Rahu Ketu Gochar 2023: ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇବ ରାହୁ-କେତୁଙ୍କ ଚଳନ, ହେବ ଧନ ବର୍ଷା
Advertisement

Rahu Ketu Gochar 2023: ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇବ ରାହୁ-କେତୁଙ୍କ ଚଳନ, ହେବ ଧନ ବର୍ଷା

Rahu Ketu Gochar 2023:  ରାହୁ-କେତୁ (Rahu Ketu Gochar 2023) ସେମାନଙ୍କ ରାଶି ପରିବର୍ତ୍ତନ କରବାକୁ ଯାଉଛନ୍ତି । ଅକ୍ଟୋବର ୩୦ରେ ରାହୁ କେତୁ ନିଜ ରାଶି ମୀନ-ବୃଷ ଛାଡି କୁମ୍ଭ ଓ ମକର ରାଶିକୁ ଚଳନ କରିବେ।  ତେବେ, ଏହି ଦୁଇ ଗ୍ରହଙ୍କ ଏକାଦିନରେ ରାଶି ପରିବର୍ତ୍ତନ (Grah Gochar)୫ ରାଶି ଉପରେ ବଡ଼ ପ୍ରଭାବ ପକାଇବ। ଅର୍ଥାତ୍ ୫ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। 

 

ସୌଜନ୍ୟ- ସୋସିଆଲ ମିଡି଼ଆ

Rahu Ketu Gochar 2023: ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟକ ଗ୍ରହ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି ।  ଆଉ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରୁଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିଥାଏ। ଏହି ପରିପେକ୍ଷୀରେ , ରାହୁ-କେତୁ (Rahu Ketu Gochar 2023) ସେମାନଙ୍କ ରାଶି ପରିବର୍ତ୍ତନ କରବାକୁ ଯାଉଛନ୍ତି । ଅକ୍ଟୋବର ୩୦ରେ ରାହୁ କେତୁ ନିଜ ରାଶି ମୀନ-ବୃଷ ଛାଡି କୁମ୍ଭ ଓ ମକର ରାଶିକୁ ଚଳନ କରିବେ। ୨୦୨୫, ମେଁ ୧୮ ତାରିଖ ଯାଏଁ ଉଭୟ ଗ୍ରହ ଏହି ରାଶିରେ ରହିବେ।  ତେବେ, ଏହି ଦୁଇ ଗ୍ରହଙ୍କ ଏକାଦିନରେ ରାଶି ପରିବର୍ତ୍ତନ (Grah Gochar)୫ ରାଶି ଉପରେ ବଡ଼ ପ୍ରଭାବ ପକାଇବ। ଅର୍ଥାତ୍ ୫ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ପୂରି ଉଠିବ। ଏବଂ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ମଧ୍ୟ ସମାଧାନ ଘଟିବ।

ଏହି ରାଶିରେ ଲୋକେ ହେବେ ଧନୀ:

ମେଷ: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ମେଷ ରାଶିକୁ ଧନବାନ୍ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଖାସ୍ କରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। କ୍ୟାରିୟରରେ ସଫଳତା ପାଇବେ। ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଏବଂ ନୂତନ ନିଯୁକ୍ତି ପାଇଁ ଭଲ ଅଫର ମିଳିପାରେ। ଆୟ ବଢିବ। ବ୍ୟବସାୟ କରୁଥିବା ଲୋକେମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। 

ମିଥୁନ:  ସେହିପରି ରାହୁ-କେତୁଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ଚମକିବ। ଏହି ଅବଧି ମଧ୍ୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ଏହି ସମୟରେ ଶୁଭଫଳ ମିଳିବ। ଏବଂ ଦିର୍ଘଦିନ ଧରି ଚାକିରି ଖୋଜୁଥିବା ଆଶାୟୀଙ୍କୁ ମଧ୍ୟ ଭଲ ଅଫର ମିଳିପାରେ। ଏବଂ ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ । ବୈବାହିକ ଜୀବନ ସୁଖମୟ ହେବ। 

କର୍କଟ: ଏହି ରାଶିର ଲୋକଙ୍କ ଉପରେ ଧନର ବର୍ଷା କରିବେ ରାହୁ-କେତୁ। ପୌତୃକ ସମ୍ପତିରୁ ଲାଭ ପାଇବେ। ଏବଂ କାର୍ଯ୍ୟାଳୟରେ ଆପଣଙ୍କୁ ଏହି ସମୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଯଦି ଏହି ରାଶିର ଲୋକମାନେ କଠିନ ପରିଶ୍ରମ କରନ୍ତି, ତେବେ ଏମାନଙ୍କୁ ସରକାରୀ ଚାକିରି କରିବାର ସୁଯୋଗ ମିଳିବାର ସମ୍ଭାବନା ରହିଛି । ସେହିପରି,  ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବା ସହ  ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏବଂ ଆକିସ୍ମିକ ଧନ ଲାଭର ସମ୍ଭାବନା ରହିଛି। 

ସିଂହ : କର୍ମ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଏବଂ ଚାକିରି ଆଶାରେ ଥିବା ଲୋକଙ୍କୁ ବି ସଫଳତା ମିଳିବ। ପଦୋନ୍ନତି ନେଇ ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ପାରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଏବଂ ପୁରୁଣା ବିନିଯୋଗରୁ ଲାଭ ପାଇବେ।

ମୀନ: ଜ୍ୟୋତିଷଙ୍କ ଅନୁଯାୟୀ, ରାହୁ କେତୁଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ମାଲେମାଲ୍ କରିବ। ଏହି ସମୟରେ କ୍ୟାରିୟରରେ ଅଗ୍ରଗତି ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଶକ୍ତିଶାଳୀ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)