Vastu Tips: ସକାଳୁ ଉଠି କରନ୍ତୁ ଏସବୁ କାମ, ଦିନସାରା ମିଳିବ ସଫଳତା!
Advertisement
Article Detail0/zeeodisha/odisha1415086

Vastu Tips: ସକାଳୁ ଉଠି କରନ୍ତୁ ଏସବୁ କାମ, ଦିନସାରା ମିଳିବ ସଫଳତା!

Vastu Tips: ବାସ୍ତୁ ଶାସ୍ତ୍ର (Vastu Shastra) ଅନୁସାରେ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ । ତେବେ ସକାଳୁ ଉଠି ପ୍ରଥମେ ଆମେ ଏହି ସବୁ କାମ କରିଲେ ପୂରା ଦିନଟି ଭଲରେ କଟିଥାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ... 

Vastu Tips: ସକାଳୁ ଉଠି କରନ୍ତୁ ଏସବୁ କାମ, ଦିନସାରା ମିଳିବ ସଫଳତା!

Vastu Tips: ସାଧାରଣତଃ ଲୋକେ ବାସ୍ତୁ ଦୋଷ ବା ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣାନ୍ତି । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ତାଙ୍କୁ ସଫଳତା ହାସଲ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ । ବାସ୍ତୁ ଶାସ୍ତ୍ର (Vastu Shastra) ଅନୁସାରେ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ । ତେବେ ସକାଳୁ ଉଠି ପ୍ରଥମେ ଆମେ ଏହି ସବୁ କାମ କରିଲେ ପୂରା ଦିନଟି ଭଲରେ କଟିଥାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ... 

୧. ସକାଳୁ ଉଠି ପ୍ରଥମେ ଆଇନା ଦେଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଦିନସାରା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡେ । ଏହା ବ୍ୟତୀତ ସକାଳୁ କାହା ଚେହେରା ମଧ୍ୟ ଦେଖିବା ଉଚିତ୍‌ ନୁହେଁ ।

୨. ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି ଶବ୍ଦ କିମ୍ବା ଶଙ୍ଖର ଶବ୍ଦ ଶୁଣିଲେ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।

୩. ଦିନର ଶୁଭାରମ୍ଭ କରିବା ପାଇଁ ସକାଳୁ ଉଠି ପ୍ରଥମେ ନିଜର ଇଷ୍ଟ ଦେବତାଙ୍କର ଧ୍ୟାନ କରନ୍ତୁ । ଏପରି କଲେ ଆପଣଙ୍କ ଆତ୍ମ ବିଶ୍ୱାସ ବଢେ ଓ ଦିନଟି ଭଲରେ କଟେ ।

୪. ସକାଳୁ ଯଦି ଆପଣ ନଡ଼ିଆ, ଶଙ୍ଖ, ମୟୂର, ଫୁଲ ଆଦି ଦେଖନ୍ତି ତେବେ ଏହା ଶୁଭ ଲକ୍ଷଣ ବୋଲି ଭାବନ୍ତୁ । ଏହି ଦିନ ଆପଣ ଯାହା ବି କାମ କରିବେ ସବୁଥିରେ ସଫଳତା ମିଳିବ ।

୫. ସକାଳର ଜଳଖିଆ କରିବା ବେଳେ କେବେ ବି କୌଣସି ପଶୁର ନାଁ ପାଟିରେ ଧରନ୍ତୁ ନାହିଁ। ଏପରି କଲେ ଦିନଟି ଭଲରେ କଟେ ନାହିଁ ।

୬. ସକାଳୁ କିଛି କାମରେ ଘରୁ ବାହାରିବା ସମୟରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ ମାରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

୭. ସକାଳେ ଘରୁ ବାହାରିବା ସମୟରେ ଯଦି ଆପଣ ଧଳା ରଙ୍ଗର ଗାଈ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଆଚ୍ଛା! ତେବେ ଏ ହେଉଛନ୍ତି RP, ଉର୍ବଶୀ ରୌତେଲା କଲେ ଖୁଲାସା! ପନ୍ତ ନୁହେଁ, ଏହି ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ଅଭିନେତ୍ରୀ

ଅଧିକ ପଢ଼ନ୍ତୁ:-ସକାଳର ଜଳଖିଆରେ ଖାଉଛନ୍ତି କି ହ୍ୱାଇଟ୍ ବ୍ରେଡ୍, ତେବେ ହୋଇଯାଆନ୍ତୁ ସାବଧାନ; ଆପଣଙ୍କ ସ୍ୱାସ୍ଥ୍ୟରେ ହୋଇପାରେ ଏସବୁ କ୍ଷତି​

ଆପଣ ଆଇନାର ବ୍ୟବହାର କେଉଁଠି କରିବେ?

୧. ବାସ୍ତୁ ଶାସ୍ତ୍ର ହିସାବରେ ଆଇନାକୁ ଉନ୍ନତି ଓ ଲାଭ ପାଇଁ ଘରର ଉତ୍ତର-ପୁର୍ବ ଦିଗର କାନ୍ଥରେ ଲଗାଇବା ଉଚିତ । ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ନଦେବା ସହ ଧନ ବୃଦ୍ଧି ହୋଇଥାଏ ।

୨. ବାସ୍ତୁ ଶାସ୍ତ୍ର ହିସାବରେ ଆଇନା ଓଜନରେ କମ ଓ ବଡ଼ ଆକାରର ହେବା ଉଚିତ ।

୩. ବେଡରୁମର ଦ୍ୱାର ସାମ୍ନାରେ ଆଇନା ଲଗାଇବା ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବଢିଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୪. ସେହିପରି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଆଇନା ଲଗାଇବା ଉଚିତ ନୁହେଁ ।

୫. ସକାଳେ ଉଠିଲେ ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ । ଏହା ଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ବଢ଼ିଥାଏ ।

୬. ବାସ୍ତୁଶାସ୍ତ୍ର ଅନୁସାରେ ଆଇନାକୁ ଘରର ପୂର୍ବ ଦିଗରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତାନଙ୍କ ଠାରୁ ସୁଖ ମିଳିବାରେ ସହାୟକ ହେବ ବୋଲି ବିଶ୍ୱାସ ରହିଛି ।

୭. ଘରର ଉତ୍ତର ଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନ ଥିଲେ ଆଇନା ଲଗାଇବା ଉଚିତ । ଏହା ବିଭିନ୍ନ ଦୋଷ ଦୂର ହୋଇଥାଏ । ଉତ୍ତର ଦିଗକୁ ଧନ ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ । ଏହି ଦିଗରେ ଆଇନା ଲଗାଇଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

୮. ଘରର ଉତ୍ତର ଦିଗରେ ଆଇନା ଲଗାଇଲେ ସକାରତ୍ମକ ପ୍ରଭାବ ବଢ଼ିଥାଏ । ଧନ ସମ୍ପର୍ତ୍ତି ବୃଦ୍ଧି ହୋଇଥାଏ। ଯଦି ଉତ୍ତର ଦିଗରେ ଆଇନା ଲଗାଇବା ସମ୍ଭବ ହେଉ ନାହିଁ, ତେବେ ପୂର୍ବ ଦିଗରେ ଆଇନା ଲଗାନ୍ତୁ । ଏହାଦ୍ୱାରା ଧନ ବୃଦ୍ଧି ହେବ ।

୯. ରୋଷେଇ ଘରେ ଆଇନା ଲଗାଇବା ଉଚିତ । ଏହାଦ୍ୱାରା ମାନ-ସମ୍ମାନ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।