Surya Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ସୂର୍ଯ୍ୟଦେବଙ୍କ କୃପାରୁ ଏହି ସବୁ ରାଶିର ବ୍ୟକ୍ତି ହେବେ ମାଲେମାଲ୍!
Advertisement

Surya Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ସୂର୍ଯ୍ୟଦେବଙ୍କ କୃପାରୁ ଏହି ସବୁ ରାଶିର ବ୍ୟକ୍ତି ହେବେ ମାଲେମାଲ୍!

Surya Gochar 2023 News In Odia:ଗ୍ରହମାନଙ୍କର ରାଜା ସୂର୍ଯ୍ୟ( Lord Surya) ପ୍ରତ୍ୟେକ ମାସରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପରିବର୍ତ୍ତନ କରନ୍ତି। ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ । ଗୋଟିଏ ବର୍ଷ ପରେ ସୂର୍ଯ୍ୟ ବୃଷରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ୪ ରାଶିର ଲୋକଙ୍କ ଭାଗ୍ୟରେ ଧନ(money), ଐଶ୍ବର୍ଯ୍ୟ ଓ ସମୃଦ୍ଧି ପ୍ରାପ୍ତ ହେବାର ଯୋଗ ରହିଛି।  ଏହି ସବୁ ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି । ଆସନ୍ତୁ ନଜର ପକାଇବା କେଉଁ ରାଶିର ଲୋଙ୍କ ଉପରେ ହେବ ଧନର ବର୍ଷା...

ସୌଜନ୍ୟ- ସୋସିଆଲ ମିଡ଼ିଆ

Surya Gochar 2023 News In Odia: ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ନିଜର ସ୍ଥିତି ପରିବର୍ତ୍ତନ କରନ୍ତି। ପ୍ରତ୍ୟେକ ମାସରେ ଗ୍ରହମାନଙ୍କର ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପରେ ଏକାଧିକ ରାଶି ଉପରେ(Zodiac Signs) ସେମାନଙ୍କର ପ୍ରଭାବ ପଡିଥାଏ । ଗ୍ରହମାନଙ୍କର ରାଜା ସୂର୍ଯ୍ୟ( Lord Surya) ପ୍ରତ୍ୟେକ ମାସରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପରିବର୍ତ୍ତନ କରନ୍ତି। ମେ ୧୫ ରେ(may 15 ), ସୂର୍ଯ୍ୟ (Surya Gochar 2023)ବୃଷ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି। ଗୋଟିଏ ବର୍ଷ ପରେ ସୂର୍ଯ୍ୟ ବୃଷରେ ପ୍ରବେଶ କରିବେ। ସୂର୍ଯ୍ୟ ଚଳିତ ବର୍ଷ ମେ ୧୫, ସକାଳ ୧୧ଟା ୩୨ ରେ ବୃଷ ରାଶିକୁ ଚଳନ କରିବେ। ଏହାର ପ୍ରଭାବ କେତେକ ରାଶିର ଲୋକଙ୍କ ଉପରେ ଦେଖାଯିବ (Surya Gochar )। ଦୀର୍ଘ ଦଶନ୍ଧି ପରେ ଏହି ମହାସଂଯୋଗ ପଡୁଛି । ଫଳରେ ୪ ରାଶିର ଲୋକଙ୍କ ଭାଗ୍ୟରେ ଧନ(money), ଐଶ୍ବର୍ଯ୍ୟ ଓ ସମୃଦ୍ଧି ପ୍ରାପ୍ତ ହେବାର ଯୋଗ ରହିଛି।  ଏହି ସବୁ ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି । 

ଆସନ୍ତୁ ନଜର ପକାଇବା କେଉଁ ରାଶିର ଲୋଙ୍କ ଉପରେ ହେବ ଧନର ବର୍ଷା:

ବୃଷ: ସୂର୍ଯ୍ୟଦେବ ( Lord Surya) ଏହି ରାଶିକୁ ମେ ୧୫ ତାରିଖରେ ଚଳନ କରିବାକୁ ଯାଉଛନ୍ତି । ଫଳରେ ବୃଷ ରାଶିର ଭାଗ୍ୟ ସେହି ଦିନ ଠାରୁ ହିଁ ବଦଳିବା ଆରମ୍ଭ କରିବ । ଏବଂ  ଏହି ରାଶିର ଲୋକେ ଅଧିକ ଉପକୃତ ହେବେ ।  ଏହି ରାଶିର ଲୋକେ ସେହି ସମୟରେ ନୂଆ ଯୋଜନା କାର୍ଯ୍ୟକାରୀ କଲେ ଆଶାତିତ ସଫଳତା ପାଇବେ। ଏହାସହ ନୂତନ ଚାକିରୀର ମଧ୍ୟ ଯୋଗ ରହିଛି । ଏହାସହ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କେବଳ ସେତିକି ନୁହେଁ,  ହଠାତ୍ କେଉଁ ଆଡୁ ଧନଯୋଗର ମଧ୍ୟ ସମ୍ଭାବନା ରହିଛି । ଏହି ସମୟରେ ଆପଣଙ୍କର ବିଦେଶ ଯିବାର ଯୋଗ ରହିଛି। ଘରେ ଦିର୍ଘ ଦିନ ଧରି  ଲାଗି ରହିଥିବା ସମସ୍ୟା ଦୂର ହେବ। ଏହାସହିତ, ବ୍ୟବସାୟୀମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଯାହା ଦ୍ବାରା ସେମାନେ ବେଶ ଲାଭବାନ ହୋଇପାରିବେ।  

Also Read: Horoscope Today 9 may 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର

Also Read: Mahadhan Raja Yoga: ଆଜିଠୁ ଏହି ସବୁ ରାଶିର ଖୋଲିଲା ଭାଗ୍ୟ, ମାଟି ଧରିଲେ ହେବ ସୁନା!

ସିଂହ: ସୂର୍ଯ୍ୟ ହେଉଛନ୍ତି ସିଂହ ରାଶିର ପ୍ରଭୁ ( Lord Surya)। ଏହି ରାଶିର ଲୋକମାନେ ସୂର୍ଯ୍ୟ ଭଗବାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ । ସୂର୍ଯ୍ୟ ଦେବ ବୃଷ ରାଶିରେ ପ୍ରବେଶ କଲେ ଏହି ରାଶିର ବ୍ୟକ୍ତି ବେଶ ଲାଭବାନ୍ ହେବେ । ଚାକିରିରେ ପଦୋନ୍ନତି ସାଙ୍ଗକୁ ଆପଣଙ୍କ ବେତନ ବୃଦ୍ଧି ହେବାର ମଧ୍ୟ ବେଶ ସମ୍ଭାବନା ରହିଛି ।  ଏହି ସମୟରେ ଶତ୍ରୃମାନେ ଆପଣଙ୍କ ପାଇଁ ଷଡଯନ୍ତ୍ର ରଚିଲେ ବି ବିଫଳ ହେବେ।  ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସିବାସୀରେ କଟିବ। ଆପଣଙ୍କର ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଆପଣ ପରିବାର ସହିତ ଏକ ଭଲ ସମୟ ବିତାଇ ପାରିବେ । କେବଳ ସେତିକି ନୁହେଁ, ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । 

କନ୍ୟା: ସୂର୍ଯ୍ୟଙ୍କ ଚଳନ ବୃଷ ରାଶିରେ ହେବାକୁ ଥିବା ବେଳେ ଏହାର ସୁପ୍ରଭାବ କନ୍ୟା ରାଶିରେ ମଧ୍ୟ ଦେଖିବାକୁ ମିଳିବ ।  ଏହି ରାଶିର ଲୋକେ ବହୁତ ଉପକୃତ ହେବେ । ନୂଆ ଚାକିରୀରର ଯୋଗ ରହିଛି । ସମାଜରେ ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ଜୀବନରେ ଧନ ପ୍ରାପ୍ତ ହେବାର ବି ଯୋଗ ରହିଛି । ଜୀବନସାଥୀ ସହିତ ସମ୍ପର୍କ ମଧୁର ରହିବ।  ଉଚ୍ଚଶିକ୍ଷା ପାଇବା ପାଇଁ ଏକ ସୁଯୋଗ ପାଇବେ । ଆପଣଙ୍କ ଜୀବନରେ ଏହି ସମୟରେ ଏକ ବିଶେଷ ବନ୍ଧୁ ଆସିପାରନ୍ତି । ଦାମ୍ପତ୍ୟ ଜୀବନରେ ମଧ୍ୟ ସୁଖରେ କଟିବ। ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। 

ମକର : ଏହି ରାଶିର ଲୋକଙ୍କ ପାଇଁ ଭଲ ଦିନ ଆସିବାକୁ ଯାଉଛି । ୧୫ ମେ ପରଠାରୁ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ନୂତନ ନିଯୁକ୍ତିର ଯୋଗ ରହିଛି । ଆପଣଙ୍କ ଆୟ ବୃଦ୍ଧି ହେବ । ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଆପଣଙ୍କ ସନ୍ତାନମାନେ ଏହି ସମୟରେ ନୂତନ ଚାକିରୀ ପାଇ ପାରନ୍ତି। ବ୍ୟବସାୟରେ ମଧ୍ୟ ବହୁତ ଲାଭ ହେବ । ଏହି ସମୟରେ, ଯେଉଁମାନେ ରାଜନୀତି ସହିତ ଜଡିତ ସେମାନଙ୍କ ଜୀବନରେ ସଫଳତାର ସମୟ ଆରମ୍ଭ ହେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )