Surya Rashi Parivartan 2023: ମୀନ ରାଶିରେ ପ୍ରବେଶ କଲେ ସୂର୍ଯ୍ୟ, ମାଲାମାଲ ହୋଇପାରନ୍ତି ଏହି ୩ଟି ରାଶି
Advertisement

Surya Rashi Parivartan 2023: ମୀନ ରାଶିରେ ପ୍ରବେଶ କଲେ ସୂର୍ଯ୍ୟ, ମାଲାମାଲ ହୋଇପାରନ୍ତି ଏହି ୩ଟି ରାଶି

Surya Rashi Parivartan 2023: ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଗତକାଲିଠାରୁ ମୀନ ରାଶିରେ ପ୍ରବେଶ କରିଛନ୍ତି । ଏପ୍ରିଲ ୧୪ ତାରିଖ ଯାଏଁ ସୂର୍ଯ୍ୟ ମୀନ ରାଶିରେ ରହିବେ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚର ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ନାହିଁ । କିନ୍ତୁ ସୂର୍ଯ୍ୟଙ୍କ ଏହି ଗୋଚର ବିଛା, ମିଥୁନ ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ହେବା ସହ ଆୟ ଓ ପଦୋନ୍ନତି ନେଇ ଯୋଗ ସୃଷ୍ଟି କରୁଛି । 

ସୌ(ସୋସିଆଲ ମିଡିଆ)

Surya Rashi Parivartan 2023: ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଗତକାଲିଠାରୁ ମୀନ ରାଶିରେ ପ୍ରବେଶ କରିଛନ୍ତି । ଏପ୍ରିଲ ୧୪ ତାରିଖ ଯାଏଁ ସୂର୍ଯ୍ୟ ମୀନ ରାଶିରେ ରହିବେ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୀନ ରାଶିରେ ସୂର୍ଯ୍ୟଙ୍କ ଗୋଚର ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ନାହିଁ । କିନ୍ତୁ ସୂର୍ଯ୍ୟଙ୍କ ଏହି ଗୋଚର ବିଛା, ମିଥୁନ ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ହେବା ସହ ଆୟ ଓ ପଦୋନ୍ନତି ନେଇ ଯୋଗ ସୃଷ୍ଟି କରୁଛି । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କେଉଁ କେଉଁ ରାଶି ପାଇଁ ଲାଭଦାୟକ ହେବ ।

ମେଷ ରାଶି- ଏହି ସମୟରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ଅଛି, କାରଣ ସାମାନ୍ୟ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଏହି କାରଣରୁ ଆପଣଙ୍କୁ ଚିକିତ୍ସାରେ ବହୁ ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ । ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ ।

ବୃଷ ରାଶି- ଘର ବା ଯାନବାହାନ କିଣିବା ନେଇ ଆପଣଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇପାରେ । ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ଯାନ ଦିଅନ୍ତୁ ଏହି ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ମିଥୁନ ରାଶି-  ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସମୟଟି ଶୁଭଫଳ ପ୍ରଦାନ କରିବ । ପଦ୍ନୋନତି ହେବା ସହ ଚାକିରିରେ ଅଗ୍ରଗତି ଓ ଦରମା ବୃଦ୍ଧି ନେଇ ଯୋଗ ରହିଛି । ଭାଇ ଭଉଣୀଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କରିବା ନେଇ ଏହି ସମୟ ବେଶ ଶୁଭ ଅଟେ । ଜାଗା କିଣାବିକାରେ ଆର୍ଥିକ ଲାଭ ମିଳିବ ।

କର୍କଟ- ଯୋଗାଯୋଗ ଦକ୍ଷତା ପ୍ରଭାବଶାଳୀ ହେବ ଓ ନିଜ ପ୍ରତିଭାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ସମର୍ଥ ହେବ। କର୍ମକ୍ଷେତ୍ରରେ ଶତ୍ରୁମାନେ ନଷ୍ଟ ହେବେ । ଭାଇ ଭଉଣୀଙ୍କ ସହଯୋଗ ମିଳିବ ।

ସିଂହ ରାଶି- ମୀନ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡି଼ବ। ଏହି ସମୟରେ କ୍ରୋଧକୁ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ ସମସ୍ୟାରେ ପଡ଼ିପାରନ୍ତି । ଶାଶୁଘର ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ ନାହିଁ ।

ତୁଳା ରାଶି- ଶତ୍ରୁ ପକ୍ଷ ପରାସ୍ତ ହେବେ। କୋର୍ଟ କଚେରୀ ବିବାଦର ସମାଧାନ ହେବା ନେଇ ଯୋଗ ରହିଛି । ଏହି ସମୟରେ କୌଣସି ଆର୍ଥିକ ବିନିଯୋଗ କରନ୍ତୁ ନାହିଁ ନଚେତ୍ ଆର୍ଥିକ କ୍ଷତିରେ ପଡ଼ିପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।

ବିଛା ରାଶି- ସୂର୍ଯ୍ୟଙ୍କ ଆଗମନ ଦରମା ବୃଦ୍ଧି କରାଇବା ସହ ଆର୍ଥିକ ଲାଭ ପ୍ରଦାନ କରିବ । ଧନ ଲାଭ ନେଇ ବାଟ ଫିଟିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ପାଇବା ନେଇ ସମ୍ଭାବନା ରହିଛି । ପ୍ରେମୀ ଯୁଗଳ ମାନେ ସଂପର୍କକୁ ନେଇ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।  

ମୀନ ରାଶି- ନେତୃତ୍ୱ ଓ ନିଷ୍ପତ୍ତି ନେବା କ୍ଷମତା ପ୍ରଭାବଶାଳୀ ହେବ । ଆପଣ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସମର୍ଥ ହେବେ । କାର୍ଯ୍ୟକ୍ଷେତ୍ରରେ ସିନିୟର ଆପଣଙ୍କ କାର୍ଯ୍ୟ ପରିଚାଳନାରେ ବହୁତ ଖୁସି ହେବେ । ପଦୋନ୍ନତି ଓ ଆୟ ବୃଦ୍ଧି ନେଇ ସମ୍ଭବନା ରହିଛି ।