Vastu Tips: ଘରର ଏହି ଦିଗରେ ଲଗାହୋଇଥିବା ବେଲ ଗଛ ଆପଣଙ୍କୁ କରିଦେବ ମାଲାମାଲ, ଭୋଲେନାଥ ଦୂର କରିବେ ସବୁ ସଙ୍କଟ
Advertisement
Article Detail0/zeeodisha/odisha1471629

Vastu Tips: ଘରର ଏହି ଦିଗରେ ଲଗାହୋଇଥିବା ବେଲ ଗଛ ଆପଣଙ୍କୁ କରିଦେବ ମାଲାମାଲ, ଭୋଲେନାଥ ଦୂର କରିବେ ସବୁ ସଙ୍କଟ

Vastu Tips: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବେଲପତ୍ର କେବେବି ବାସି ହୋଇ ନଥାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ବେଲପତ୍ର ନାହିଁ, ତେବେ ଅନ୍ୟମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ରକୁ ଧୋଇ ପୂଜାରେ ବ୍ୟବହାର କରାଯାଇପାରିବେ । ଆସନ୍ତୁ ଜାଣିବା ଘରେ ବେଲ ଗଛ ଲଗାଇ କରିବାର ଲାଭ କ’ଣ ରହିଛି ଓ ଏହାକୁ କେଉଁ ଦିଗରେ ଲଗାଇବା ଠିକ୍ ହେବ ।

Vastu Tips: ଘରର ଏହି ଦିଗରେ ଲଗାହୋଇଥିବା ବେଲ ଗଛ ଆପଣଙ୍କୁ କରିଦେବ ମାଲାମାଲ, ଭୋଲେନାଥ ଦୂର କରିବେ ସବୁ ସଙ୍କଟ

Vastu Tips: ହିନ୍ଦୁ ଧର୍ମରେ ଦେବଦେବ ମହାଦେବଙ୍କୁ ପୂଜା କରିବା ଓ ତାଙ୍କୁ ବେଲପତ୍ର (Bel Patra) ଅର୍ପଣ କରିବାର ବିଶେଷ ମହତ୍ୱ ରହିଛି । ଏଭଳି ପରିସ୍ଥିତିରେ ସୋମବାର ସ୍ନାନ କରିବା ପରେ ଶିବ ଶଙ୍କର (Shiv Shankar) ଙ୍କୁ ବେଲପତ୍ର ଅର୍ପଣ କରି ଜଳାଭିଷେକ କରିବା ପରେ ସେ ଶୀଘ୍ର ଖୁସି ହୁଅନ୍ତି । ଏପରି କରିବା ଦ୍ୱାରା ଭୋଲେନାଥ (Bholanath) ଭକ୍ତଙ୍କ ସମସ୍ତ ଦୁଃଖ ଦୂର କରନ୍ତି । ବାସ୍ତୁ ଶାସ୍ତ୍ରରେ ବେଲ ଗଛ (Bel Tree) ରୋପଣର ବିଶେଷ ମହତ୍ୱ ମଧ୍ୟ କୁହାଯାଇଛି । ଘରର ସଠିକ୍ ଦିଗରେ ଏକ ବେଲ ଗଛ (Bel Gacha) ଲଗାଇବା ଅନେକ ସମସ୍ୟାର ସମାଧାନ କରିଥାଏ । ଶିବ ପୁରାଣ (Shiv Puran) ରେ କୁହାଯାଇଛି ଯେ, ଯେଉଁ ଘରେ ବେଲ ଗଛ (Bael Tree) ଲଗାଯାଏ, ସେହି ସ୍ଥାନ ତୀର୍ଥସ୍ଥାନ ଠାରୁ କମ୍ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବେଲପତ୍ର କେବେବି ବାସି ହୋଇ ନଥାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ବେଲପତ୍ର ନାହିଁ, ତେବେ ଅନ୍ୟମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ରକୁ ଧୋଇ ପୂଜାରେ ବ୍ୟବହାର କରାଯାଇପାରିବେ । ଆସନ୍ତୁ ଜାଣିବା ଘରେ ବେଲ ଗଛ ଲଗାଇ କରିବାର ଲାଭ କ’ଣ ରହିଛି ଓ ଏହାକୁ କେଉଁ ଦିଗରେ ଲଗାଇବା ଠିକ୍ ହେବ ।

ବେଲପତ୍ରରୁ ମିଳିଥାଏ ଏପରି ପୂଣ୍ୟ

ଶିବ ପୁରାଣରେ କୁହାଯାଇଛି ଯେ, ସୋମବାର ପୂଜା ସମୟରେ ଭଗବାନ ଶିବ (Lord Shiva) ଙ୍କୁ ବେଲପତ୍ର ଅର୍ପଣ କରିବା ସେ ଶୀଘ୍ର ଖୁସି ହୁଅନ୍ତି । ଶାସ୍ତ୍ର ଅନୁଯାୟୀ, ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରି ଏକ କୋଟି କନ୍ୟାଦାନ ସମାନ ପୂଣ୍ୟ ପ୍ରାପ୍ତ ହୁଏ । କେବଳ ଏତିକି ନୁହେଁ, ଏହା ଜଣେ ବ୍ୟକ୍ତିର ଦାରିଦ୍ର୍ୟକୁ ଦୂର କରିଥାଏ । ବେଲପତ୍ର ଅର୍ପଣ କରି ଉଭୟ ଭଗବାନ ଶିବ ଓ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିହେବ । ଯଦି ଘରେ ବେଲପତ୍ରର ଏକ ଗଛ ଲଗାଯାଏ, ତେବେ ପରିବାର ପାପର ପ୍ରଭାବରୁ ମୁକ୍ତ ହୋଇଯାଏ ।

ଦୂର ହେବ ଦାରିଦ୍ର୍ୟତା

ଯଦି ଆପଣ ଦୀର୍ଘ ସମୟ ଧରି ଦାରିଦ୍ର୍ୟତା ଦେଇ ଗତି କରୁଛନ୍ତି । ତେବେ ଘରେ ଏକ ବେଲ ଗଛ ଲଗାନ୍ତୁ । ମା' ଲକ୍ଷ୍ମୀ ଏଥିରୁ ପ୍ରସନ୍ନ ହୁଅନ୍ତି । କେବଳ ଏତିକି ନୁହେଁ, ଯେଉଁଠାରେ ଟଙ୍କା ରଖାଯାଏ ସେହି ସ୍ଥାନରେ ବେଲପତ୍ର ରଖିବା ଲାଭଦାୟକ ହୋଇଥାଏ । ଏହା ଘରେ ସୁଖ ଆଣିଥାଏ । ଏଠାରେ କହି ରଖୁଛୁ ଯେ, ଧନ ବୃଦ୍ଧି କରିବାକୁ ଉତ୍ତର-ଦକ୍ଷିଣ ଦିଗରେ ବେଲ ଗଛ ରୋପଣ କରନ୍ତୁ ।

ପରିବାର ସଦସ୍ୟମାନେ ରହନ୍ତି ଉର୍ଜାବାନ

ଶିବ ପୁରାଣ ଅନୁଯାୟୀ, ବେଲ ଗଛ ମୂଳରେ ଗିରିଜା ମାଙ୍କର ବାସସ୍ଥାନ ହୋଇଥାଏ । ବେଲ ଗଛର ଶରୀରରେ ମହେଶ୍ୱର, ଶାଖାଗୁଡ଼ିକରେ ମାତା ଡାକିନୀ, ପତ୍ରରେ ପାର୍ବତୀ, ଫୁଲରେ ଗୌରୀ ଏବଂ ଫଳରେ ଦେବୀ କାତ୍ୟାୟନୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଘରର ଉତ୍ତର-ପଶ୍ଚିମ ଦିଗରେ ବେଲ ଗଛ ଲଗାଇଲେ ଘରର ସଦସ୍ୟମାନେ ତେଜ ଓ ଉର୍ଜାବାନ ହୁଅନ୍ତି ।

ଅଧିକ ପଢ଼ନ୍ତୁ:-ଶରୀରରେ ଏସବୁ ଜିନିଷର ଅଭାବ କାରଣରୁ ପୁରୁଷ ହୋଇପାରନ୍ତିନି ବାପା, ଜାଣନ୍ତୁ କ'ଣ ରହିଛି ଏହାର ଉପଚାର

ଅଧିକ ପଢ଼ନ୍ତୁ:-୩ ମ୍ୟାଚରେ ଖେଳିବେନି ରୋହିତ, ବିରାଟ ଏବଂ ରାହୁଲ, ଏହି ଖେଳାଳି ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!

ଅଧିକ ପଢ଼ନ୍ତୁ:-ଗୋଲଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ Mbappe, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ରୋନାଲ୍ଡ ଓ ମେସି

 

ପଡ଼ି ନଥାଏ କୌଣସି ଯାଦୁର ପ୍ରଭାବ 

ବାସ୍ତୁ ଅନୁଯାୟୀ, ଯଦି ବେଲ ଗଛଟି ଘରର ଅଗଣାରେ ଲଗାଯାଏ । ତେବେ ମନ୍ଦ ଶକ୍ତିମାନେ ଘରେ ପ୍ରବେଶ କରିପାରନ୍ତି ନାହିଁ । ଏଥିରୁ ପରିବାର ସଦସ୍ୟଙ୍କୁ ଖରାପ ପ୍ରଭାବ ପକାଇ ନଥାଏ । ଏହା ସକରାତ୍ମକ ଶକ୍ତି ବିସ୍ତାର କରେ ।

ଦୂର ହେବ ଚନ୍ଦ୍ର ଦୋଷ

ଶାସ୍ତ୍ରରେ କୁହାଯାଇଛି ଯେ, ଘର ଭିତରେ ବେଲ ଗଛ ଲଗାଇଲେ ଚନ୍ଦ୍ର ଦୋଶରୁ ମୁକ୍ତି ମିଳିପାରିବ । କେବଳ ଏତିକି ନୁହେଁ, ବ୍ୟକ୍ତିର ରାଶିରେ ଉପସ୍ଥିତ ଥିବା ଅନ୍ୟ ତ୍ରୁଟିର ପ୍ରଭାବ ମଧ୍ୟ କମିଯାଏ ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । Zee Odisha News ଏହା ନିଶ୍ଚିତ କରେନାହିଁ)