Mangal Gochar 2023 Effects: କର୍କଟ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଏହି ୭ ରାଶି ଉପରେ ମାଡି଼ ଆସିବ ବିପଦ!
Advertisement

Mangal Gochar 2023 Effects: କର୍କଟ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଏହି ୭ ରାଶି ଉପରେ ମାଡି଼ ଆସିବ ବିପଦ!

Mangal Gochar 2023 Effects News In Odia: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ । କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ମଙ୍ଗଳ (Mangal Gochar 2023)। ତେବେ, ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ(Zodiac Signs) ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି (Mangal Gochar 2023 Effects)। ଏବଂ ଏଥିପାଇଁ କି ପ୍ରକାର ଉପାୟ ଅବଲମ୍ବନ କରିବା ଉଚିତ୍ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Mangal Gochar 2023 Effects News In Odia: ମେ ୧୦ରେ କର୍କଟ (cancer) ରାଶିରେ ପ୍ରବେଶ କରିବା ମଙ୍ଗଳ(Mangal Gochar 2023) । ମଙ୍ଗଳ ଗ୍ରହର ଏହି ଚଳନ କର୍କଟ ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ  କିଛି ରାଶି ପାଇଁ ବିପଦ ବଢାଇପାରେ ।  ମେ ୧୦ ତାରିଖ ଅପରାହ୍ନ ୧. ୪୪ ମିନିଟରେ ମଙ୍ଗଳ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ତେବେ, ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ(Zodiac Signs)  ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି (Mangal Gochar 2023 Effects)। 

ମେଷ: ମଙ୍ଗଳ ଗ୍ରହର ଗମନାଗମନ ମଣିଷର ବ୍ୟକ୍ତିତ୍ୱ ଏବଂ ଭାବନା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏହି ସମୟରେ, ତୁମର ମନ ଅସ୍ଥିର ରହିବ । ଜୀବନ ସାଥୀ ବିଷୟରେ ଚିନ୍ତିତ ହେବେ । ଏହା ସହିତ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଆପଣଙ୍କର ମତାନ୍ତର ହୋଇପାରେ। ଆପଣଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଠିକ୍ ରହି ନପାରେ।  କାର୍ଯ୍ୟାଳୟରେ  ସହକର୍ମୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।  କାର୍ଯ୍ୟାଳୟରେ ବରିଷ୍ଠମାନଙ୍କ ସହିତ ବାର୍ତ୍ତାଳାପ ବେଳେ ଦେଖିଚାହିଁ କଥା ହୁଅନ୍ତୁ। ଏହି ସମୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କାରଣ, ଆର୍ଥିକ କ୍ଷତି ସହିବାର ସମ୍ଭାବନା ଯଥେଷ୍ଟ ରହିଛି । 

Also Read: Horoscope Today 8 May 2023: ଏହି ୫ ରାଶିର ଭାଗ୍ୟରେ ବର୍ଷିବ ଟଙ୍କା, ସପ୍ତାହର ପ୍ରଥମ ଦିନରୁ ହିଁ ବଦଳିଯିବ ଭାଗ୍ୟ

Also Read:  latest gold price: ସୁନା ଦରରେ ବଡ଼ ପରିବର୍ତ୍ତନ, ଏତିକି ଟଙ୍କା ହେଲା ଶସ୍ତା

ମିଥୁନ: ମଙ୍ଗଳ କର୍କଟ ଗ୍ରହରେ ପ୍ରବେଶ କରିବାକୁ ଥିବା ବେଳେ ମିଥୁନ ରାଶି ଉପରେ ମଧ୍ୟ ଏହାର ପ୍ରଭାବ ପଡିବାକୁ ଯାଉଛି । ଏହି ରାଶିର ବ୍ୟକ୍ତିମାନଙ୍କୁ ଦାରିଦ୍ର୍ୟ ଯୋଗ ସୃଷ୍ଟି ହୋଇପାରେ।   ଏହା ଆପଣଙ୍କ ପାଇଁ ଅନୁକୂଳ ସମୟ ହେବ ନାହିଁ । ଏହି ଅବଧିରେ ଆପଣଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ଆପଣ ସଞ୍ଚୟ କରିବାରେ ବିଫଳ ହୋଇପାରନ୍ତି । ବ୍ୟବସାୟୀମାନେ ବଡ଼ ଧରଣର ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିପାରେ। ସେହିପରି ଚାକିରୀ କରୁଥିବା ଲୋକେ ବି ସେମାନଙ୍କର ପଦୋନ୍ନତି ହେବାର ସମ୍ଭାବନା ଏହି ସମୟରେ ଅଟକିପାରେ। ଅବିବାହିତମାନଙ୍କର ବିବାହ ନ ହେବା ଜନିତ ସମସ୍ୟା ବୃଦ୍ଧି ପାଇପାରେ। କେବଳ ସେତିକି ନୁହେଁ, ପ୍ରେମ ଜନିତ ମାମଲାରେ ମଧ୍ୟ ସାଥୀଙ୍କ ସହ ମତାନ୍ତର ହୋଇପାରେ।

କର୍କଟ: ଏହି ରାଶିରେ ମଙ୍ଗଳ ପ୍ରବେଶ କରିବାକୁ ଥିବାରୁ କ୍ୟାରିୟରରେ ଅସଫଳତାର ସାମ୍ନା କରିବାକୁ ପଡିପାରେ। ଏବଂ ନାନାଦି ରୋଗରେ ମଧ୍ୟ ଆପଣ ପଡି଼ ପାରନ୍ତି । ଦାମ୍ପତ୍ୟ ଜୀବନରେ କହଳ ସୃଷ୍ଟି ହେବାର ବେଶ ସମ୍ଭାବନା ମଧ୍ୟ ରହିଛି । କୋର୍ଟ କଟେରୀ ମାମଲା ଆପଣଙ୍କର ବିନା କାରଣରେ ଛନ୍ଦି ହୋଇପାରନ୍ତି। ଏବଂ ଘରେ ଅନେକ ସମୟରେ କଳହ ଓ ବିବାଦ ସୃଷ୍ଟି ହୋଇପାରେ। ବାହାର ଲୋକଙ୍କ ସହ କଥା ହେବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

ସିଂହ: ମଙ୍ଗଳ କର୍କଟ ଗ୍ରହରେ ପ୍ରବେଶ କରିବାକୁ ଥିବାରୁ ଏହାର ପ୍ରଭାବ ସିଂହ ରାଶି ଉପରେ ମଧ୍ୟ ପଡିପାରେ। ତୁମର ସାଥୀଙ୍କ ସହିତ ତୁମର ଯୁକ୍ତିତର୍କ ହୋଇପାରେ, ଯେଉଁ କାରଣରୁ ତୁମର ସମ୍ପର୍କରେ ମତଭେଦ ହୋଇପାରେ । ବ୍ୟବସାୟୀମାନଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ। ବ୍ୟବସାୟ ସହିତ ଜଡିତ ଲୋକମାନେ ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି । ନିଜ ପିତାଙ୍କ ସହିତ ସମ୍ପର୍କରେ କିଛି ଟେନସନ ବଢିପାର। ଏପରିକି ଆପଣଙ୍କ ମାତା ପିତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ। ଯାହାକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି ।

ତୁଳା ରାଶି- ଏହି ରାଶିର ଲୋକମାନେ କର୍ମକ୍ଷେତ୍ରରେ କୌଣସି ପ୍ରକାରର ମୁକାବିଲାକୁ ଏଡ଼ାଇବା ଉଚିତ୍ । କାହା ସହିତ ଅନାବଶ୍ୟକ ଭାବରେ ଯୁକ୍ତି କରିବାର ଅଭ୍ୟାସ ହେତୁ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ପାରିବାରିକ ଜୀବନ ଏବଂ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଆବଶ୍ୟକ ହେବ । ଉଭୟ କ୍ଷେତ୍ରରେ ବିତର୍କର ପରିସ୍ଥିତି ହୋଇପାରେ । ଅଫିସରେ କିଛି ସମସ୍ୟା ହେତୁ ଆପଣ ଚିନ୍ତାରେ ରହିପାରନ୍ତି। ଯଦି ଆପଣ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି ,ତେବେ ଏହା ଆପଣଙ୍କ ପାଇଁ ଅନୁକୂଳ ସମୟ ନୁହେଁ ।

ବିଛା- ଯଦି ଆପଣ ଚାକିରି ବଦଳାଇବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ବର୍ତ୍ତମାନ ସ୍ଥଗିତ ରଖନ୍ତୁ , କାରଣ ଏହି ସମୟ ମଧ୍ୟରେ ନୂତନ ସ୍ଥାନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଆପଣ ବିଦେଶ ଯିବାକୁ ଯୋଜନା କରୁଛନ୍ତି ତେବେ ଏହି  ସମୟ ଆପଣଙ୍କ ପାଇଁ ଠିକ୍ ନୁହେଁ । ଏହି ସମୟ ମଧ୍ୟରେ,ଆପଣଙ୍କୁ ଅନ୍ୟ ମାନଙ୍କ ସହ ଦେଖିଚାହିଁ କଥା ହେବାକୁ ପଡିବ।  ନଚେତ୍ ଆପଣଙ୍କ ଶଦ୍ଧ ଅନ୍ୟମାନଙ୍କ ଭାବନାକୁ ଆଘାତ କରିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ମୀନ : ମୀନ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଦ୍ୱିତୀୟ ଏବଂ ନବମ ଘରର ପ୍ରଭୁ ଏବଂ ଏହା ପଞ୍ଚମ ଘରେ ଦୁର୍ବଳ ହୋଇଯିବ । ଏହି ସମୟ ମଧ୍ୟରେ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କ ଜୀବନ ସାଥୀ ସହ ମତଭେଦ ସୃଷ୍ଟି ହୋଇପାରେ। ଘର ଅଶାନ୍ତି ଲାଗିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେଆପଣ ନିଜ ଲୋକଙ୍କ ସହ ଦେଖି ଚାହିଁ କଥା ହେବା ଉଚିତ୍ ।  ନଚେତ୍ ଏହା ଆପଣଙ୍କର ସମ୍ପର୍କକୁ ଭାଙ୍ଗିପାରେ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )