Thursday Tips: ଗୁରୁବାର ଦିନ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଗରିବ ହେବାକୁ ଲାଗିବନି ବେଶି ସମୟ !
Advertisement
Article Detail0/zeeodisha/odisha1998033

Thursday Tips: ଗୁରୁବାର ଦିନ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଗରିବ ହେବାକୁ ଲାଗିବନି ବେଶି ସମୟ !

Thursday Tips: ସପ୍ତାହର ଚତୁର୍ଥ ଦିନରେ ଏସବୁ କରନ୍ତୁନି କାମ । ନଚେତ୍ ଦେବଗୁରୁ ବୃହସ୍ପତି କ୍ରୋଧିତ ହୋଇପାରନ୍ତି, ଆଉ ତାଙ୍କ କୋପ ମଧ୍ୟ ଆପଣଙ୍କ ଉପରେ ପଡ଼ିପାରେ।  ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ସବୁ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିବେ। 

 

Thursday Tips: ଗୁରୁବାର ଦିନ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଗରିବ ହେବାକୁ ଲାଗିବନି ବେଶି ସମୟ !

Thursday Tips: ଗୁରୁବାର ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁ ଏବଂ ଦେବଗୁରୁ ବୃହସ୍ପତିଙ୍କୁ ଉତ୍ସର୍ଗ କରାଯାଇଛି। ଲୋକମାନେ ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ପୂଜା କରନ୍ତି। ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିଲେ ଭକ୍ତମାନଙ୍କର ସମସ୍ତ ଇଚ୍ଛା ବା ମନୋକାମନା ପୂରଣ ହୁଏ। ଏଥି ସହିତ, ଅବିବାହିତ ଯୁବତୀ ମାନେ ମଧ୍ୟ ଏହି ଦିନ ଉପବାସ ରଖନ୍ତି ଏବଂ ଭଲ ସ୍ୱାମୀ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଏପରି ପରିସ୍ଥିତିରେ, ଆପଣ ଏହି ଦିନ କିଛି ଜିନିଷର ଯତ୍ନ ନେବା ଉଚିତ୍ । ନଚେତ୍ ଦେବଗୁରୁ ବୃହସ୍ପତି କ୍ରୋଧିତ ହୋଇପାରନ୍ତି, ଆଉ ତାଙ୍କ କୋପ ମଧ୍ୟ ଆପଣଙ୍କ ଉପରେ ପଡ଼ିପାରେ। 

1-ଏହିଦିନ ଯେତେ ବି ଜରୁରୀ ହେଉ ନା କାହିଁକି ଟଙ୍କା ନେଣଦେଣ କରିବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ, ଏହି ଦିନ କାହାକୁ ଟଙ୍କା ଦେବା କିମ୍ବା କାହାଠୁ ଟଙ୍କା ଆଣିବା ଉଚିତ୍ ନୁହେଁ। ଏହାଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ଟଙ୍କାର ଅଭାବ ଦେଖାଦେବାର ସମ୍ଭାବନା ଥାଏ। 

2-ଏହିଦିନ ଆପଣଙ୍କୁ ଧାରୁଆ ଜିନିଷ ଯେମିତିକି ଛୁରୀ, କଇଁଚି, ସେପ୍ଟପିନ୍ ଏହା ସହ ଲୁହା ଜିନିଷ ମଧ୍ୟ କିଣିବା ଉଚିତ୍ ନୁହେଁ । ଯଦି ଏହାଜାଣି ମଧ୍ୟ ଆପଣ ଏସବୁ କିଣାକିଣି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ନଚେତ୍ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। 

3-ଏହିଦିନ ମହିଳା ମାନେ ନିଜ କେଶ ଧୋଇବା କଥା ନୁହେଁ। ଏହାକୁ ବଡ଼ ଭୁଲ ବୋଲି ବିବେଚନା କରାଯାଏ। ଏମିତି କରିବା ଦ୍ୱାରା ଏହାର ସିଧା ପ୍ରଭାବ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସନ୍ତାନ ଉପରେ ପଡ଼ିଥାଏ। ଏହାସହ ପରିବାରର ଉନ୍ନତି ବାଟରେ ଏହା ବାଧା ଦେଇଥାଏ। 

4-ସେହିପରି ଏହି ଦିନ ପୋଷାକ ମଧ୍ୟ ଧୋଇବା ଉଚିତ୍ ନୁହେଁ । ଆପଣ ଏହି ଦିନ ସାବୁନ ବ୍ୟବହାର କରିବା ଉଚିତ୍ ନୁହେଁ । ପୋଷାକ ଧୋଇବା ସହ ମଧ୍ୟ ଆପଣଙ୍କ ଘରର ସୁଖ, ସମୃଦ୍ଧତା ଏବଂ ଶାନ୍ତି ଧୋଇହୋଇଯାଏ। 

5-ଯଦି ଘରର କେଉଁ ଯୁବତୀଙ୍କ କୌଣସି କାରଣରୁ ବିବାହ ହୋଇପାରୁନାହିଁ ନା ବା ବିବାହ ସମ୍ପର୍କରେ ବିଭିନ୍ନ ପ୍ରକାରର ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି, ତେବେ ଗୁରୁବାର ଦିନ ଆପଣ ଉପବାସ କରିବା ଉଚିତ୍ । ଆହୁରି ମଧ୍ୟ, ଏହିଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ସହ ଏବଂ ସାତ୍ୱିକ ଭୋଜନ ଗ୍ରହଣ କରିବା ଉଚିତ୍ । 

6-ଅନ୍ୟ ପଟେ, ଯଦି ଆପଣ ଭଗବାନ ସତ୍ୟନାରାୟଣଙ୍କ (Satynarayan) କଥା ବର୍ଣ୍ଣନା କରିବାକୁ ଚାହାଁନ୍ତି, ତେବେ ଆପଣ ଏଥିପାଇଁ ଗୁରୁବାର ଦିନ ବା ଆଜିର ଦିନକୁ ବାଛିବା ଉଚିତ୍ । ଏହି ଦିନଟି ପ୍ରବଚନ ଓ ମେଳା ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Ganesh Mantra: ବୁଧବାର ଦିନ କରନ୍ତୁ ଗଣେଶଙ୍କର ଏହି ୭ ମନ୍ତ୍ରର ଜପ, ଧନଧାନ୍ୟରେ ଭରିଯିବ ଜୀବନ !

Also Read: Balijata Income: ବାଲିଯାତ୍ରାରେ ୧୦୦ କୋଟି ଉପରେ ବେପାର, ଲୋକ ବୋହିନେଲେ ଏହି ସାମଗ୍ରୀ !