governer of Odisha: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, କାଲି ନେବେ ଶପଥ..

Also Read: Train Cancelled: ଭୟଙ୍କର ରେଳ ଦୁର୍ଘଟଣା ପରେ ବାତିଲ ହେଲା ୨୬ଟି ଟ୍ରେନ୍, ଦେଖନ୍ତୁ ତାଲିକା

Also Read: Kartik Samovar: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ବାବା ଧବେଳଶ୍ବରଙ୍କ ପୀଠରେ ଭକ୍ତଙ୍କ ଗହଳି