Vasant Panchami 2023: ସରସ୍ୱତୀ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ନଚେତ୍...
Advertisement

Vasant Panchami 2023: ସରସ୍ୱତୀ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ନଚେତ୍...

Saraswati Puja 2023: ମା' ସରସ୍ବତୀଙ୍କୁ ହଳଦିଆ ଚନ୍ଦନ, ଶୁଭ୍ର ବା ହଳଦିଆ ପୁଷ୍ପ ଦେଇ ପୂଜାର୍ଚ୍ଚନା କରନ୍ତୁ । ପ୍ରସାଦ ଭାବେ ହଳଦିଆ ବୁନ୍ଦି, ଲଡ଼ୁ ବା ଫଳ ଦେଇ ଉପାସନା କରାଯାଇଥାଏ । ମା’ ସରସ୍ୱତୀଙ୍କ ମୂଳ ମନ୍ତ୍ର ‘ଓମ୍ ସରସ୍ୱତ୍ୟୟେ ନମଃ’ ହଳଦିଆ ମାଳାରେ ଜପିବା ସର୍ବୋତ୍ତମ ଅଟେ । ପୂଜା ସ୍ଥଳରେ ଛୋଟ ଛୋଟ ପିଲାଙ୍କୁ ବସେଇ ପାରିବେ । କାରଣ ଛୋଟ ଛୁଆଙ୍କୁ ଜ୍ଞାନର ପ୍ରତୀକ ବୋଲି କୁରାଯାଏ । ଆଜି ଖାଦ୍ୟରେ ହଳଦିଆ ଖେଚୁଡ଼ି ସାମିଲ୍ କରନ୍ତୁ ।

Vasant Panchami 2023: ସରସ୍ୱତୀ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ନଚେତ୍...

Vasant Panchami 2023: ରାତି ପାହିଲେ ବସନ୍ତ ପଞ୍ଚମୀ (Vasant Panchami) । ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ପାଳନ କରାଯାଏ । ବିଦ୍ୟାଦାତ୍ରୀ, ଜ୍ଞାନ ଦେବୀ ମା' ସରସ୍ୱତୀଙ୍କୁ ଏହି ଦିନ ସମର୍ପିତ ଅଟେ । କେବଳ ବିଦ୍ୟା ନୁହେଁ, କଳା ଓ ସଙ୍ଗୀତର ଦେବୀ ମଧ୍ୟ ମା' ସରସ୍ୱତୀ (Maa Saraswati) । ବସନ୍ତ ଋତୁ ଆରମ୍ଭ ଏହି ଦିନ ଠାରୁ ହିଁ ହୋଇଥାଏ । ହିନ୍ଦୁ ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଦିନର ମହତ୍ତ୍ୱ କ’ଣ? କାହିଁକି ବାଗଦେବୀ ସରସ୍ୱତୀଙ୍କୁ ପୂଜା (Saraswati Puja) କରାଯାଏ, ଆସନ୍ତୁ ଜାଣିବା...

ପୂଜା ବିଧି 

ସକାଳେ ସ୍ନାନ କରି ମା ସରସ୍ବତୀଙ୍କୁ ପୂଜା (Saraswati Puja) କରନ୍ତୁ । ପୂଜା ସ୍ଥାନରେ ବାଦ୍ୟ ଯନ୍ତ୍ର ,ପୁସ୍ତକ ଓ କଲମ ଆଦି ରଖିପାରିବେ । ମା' ସରସ୍ବତୀଙ୍କୁ ହଳଦିଆ ଚନ୍ଦନ, ଶୁଭ୍ର ବା ହଳଦିଆ ପୁଷ୍ପ ଦେଇ ପୂଜାର୍ଚ୍ଚନା କରନ୍ତୁ । ପ୍ରସାଦ ଭାବେ ହଳଦିଆ ବୁନ୍ଦି, ଲଡ଼ୁ ବା ଫଳ ଦେଇ ଉପାସନା କରାଯାଇଥାଏ । ମା’ ସରସ୍ୱତୀଙ୍କ ମୂଳ ମନ୍ତ୍ର ‘ଓମ୍ ସରସ୍ୱତ୍ୟୟେ ନମଃ’ ହଳଦିଆ ମାଳାରେ ଜପିବା ସର୍ବୋତ୍ତମ ଅଟେ । ପୂଜା ସ୍ଥଳରେ ଛୋଟ ଛୋଟ ପିଲାଙ୍କୁ ବସେଇ ପାରିବେ । କାରଣ ଛୋଟ ଛୁଆଙ୍କୁ ଜ୍ଞାନର ପ୍ରତୀକ ବୋଲି କୁରାଯାଏ । ଆଜି ଖାଦ୍ୟରେ ହଳଦିଆ ଖେଚୁଡ଼ି ସାମିଲ୍ କରନ୍ତୁ ।

ଜାଣନ୍ତୁ ବସନ୍ତ ପଞ୍ଚମୀରେ କରାଯାଉଥିବା ଶୁଭ କାମ

ଏହି ଦିନ ଅନ୍ନ ପ୍ରାସନ୍ନ ପାଇଁ ଅନୂକୁଳ ଅଟେ ।

ବସନ୍ତ ପଞ୍ଚମୀରେ ବିବାହ, ବ୍ରତ ଭଳି ଶୁଭ କାର୍ଯ୍ୟ କରାଯାଇପାରିବ ।

ଗୃହ ପ୍ରବେଶ ଠାରୁ ଆରମ୍ଭ କରି ଅନେକ ନୂଆ କାମ ମଧ୍ୟ ଏହି ଦିନ ଆରମ୍ଭ କରାଯାଇଥାଏ ।

ଏହି ଦିନ ପିଲାଙ୍କୁ ଖଡ଼ି ଛୁଆଁ ଯାଇ ବିଦ୍ୟାରମ୍ଭ କରାଯାଇଥାଏ ।

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ଜିତିବା ପରେ ଅତ୍ୟଧିକ ରାଗିଗଲେ ରୋହିତ ଶର୍ମା, ଅସନ୍ତୋଷ ହେବାର ଏହା ହେଉଛି ବଡ଼ କାରଣ

ଅଧିକ ପଢ଼ନ୍ତୁ:-ଶୁଭମାନ ଗିଲ କ'ଣ ପାଇଁ ଦେଲେ ଏପରି ବୟାନ? ରାହୁଲ ଦ୍ରାବିଡଙ୍କୁ କହିଲେ- ପାପା ଖୁସି ହେବେନି

ଅଧିକ ପଢ଼ନ୍ତୁ:-ବଡ଼ ଖୁସି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଜାରି ହେଲା ବିଜ୍ଞପ୍ତି!

କରନ୍ତୁ ନାହିଁ ଏହି ସବୁ କାମ 

ଶାସ୍ତ୍ର ଅନୁସାରେ, ଏହି ଦିନରେ କିଛିଟା ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଏହା କରିବା ଦ୍ୱାରା ମା ସରସ୍ୱତୀଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି ଜ୍ୟୋତିର୍ବିଦ୍ କୁହନ୍ତି ।

୧. ଏହି ଦିନରେ ଭୁଲରେ ବି କଳା ଓ ନାଲି ରଙ୍ଗର କପଡ଼ା ପିନ୍ଧନ୍ତୁ ନାହିଁ ।

୨. ବସନ୍ତ ପଞ୍ଚମୀରେ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ।

୩. ଏହି ଦିନ ଆମିଷ ଭୋଜନ ଆଦୌ କରନ୍ତୁ ନାହିଁ  ।

୪. ମଦ୍ୟପାନ ମଧ୍ୟ ବସନ୍ତ ପଞ୍ଚମୀରେ ନିଷେଧ ଅଟେ ।

୫. ଗଛ କାଟିବାରୁ ବିରତ ରୁହନ୍ତୁ । ଘରେ ଲାଗିଥିବା ବୃକ୍ଷ ବା ଫୁଲକୁଣ୍ଡକୁ ମଧ୍ୟ ଆଘାତ ଦିଅନ୍ତୁ ନାହିଁ ।

୬. ସ୍ନାନ ନ କରି କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

୭. କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।