Vastu Sastra: ଘରର ଏହି କୋଣରେ ରଖନ୍ତୁ ଗଣେଶ ମୂର୍ତ୍ତି, ସୁଖ ସମୃଦ୍ଧିରେ ପୂରି ରହିବ ଘରର ମାହୋଲ..
Advertisement
Article Detail0/zeeodisha/odisha1902317

Vastu Sastra: ଘରର ଏହି କୋଣରେ ରଖନ୍ତୁ ଗଣେଶ ମୂର୍ତ୍ତି, ସୁଖ ସମୃଦ୍ଧିରେ ପୂରି ରହିବ ଘରର ମାହୋଲ..

Vastu Sastra:ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ଆରମ୍ଭରେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ । କୌଣସି ପୂଜାର ଆରମ୍ଭ ଗଣେଶଙ୍କ ସହ କରାଯାଏ । ବିଶ୍ବାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଭକ୍ତିରେ ଗଣେଶକୁ ଆରାଧନା କରନ୍ତି ତାହେଲେ ତାର ସବୁ ସଙ୍କଟ ଦୂର ହୋଇଯାଏ । ଭଗବାନ ଗଣେଶ ପ୍ରସନ୍ନ ହେବା ସହ ସମସ୍ତ ମନସ୍କାମନା ପୂରଣ କରନ୍ତି । 

Vastu Sastra: ଘରର ଏହି କୋଣରେ ରଖନ୍ତୁ ଗଣେଶ ମୂର୍ତ୍ତି, ସୁଖ ସମୃଦ୍ଧିରେ ପୂରି ରହିବ ଘରର ମାହୋଲ..

Vastu Sastra: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ଆରମ୍ଭରେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ । କୌଣସି ପୂଜାର ଆରମ୍ଭ ଗଣେଶଙ୍କ ସହ କରାଯାଏ । ବିଶ୍ବାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଭକ୍ତିରେ ଗଣେଶକୁ ଆରାଧନା କରନ୍ତି ତାହେଲେ ତାର ସବୁ ସଙ୍କଟ ଦୂର ହୋଇଯାଏ । ଭଗବାନ ଗଣେଶ ପ୍ରସନ୍ନ ହେବା ସହ ସମସ୍ତ ମନସ୍କାମନା ପୂରଣ କରନ୍ତି । ଘରେ ପରିବାରରେ ସୁଖ ସମୃଦ୍ଧି ଓ ଶାନ୍ତି ଆସିଥାଏ ।  

ଖାଲି ଏତିକି ନୁହେଁ ଏକଥା ମଧ୍ୟ କୁହାଯାଏ, ଯେ ଗଣେଶଙ୍କୁ ପୂଜା କରିବା ସମୟରେ କିଛି ଦିଗ ଉପରେ ଧ୍ୟାନ ଦେବା ଜରୁରୀ । ଯଦି ପୂଜାରେ କୌଣସି ଭୁଲ୍ ହୁଏ ତାହେଲେ ଅଶୁଭ ହୋଇଥାଏ । ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ଏବଂ ସ୍ଥାପନା କରିବା ସମୟରେ ବିଶେଷ ଦିଗ ଉପରେ ଧ୍ୟାନ ଦେବା ଉଚିତ୍ । ଆସନ୍ତୁ ଜାଣିବା ଉପାୟ ।  

ଗଣେଶ ମୂର୍ତ୍ତି ରଖିବା ସମୟରେ ଏହିସବୁ ଦିଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

ଯଦି ପ୍ରତ୍ୟେକ ଦିନ ଗଣେଶଙ୍କ ମୁର୍ତ୍ତିକୁ ପୂଜା ଓ ପ୍ରାର୍ଥନା କରିବେ ତାହେଲେ ସ୍ଥାପନା କରନ୍ତୁ । ଯଦି ଏସବୁ କରିବାକୁ ସକ୍ଷମ ନୁହଁନ୍ତି, ତାହେଲେ ଭୁଲରେ ମଧ୍ୟ ଗଣେଶ ମୂର୍ତ୍ତି ସ୍ଥାପନା କରନ୍ତୁ ନାହିଁ ।  

ଗଣେଶଙ୍କ ମୂର୍ତ୍ତି ଯେମିତି ୧୮ ସେଣ୍ଟିମିଟରରୁ ଅଧିକ ନହୁଏ ସେ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ପୂରାଣରେ ତାହା ଉଲ୍ଲେଖ କରାଯାଇଛି । ଡାହାଣକୁ ସୁଣ୍ଡ କରିଥିବା ଗଣେଶ ମୂର୍ତ୍ତି ଭୁଲରେ ମଧ୍ୟ ଘରକୁ ଆଣନ୍ତୁ ନାହିଁ । କାରଣ ସେଭଳି ମୂର୍ତ୍ତିକୁ ପୂଜା କରିବାର ବିଶେଷ ନିୟମ ରହିଛି । ସ୍ଥାପନା କରିବା ସମୟରେ ଏ ଦିଗ ପ୍ରତି ଧ୍ୟାନ ଦେବେ ଯେ ଗଣେଶଙ୍କ ମୁଖ ମେନ୍ ଦ୍ବାରକୁ ଥିବା ଦରକାର । ଲିଭିଂ ରୁମରେ ଗଣେଶଙ୍କ ମୁର୍ତ୍ତି ରଖନ୍ତୁ ନାହିଁ । ସିଡ଼ି ଘର ତଳେ ପୂଜା ଘର କରନ୍ତୁ ନାହିଁ । କି ଗଣେଶଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ ନାହିଁ । ଏହାସହ ଭଗବାନ ଗଣେଶଙ୍କ ଡାହାଣ ପାର୍ଶ୍ବରେ ମା ଲକ୍ଷ୍ମୀଙ୍କୁ ସ୍ଥାପନା କରନ୍ତୁ । କାରଣ ମା ଲକ୍ଷ୍ମୀ ହେଉଛନ୍ତି ଆଦି ଶକ୍ତି, ଗଣେଶଙ୍କ ମା, ଏଥିପାଇଁ ଗଣେଶଙ୍କ ବାମ ପାର୍ଶ୍ବରେ ମା ଲକ୍ଷ୍ମୀଙ୍କୁ କେବେ ହେଲେ ବସାନ୍ତୁ ନାହିଁ ।  

Also Read: Vastu Tips: ଘରର ବାସ୍ତୁଦୋଷକୁ ବାଟ ଦେଖାଇଥାଏ ଆପଣଙ୍କର ଏହିସବୁ ଭୁଲ୍!