Surya Gochar 2023: ଆଜି ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!
Advertisement
Article Detail0/zeeodisha/odisha1781525

Surya Gochar 2023: ଆଜି ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!

Surya Gochar 2023: ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ ।ସୂର୍ଯ୍ୟ ଯେଉଁ ରାଶିକୁ ଗୋଚର କରିବାକୁ ଯାଉଛନ୍ତି ତାଙ୍କୁ ସେହି ରାଶିର ସଙ୍କ୍ରାନ୍ତି ବୋଲି କୁହାଯାଏ ।

ସୌ(ସୋସିଆଲ ମିଡିଆ)

Surya Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ । ଜୁଲାଇ ୧୬ ତାରିଖ ଅର୍ଥାତ୍ ଆଜି ସୂର୍ଯ୍ୟ ରାଶି ପରିବର୍ତ୍ତନ (Surya Gochar 2023) କରିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କୁ ‘ପ୍ରାଣ’ର କାରକ ବୋଲି କୁହାଯାଏ । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ବିଶେଷ କରି କ୍ୟାରିୟର ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସୂର୍ଯ୍ୟ ଗୋଚର ‘ସଙ୍କ୍ରାନ୍ତି’ ନାମରେ ମଧ୍ୟ ଜଣାଶୁଣା । ସୂର୍ଯ୍ୟ ଯେଉଁ ରାଶିକୁ ଗୋଚର କରିବାକୁ ଯାଉଛନ୍ତି ତାଙ୍କୁ ସେହି ରାଶିର 'ସଙ୍କ୍ରାନ୍ତି' ବୋଲି କୁହାଯାଏ । ଆଜି ଗ୍ରହ ମାନଙ୍କ ରାଜା କର୍କଟ ରାଶିକୁ ଗୋଚର କରିବାକୁ ଯାଉଥିବାରୁ (Surya Gochar 2023), ଏହାକୁ 'କର୍କଟ ସଙ୍କ୍ରାନ୍ତି ' ବୋଲି କୁହାଯାଇଥାଏ । କର୍କଟ ରାଶିକୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଫଳରେ ଶୁଭ ଯୋଗ ସୃଷ୍ଟି ହୋଇଥାଏ । କର୍କଟ ରାଶିରେ ପୂର୍ବରୁ ବୁଧ ବିରାଜମାନ ଅଛନ୍ତି, ଫଳରେ ଏହି ରାଶିରେ ସୂର୍ଯ୍ୟ ଗୋଚର ଫଳରେ 'ବୁଦ୍ଧାଦିତ୍ୟ ଯୋଗ' ସୃଷ୍ଟି ହେବ । ଏହି ବୁଦ୍ଧାଦିତ୍ୟ ଯୋଗ ୪ ରାଶିଙ୍କ ଲାଗି ବେଶ ଲାଭଦାୟୀ ରହିବ ।  

ମେଷ ରାଶି- ବୁଦ୍ଧାଦିତ୍ୟ ରାଜଯୋଗ ମେଷ ରାଶିର ବ୍ୟକ୍ତି ବିଶେଷ ପାଇଁ ବେଶ ଫଳପ୍ରଦ ରହିବ । ଏହି ସମୟ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ବ୍ୟବସାୟ ସହିତ ଜଡିତ ଲୋକେ ଏହି ସମୟରେ ଲାଭବାନ ହେବେ । ଯାନବାହାନ, ଜାଗା ବାଡ଼ି ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ଅବଧିରେ ଲାଭ ପାଇପାରିବେ। ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦବୀରେ ରହିବାର ସୁଯୋଗ ପାଇବେ । ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ସରକାରୀ ଚାକିରିଆ ବିଶେଷ ଭାବେ ଲାଭବାନ ହେବେ ।

କର୍କଟ ରାଶି- କର୍କଟ ରାଶିରେ ଏହି ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବାକୁ ଯାଉଛି, ଏହାର ପ୍ରଭାବରେ କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ବିଶେଷ ଭାବେ ଉପକୃତ ହେବ । ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ସହଭାଗୀତା ସହିତ ଚାଲିଥିବା ବ୍ୟବସାୟରେ ଲାଭ ମିଳିବ । ଜୀବନସାଥୀଙ୍କ ସହ ଲାଗି ରହିଥିବା ଦୀର୍ଘ ଦିନ ବିବାଦର ଅନ୍ତ ଘଟିବା ସହ ସମ୍ପର୍କରେ ମଧୁରତା ଆସିବ । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟାମାନ ଦୂର ହେବ । ଦୂରସ୍ଥାନକୁ ଯାତ୍ରା ଲାଭଦାୟୀ ରହିବ ।

କନ୍ୟା ରାଶି- ସୂର୍ଯ୍ୟ ଓ ବୁଧଙ୍କ ମିଳନ ଦ୍ୱାରା ଗଠିତ ହେବାକୁ ଥିବା ଏହି ବୁଦ୍ଧାଦିତ୍ୟ ରାଜଯୋଗ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ସମୟରେ, ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ ।

ତୁଳା ରାଶି- ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ କ୍ୟାରିୟରେ ଶୁଭଫଳ ପ୍ରଦାନ କରିବ । ଆର୍ଥିକ୍ ସ୍ଥିତି ମଜଭୁତ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । ନୂତନ କାର୍ଯ୍ୟ ଆରମ୍ଭ ନେଇ ଏହି ସମୟ ଅନୁକୂଳ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)