Heart Attack Risk: ମୁଖ ଗହ୍ବର ସଂକ୍ରମଣ ହେଉଛି ହାର୍ଟ ଆଟାର୍କର ମୁଖ୍ୟ କାରଣ, ସାମ୍ନାକୁ ଆସିଲା ଚମକାଇ ଦେବା ଭଳି ତଥ୍ୟ
Advertisement
Article Detail0/zeeodisha/odisha1561381

Heart Attack Risk: ମୁଖ ଗହ୍ବର ସଂକ୍ରମଣ ହେଉଛି ହାର୍ଟ ଆଟାର୍କର ମୁଖ୍ୟ କାରଣ, ସାମ୍ନାକୁ ଆସିଲା ଚମକାଇ ଦେବା ଭଳି ତଥ୍ୟ

Heart Attack Risk: କାହାକୁ କେତେବେଳେ ହାର୍ଟ ଆଟାର୍କ ହେବ ତାହା ଜାଣିବା କଷ୍ଟକର । ହୃଦଘାଟ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଆମେ ଜାଣିଛୁ ଯେ, କେବଳ ଉଚ୍ଚ କୋଲେଷ୍ଟ୍ରଲ କିମ୍ବା ଉଚ୍ଚ ରକ୍ତଚାପ ଯୋଗୁଁ ହୃଦଘାତ କିମ୍ବା ଷ୍ଟ୍ରୋକର ହୋଇଥାଏ । ହୃଦଘାତକୁ ନେଇ ଏକ ଚମକାଇଦେବା ଭଳି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହ ରିସର୍ଚ୍ଚରୁ ଜଣାପଡିଛି ଯେ, ପାଟିର ଥିବା ଦୁର୍ଗନ୍ଧ, ସଂକ୍ରମଣ ଯୋଗୁଁ ମଧ୍ୟ ହାର୍ଟ ଆଟାର୍କ ବା ଷ୍ଟୋକ ଆସିପାରେ ।

Heart Attack Risk: ମୁଖ ଗହ୍ବର ସଂକ୍ରମଣ ହେଉଛି ହାର୍ଟ ଆଟାର୍କର ମୁଖ୍ୟ କାରଣ, ସାମ୍ନାକୁ ଆସିଲା ଚମକାଇ ଦେବା ଭଳି ତଥ୍ୟ

Heart Attack Risk: କାହାକୁ କେତେବେଳେ ହାର୍ଟ ଆଟାର୍କ ହେବ ତାହା ଜାଣିବା କଷ୍ଟକର । ହୃଦଘାଟ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଆମେ ଜାଣିଛୁ ଯେ, କେବଳ ଉଚ୍ଚ କୋଲେଷ୍ଟ୍ରଲ କିମ୍ବା ଉଚ୍ଚ ରକ୍ତଚାପ ଯୋଗୁଁ ହୃଦଘାତ କିମ୍ବା ଷ୍ଟ୍ରୋକର ହୋଇଥାଏ । ହୃଦଘାତକୁ ନେଇ ଏକ ଚମକାଇଦେବା ଭଳି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହ ରିସର୍ଚ୍ଚରୁ ଜଣାପଡିଛି ଯେ, ପାଟିର ଥିବା ଦୁର୍ଗନ୍ଧ, ସଂକ୍ରମଣ ଯୋଗୁଁ ମଧ୍ୟ ହାର୍ଟ ଆଟାର୍କ ବା ଷ୍ଟୋକ ଆସିପାରେ । ଦାନ୍ତର ମଇଳା ଠାରୁ ଆରମ୍ଭ କରି ମାଢି, ଜିଭକୁ ସଫା ନ ରଖିବା କାରଣରୁ ହାର୍ଟ ଓ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପଡିପାରେ। ପ୍ରତିଦିନ ବ୍ରସ୍ ନ କରିବା ଏବଂ ଜିଭ ସଫା ନ କରିବାରୁ ପାଟିରୁ ବାହାରୁ ଥିବା ଜୀବାଣୁ ହୃଦୟକୁ କ୍ଷତି ପହଞ୍ଚାଏ ।

ପାଟିର ଜୀବାଣୁ ଯୋଗୁଁ ହୃଦୟ କିପରି ପ୍ରଭାବିତ ହୋଇଥାଏ , ଜାଣନ୍ତୁ : ଜାପାନର ହିରୋସିମା ବିଶ୍ୱବିଦ୍ୟାଳୟର ଏକ ଟିମ୍ ଦ୍ୱାରା ହୃଦରୋଗ ନେଇ ଏକ ରିସର୍ଚ୍ଚ କରାଯାଇଥିଲା। ଏହି ରିସର୍ଚ୍ଚରେ ହୃଦରୋଗରେ ପୀଡିତ ଥିବା ୭୬ଜଣ ରୋଗୀଙ୍କ ସାମିଲ କରାଯାଇଥିଲା। ଏହି ସମସ୍ତ ରୋଗୀଙ୍କ ଠାରୁ ଦୁଇଟି ସଂକ୍ରମଣ ପାଇଥିଲେ ରିସର୍ଚ୍ଚ ଟିମ୍ । ଗୋଟିଏ ହେଉଛି ପେରିଓଡୋନିଟିସ୍ (periodontitis) ଓ ଅନ୍ୟଟି  ହେଉଛି ଆଟ୍ରିଆଲ ଫେବରିକ୍  (Atrial fibrillation)। ପେରିଓଡୋନିଟିସ୍ ହେଉଛି ଏକ ପ୍ରକାର ମାଢି ସଂକ୍ରମଣ । ଯାହା ହୃଦରୋଗ ବଢାଇବାରେ ସାହାର୍ଯ୍ୟ କରିଥାଏ। କେବଳ ସେତିକି ନୁହେଁ, ପାଟିରେ ଥିବା ମାଢି ଓ ଜିଭର ସଂକ୍ରମଣ ଯୋଗୁଁ ହୃଦୟ ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ମଧ୍ୟରେ ପ୍ରଭାବ ପଡିଥାଏ । ଏହି ରିସର୍ଚ୍ଚରୁ ଜଣା ପଡିଲା ଯେ, ପାଟି ମାଢିରୁ ବା ଜିଭର ମଇଳା ହାର୍ଟ ଆଟାର୍କର କାରଣ । ତେଣୁ ଯେତେ ସମ୍ଭବ ନିଜ ପାଟିର ଦାନ୍ତ , ମାଢି  ଓ ଜିଭକୁ ସଫା ରଖନ୍ତୁ । 

ଏହାବି ପଢନ୍ତୁ : Daytime Sleepiness: ଆଳସ୍ୟପଣ ନୁହେଁ, ଦିନରେ ନିଦ ଆସିବା ଦେଇଥାଏ ଏହି ୪ ରୋଗର ବଡ଼ ସଙ୍କେତ

ଏହାବି ପଢନ୍ତୁ : Pregnancy Conceive Tips: ଦୀର୍ଘଦିନର ଚେଷ୍ଟା ସତ୍ତ୍ୱେ ବିଫଳ, ତେବେ ଆପଣାନ୍ତୁ ଗର୍ଭବତୀ ହେବାର ସହଜ ଉପାୟ

ଆଟ୍ରିଆଲ୍ ଫାଇବ୍ରିଲେସନ୍ ଥିବା ଲୋକଙ୍କର ଷ୍ଟ୍ରୋକ୍ ଏବଂ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ରିସର୍ଚ୍ଚ ଟିମ୍ ଜାଣିବାକୁ ପାଇଛି ଯେ, ପେରିଓ ଡୋନିଟିସ୍ ଜିଙ୍ଗିଭାଇଟିସ୍ ସହିତ ଜଡିତ । ଏବଂ ଯାହା ଆଟ୍ରିଆଲ୍ ଫାଇବ୍ରୋସିସ୍ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ସୃଷ୍ଟି କରିଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ ପିରିୟଡୋଣ୍ଟାଇଟିସ୍ ଆଟ୍ରିଆଲ୍ ଫାଇବ୍ରୋସିସ୍ ବୃଦ୍ଧି କରିଥାଏ। ସରଳ ଭାବରେ କହିବାକୁ ଗଲେ ଜିଭରେ ଜମା ହୋଇଥିବା ଜୀବାଣୁ ହୃଦୟରେ ଏକ 'ଗମ୍ଭୀର ସଂକ୍ରମଣ' ସୃଷ୍ଟି କରିପାରେ।

ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନଙ୍କର ପାଟି,ଦାନ୍ତ,ମାଢି କିମ୍ବା ଜିଭ ସହିତ ଜଡିତ କୌଣସି ପ୍ରକାର ରୋଗ ରହିଛି।  ସେମାନଙ୍କର ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି।  କେବଳ ଏତିକି ନୁହେଁ, ପାଟିର ସ୍ୱଚ୍ଛତା ଅଭାବରୁ ଉଭୟ ହୃଦୟ ଏବଂ ମସ୍ତିଷ୍କ ଉପରେ ପ୍ରଭାବ ମଧ୍ୟ ପଡିଥାଏ ।

ପେରିଓଡୋନିଟିସ୍  କାହିଁକି ହୁଏ :

ଘା’ର ଫୁଲା
ପାଟିରୁ ଦୁର୍ଗନ୍ଧ ଆସିବା ।
ଧୂମ୍ରପାନ କିମ୍ବା ତମାଖୁ ଚୋବାଇବା ।
ହରମୋନାଲ ପରିବର୍ତ୍ତନ, ଯେପରିକି ଗର୍ଭଧାରଣ କିମ୍ବା ମେନୋପୋଜ ସହିତ ଜଡିତ ।
ଡ୍ରଗ୍ ବ୍ୟବହାର।
ମେଦବହୁଳତା ।
ଭିଟାମିନ୍ ସି ଅଭାବ ।
ଲ୍ୟୁକେମିଆ, ଏଚ୍.ଆଇ.ଭି / ଏଡସ୍ ଏବଂ କର୍କଟ ଚିକିତ୍ସା ।
ମଧୁମେହ ।

ପେରିଓଡୋନିଟିସ୍ ଲକ୍ଷଣ:

ମାଢି ଫୁଲିବା ।
ମାଢି କୋମଳ ଅନୁଭବ  କରିବା ।
ମାଢିରୁ ସହଜରେ ରକ୍ତସ୍ରାବ ହେବା । 
ଦାନ୍ତ ଘସିବା ସମୟରେ ମାଢିରୁ ରକ୍ତ ସ୍ରାବ ହେବା।
ପାଟିରୁ ଦୁର୍ଗନ୍ଧ ବାହାରିବା ।
  

ଉପଚାର :
ସୁସ୍ଥ ରହିବା ପାଇଁ ଆପଣ ଅତି କମରେ ଦିନକୁ ଦୁଇଥର ବ୍ରସ କରନ୍ତୁ। ଖାଇବା ପରେ ଦାନ୍ତ ଘଷିବା ଏବଂ ଗରମ ପାଣିରେ ଲୁଣ ପକାଇ କୁଳି କରିବା । ଏବଂ ବିଛଣାକୁ ଯିବା ପୂର୍ବରୁ ଦାନ୍ତ ଘସିବା । ଏବଂ ଜିଭ ସଫା ରଖିବା ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)